କାର୍ବନ ମୋନୋକ୍ସାଇଡ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
କାର୍ବନ ମୋନୋକ୍ସାଇଡ ବିଷକ୍ରିୟା (Carbon monoxide poisoning)
କାର୍ବନ ମୋନୋକ୍ସାଇଡ ନିଶାଗ୍ରସ୍ତ (Carbon monoxide intoxication), କାର୍ବନ ମୋନୋକ୍ସାଇଡ ବିଷାକ୍ତ‌ତା (carbon monoxide toxicity), ମାତ୍ରାଧିକ କାର୍ବନ ମୋନୋକ୍ସାଇଡ (carbon monoxide overdose)
A carbon atom (shown as a grey ball) tripled bonded to an oxygen atom (shown as a red ball).
ବିଭାଗବିଷ ବିଜ୍ଞାନ (Toxicology), ଆଶୁ ଚିକିତ୍ସା (emergency medicine)
ଲକ୍ଷଣମୁଣ୍ଡବିନ୍ଧା, ମୁଣ୍ଡବୁଲା (dizziness), ଦୂର୍ବଳତା, ବାନ୍ତି, ଛାତି ଯନ୍ତ୍ରଣା (chest pain), ଦ୍ୱନ୍ଦ୍ୱ (confusion)[୧]
କାରଣପ୍ରଶ୍ୱାସରେ (Breathing) କାର୍ବନ ମୋନୋକ୍ସାଇଡ (carbon monoxide[୨]
ରୋଗ ନିର୍ଣ୍ଣୟ ପଦ୍ଧତିକାର୍ବୋକ୍ସିଲ-ହେମୋଗ୍ଲୋବିନ (Carboxyl-hemoglobin) ସ୍ତର ଅଣଧୂମ୍ରପାୟୀଙ୍କର >୩% ଓ ଧୂମ୍ରପାୟୀଙ୍କର >୧୦% ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[୩]
ସଠିକ ରୋଗ ନିର୍ଣ୍ଣୟସ୍ୟାନାଇଡ ବିଷକ୍ରିୟା (Cyanide toxicity), ଆଲକୋହୋଲିକ କିଟୋଏସିଡୋସିସ (alcoholic ketoacidosis), ଆସ୍ପିରିନ ବିଷକ୍ରିୟା (aspirin poisoning), ଉର୍ଧ୍ୱ ଶ୍ୱାସନଳୀ ସଂକ୍ରମଣ (upper respiratory tract infection)[୩][୪]
ପ୍ରତିକାରକାର୍ବନ ମୋନୋକ୍ସାଇଡ ଅନ୍ୱେଷକ ଯନ୍ତ୍ର (Carbon monoxide detectors, ଗ୍ୟାସ ଯନ୍ତ୍ରପାତିର (gas appliances) ନିର୍ଗମନ ବ୍ୟବସ୍ଥା, ନିଷ୍କାସନ ପ୍ରଣାଳୀ (exhaust system)s[୧]
ଚିକିତ୍ସାସ‌ହ‌ଯୋଗୀ ଯତ୍ନ (Supportive care), ୧୦୦% ଅମ୍ଳଜାନ ଥେରାପି (100% oxygen), ହାଇପରବାରିକ ଅମ୍ଳଜାନ ଥେରାପି (hyperbaric oxygen therapy)[୩]
Prognosisମୃତ୍ୟୁ ସଙ୍କଟ ୧ରୁ ୩୦%.[୩]
ପୁନଃପୌନିକ> ଅଣଅଗ୍ନିକାଣ୍ଡ କେଶ୍‌ରେ ବାର୍ଷିକ ୨୦,୦୦୦ ଆଶୁ ଚିକିତ୍ସା (ଯୁକ୍ତରାଷ୍ଟ୍ର ଆମେରିକାରେ) [୧]
ମୃତ୍ୟୁ ସାନ୍ଦ୍ରତା> ଅଣଅଗ୍ନିକାଣ୍ଡ କେଶ୍‌ରେ ବାର୍ଷିକ ୪୦୦ ମୃତ୍ୟୁ [୧]

କାର୍ବନ ମୋନୋକ୍ସାଇଡ ବିଷକ୍ରିୟା (ଇଂରାଜୀ ଭାଷାରେ Carbon monoxide poisoning) ସ୍ୱାଭାବିକ ଭାବରେ ପ୍ରଶ୍ୱାସରେ (breathing) କାର୍ବନ ମୋନୋକ୍ସାଇଡ (carbon monoxide) ବାଷ୍ପ ନେଲେ ସଂଘଟିତ ହୁଏ ।[୨] ଏହି ଅବସ୍ଥାରେ ଶର୍ଦ୍ଦି (flu) ହେବା ଭଳି ଲକ୍ଷଣମାନ ବର୍ଣ୍ଣନା କରାଯାଏ ଓ ମୁଣ୍ଡ ବିନ୍ଧା, ମୁଣ୍ଡବୁଲା (dizziness), ଦୂର୍ବଳତା, ବାନ୍ତି, ଛାତି ଯନ୍ତ୍ରଣା (chest pain), ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣମାନ ପ୍ରକାଶିତ ହୁଏ ।[୧] ମାତ୍ରାଧିକ ବାଷ୍ପ ହେଲେ ଚେତନା ହାନୀ (Loss of consciousness), ଆରିଦମିଆ (arrhythmias), ଅପସ୍ମାର ବାତ (seizures) ଓ ମୃତ୍ୟୁ ହୋଇପାରେ ।[୧][୩] ଏହା ଯୋଗୁ ଚର୍ମ କ୍ୱଚିତ ଚେରି ଲାଲ ବର୍ଣ୍ଣ ଧାରଣ କରେ ।[୩] ଦୀର୍ଘକାଳୀନ ଜଟିଳତାରେ ଥକ୍କାଣ, ସ୍ମରଣ ସମସ୍ୟା ଓ ଚଳପ୍ରଚଳ ସମସ୍ୟା ଦେଖାଯାଏ ।[୫] ରୋଗୀ ଧୂମ୍ର ସଂସ୍ପର୍ଶରେ (exposed to smoke) ଆସୁଥିଲେ ସ୍ୟାନାଇଡ ବିଷକ୍ରିୟା (cyanide toxicity) ସମ୍ଭାବନା ଚିନ୍ତା କରାଯାଏ ।[୩]

ଦୁଇ ପ୍ରକାର ଉପାୟରେ ଏହି ବିଷକ୍ରିୟା ହୁଏ; ଦୁର୍ଘଟଣା ଓ ଆତ୍ମହତ୍ୟା (attempt to end one's life) ।[୬] କାର୍ବନ ମୋନୋକ୍ସାଇଡ ଏକ ରଙ୍ଗ‌ହୀନ ଓ ଗନ୍ଧ‌ହୀନ ବାଷ୍ପ ଯାହା ପ୍ରଥମେ ଅଣଉତ୍ତେଜକ ଥାଏ ।[୫] ଜୈବିକ ପଦାର୍ଥମାନଙ୍କର (organic matter) ଅସମ୍ପୁର୍ଣ୍ଣ ଦ‌ହନ (incomplete burning) ଫଳରେ ଏହି ବାଷ୍ପ ଉତ୍ପନ୍ନ ହୁଏ ।[୫] ମୋଟୋର ଗାଡ଼ି (motor vehicles), ହିଟର ଓ କାର୍ବନ ଜାତୀୟ ଜାଳେଣି (carbon-based fuel) ବ୍ୟବ‌ହାର କରୁଥିବା ଯନ୍ତ୍ରରୁ ଏହା ଉତ୍ପନ୍ନ ହୁଏ । [୧] ମେଥିଲିନ କ୍ଲୋରାଇଡ (methylene chloride) ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ହୁଏ ।[୭] ରକ୍ତରେ ଥିବା ହେମୋଗ୍ଲୋବିନ (hemoglobin) ସ‌ହିତ କାର୍ବନ ମୋନୋକ୍ସାଇଡ ମିଶି କାର୍ବୋକ୍ସିହେମୋଗ୍ଲୋବିନ (carboxyhemoglobin ବା HbCO) ନାମକ ପଦାର୍ଥରେ ପରିଣତ ହେବା ଫଳରେ ରକ୍ତର ଅମ୍ଳଜାନ (oxygen) ବ‌ହନ କରିବା ଶକ୍ତି ଲୋପ ପାଇଯାଏ । [୫] ଅଧିକନ୍ତୁ ମାୟୋଗ୍ଲୋବିନ (myoglobin), ମାଇଟିକଣ୍ଡ୍ରିଆଲ ସାଇଟୋକ୍ରୋମ ଅକ୍ସିଡେଜ (mitochondrial cytochrome oxidase) ଇତ୍ୟାଦି ପ୍ରଭାବିତ ହୁଅନ୍ତି । [୩] କାର୍ବୋକ୍ସିହେମୋଗ୍ଲୋବିନ ସ୍ତର ଅଣଧୂମ୍ରପାୟୀଙ୍କର ୩% ଓ ଧୂମ୍ରପାୟୀଙ୍କର ୧୦%ରୁ ଅଧିକ ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩]

କାର୍ବନ ମୋନୋକ୍ସାଇଡ ଅନ୍ୱେଷକ ଯନ୍ତ୍ର (Carbon monoxide detectors, ଗ୍ୟାସ ଯନ୍ତ୍ରପାତିର (gas appliances) ନିର୍ଗମନ ବ୍ୟବସ୍ଥା, ଚିମନି ପରିଷ୍କାର ରଖିବା ଓ ଗାଡ଼ିମାନଙ୍କର ନିଷ୍କାସନ ପ୍ରଣାଳୀ (exhaust system)s ଭଲ ଅବସ୍ଥାରେ ରଖିବାଦ୍ୱାରା ଏହି ବିଷକ୍ରିୟା ପ୍ରତିଷେଧ ହୋଇପାରିବ । [୧] ରୋଗୀଙ୍କୁ ୧୦୦% ଅମ୍ଳଜାନ (100% oxygen) ଓ ସାହାଯ୍ୟକାରୀ ଯତ୍ନ ଦିଆଯାଏ ।[୩][୫] ଲକ୍ଷଣ ନରହିବା ପର୍ଯ୍ୟନ୍ତ ଚିକିତ୍ସା ଚାଲୁରହେ ଓ କାର୍ବୋକ୍ସିହେମୋଗ୍ଲୋବିନ ସ୍ତର ବିପଦ ସ୍ତରଠାରୁ କମ ରଖିବାକୁ (<୧୦%) ଚେଷ୍ଟା କରାଯାଏ ।[୩] ସାଂଘାତିକ କେଶ୍‌ରେ ହାଇପରବାରିକ ଅମ୍ଳଜାନ ଥେରାପି (hyperbaric oxygen therapy) ଦିଆଯାଉଥିଲେ ମଧ୍ୟ ସାଧାରଣ ଅମ୍ଳଜାନଠାରୁ ଏହାର ଉପକାରୀତା ସ୍ପଷ୍ଟ ହେଉନାହିଁ । [୩][୬] ଏହି ରୋଗୀମାନଙ୍କ ମଧ୍ୟରୁ ମୃତ୍ୟୁ ସଙ୍କଟ ପ୍ରାୟ ୧-୩୦% ରହେ ।[୩]

ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ବନ ମୋନୋକ୍ସାଇଡ ବିଷକ୍ରିୟା ଅତି ସାଧାରଣ ଓ ଏହା ଯୋଗୁ ବାର୍ଷିକ ୨୦,୦୦୦ ରୋଗୀ ଆଶୁ ଚିକିତ୍ସାକୁ ଆସନ୍ତି । [୧][୮] ଅନେକ ଦେଶମାନଙ୍କରେ ଏହା ଏକ ଘାତକ ବିଷକ୍ରିୟା ।[୯] ଅଣଅଗ୍ନିକାଣ୍ଡ କାର୍ବନ ମୋନୋକ୍ସାଇଡ ବିଷକ୍ରିୟାଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଷିକ ୪୦୦ ମୃତ୍ୟୁ ହୁଏ ।[୧] ବିଦ୍ୟୁତ ଶକ୍ତି ଅଭାବରୁ (power outage) ବ‌ହନୀୟ ବା ପୋଟେବ୍ଲ ଜେନେରେଟର (portable generators) ବ୍ୟବ‌ହାର ଯୋଗୁ ଶୀତଦିନେ ଏହି ବିଷକ୍ରିୟା ଅଧିକ ହୁଏ ।[୩][୭] ପୁରାତନ ଇତିହାସ ସମୟରେ ମଧ୍ୟ ଏହି ବାଷ୍ଟ ବିଷୟରେ ଜ୍ଞାନ ଥିଲା ।[୧୦] ସନ ୧୮୭୫ରେ ହେମୋଗ୍ଲୋବିନ ଉପରେ ଏହାର ପ୍ରଭାବ ବିଷୟ ଜଣାପଡ଼ିଥିଲା । [୧୦]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Health, National Center for Environmental (30 December 2015). "CDC - Carbon Monoxide Poisoning - Frequently Asked Questions". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 5 July 2017. Retrieved 2 July 2017.
  2. ୨.୦ ୨.୧ Schottke, David (2016). Emergency Medical Responder: Your First Response in Emergency Care (in ଇଂରାଜୀ). Jones & Bartlett Learning. p. 224. ISBN 9781284107272. Archived from the original on 10 September 2017. Retrieved 2 July 2017.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ Guzman, JA (October 2012). "Carbon monoxide poisoning". Critical care clinics. 28 (4): 537–48. doi:10.1016/j.ccc.2012.07.007. PMID 22998990.
  4. Caterino, Jeffrey M.; Kahan, Scott (2003). In a Page: Emergency medicine (in ଇଂରାଜୀ). Lippincott Williams & Wilkins. p. 309. ISBN 9781405103572. Retrieved 2 July 2017.
  5. ୫.୦ ୫.୧ ୫.୨ ୫.୩ ୫.୪ Bleecker, ML (2015). "Carbon monoxide intoxication". Handbook of clinical neurology. 131: 191–203. doi:10.1016/B978-0-444-62627-1.00024-X. PMID 26563790.
  6. ୬.୦ ୬.୧ Buckley, NA; Juurlink, DN; Isbister, G; Bennett, MH; Lavonas, EJ (13 April 2011). "Hyperbaric oxygen for carbon monoxide poisoning". The Cochrane Database of Systematic Reviews (4): CD002041. doi:10.1002/14651858.CD002041.pub3. PMID 21491385.
  7. ୭.୦ ୭.୧ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. pp. 227–228. ISBN 9780323448383. Archived from the original on 10 September 2017. Retrieved 2 July 2017.
  8. Penney, David G. (2007). Carbon Monoxide Poisoning (in ଇଂରାଜୀ). CRC Press. p. 569. ISBN 9780849384189. Archived from the original on 10 September 2017. Retrieved 2 July 2017.
  9. Omaye ST (Nov 2002). "Metabolic modulation of carbon monoxide toxicity". Toxicology. 180 (2): 139–50. doi:10.1016/S0300-483X(02)00387-6. PMID 12324190.
  10. ୧୦.୦ ୧୦.୧ Blumenthal, I (June 2001). "Carbon monoxide poisoning". Journal of the Royal Society of Medicine. 94 (6): 270–2. doi:10.1177/014107680109400604. PMC 1281520. PMID 11387414.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ