କାମରାନ ଅକମଲ

ଉଇକିପିଡ଼ିଆ‌ରୁ
କାମରାନ ଅକମଲ
کامران اکمل
ବ୍ୟକ୍ତିଗତ ତଥ୍ୟ
ନାମକାମରାନ ଅକମଲ
ଜନ୍ମ (1982-01-13) ୧୩ ଜାନୁଆରୀ ୧୯୮୨ (ବୟସ ୪୨)
ଲାହୋର, ପଞ୍ଜାବ, ପାକିସ୍ତାନ
ଉଚ୍ଚତା5 ft 6 in (1.68 m)
ବ୍ୟାଟିଂ ପ୍ରକାରଡାହାଣ ହାତରେ ବ୍ୟାଟିଂ
ବୋଲିଂ ପ୍ରକାରରାଇଟ ଆର୍ମ ମିଡିୟମ
ଭୂମିକାବିକେଟ କିପର, ବ୍ୟାଟିଂ
ସମ୍ପର୍କୀୟଅନ୍ଦନ ଅକମଲ (ଭାଈ)
ଅମର ଅକମଲ (ଭାଈ)
ବାବର ଆଜମ (କଜନ)
ସଫିର ଆଜମ (କଜନ)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 172)9 ନଭେମ୍ବର 2002 v ଜିମ୍ବାୱେ
ଶେଷ ଟେଷ୍ଟ26 ଅଗଷ୍ଟ 2010 v ଇଂଲଣ୍ଡ
ପ୍ରଥମ ଦିନିକିଆ (cap 143)23 ନଭେମ୍ବର 2002 v ଜିମ୍ବାୱେ
ଶେଷ ଦିନିକିଆ11 ଏପ୍ରିଲ 2017 v ୱେଷ୍ଟଇଣ୍ଡିଜ
ଦିନିକିଆ ଜାମା ନମ୍ବର23
ପ୍ରଥମ ଟି୨୦ (cap 3)28 ଅଗଷ୍ଟ 2006 v ଇଂଲଣ୍ଡ
ଶେଷ ଟି୨୦2 ଏପ୍ରିଲ 2017 v ୱେଷ୍ଟଇଣ୍ଡିଜ
ଘରୋଇ ଦଳ ତଥ୍ୟ
YearsTeam
2005–2012ଲହୋର ଲାୟନ୍ସ
2012–2014ଲହୋର ଇଗଲ୍ସ
2008ରାଜସ୍ଥାନ ରୟାଲ
2015ମୁଲ୍ତାନ ଟାଇଗର୍ସ
2015ତ୍ରିଂବେଗୋ ନାଇଟ ରାଇଡ଼ର୍ଶ
2015ଚିଟଗାଁ ବାଇକିଙ୍ଗ
2016–ବର୍ତ୍ତମାନଜଲ୍ମୀ
2017–ବର୍ତ୍ତମାନସେଣ୍ଟ ଲୁସିୟା ଷ୍ଟାର୍ସ
Career statistics
ପ୍ରତିଯୋଗିତା ଟେଷ୍ଟ କ୍ରିକେଟ ଏକ ଦିବସିୟ ଅନ୍ତଃରାଷ୍ଟ୍ରୀୟ, ୱାନ ଡେ 20-20 ପ୍ରଥମ ଶ୍ରେଣୀ କ୍ରିକେଟ
ମ୍ୟାଚ ସଂଖ୍ୟା 53 157 58 221
ମୋଟ ରନ 2,648 3,236 987 11,647
ବ୍ୟାଟିଂ ହାର 30.79 26.09 21.00 37.69
ଶତକ/ଅର୍ଦ୍ଧଶତକ 6/12 5/10 0/5 29/52
ସର୍ବାଧିକ ରନ 158* 124 73 275
କ୍ୟାଚ/ଷ୍ଟମ୍ପିଙ୍ଗ 184/22 157/31 28/32 780/61
Source: ଇଏସପିଏନ, 04 ନଭେମ୍ବର 2017

କାମରାନ ଅକମଲ (ଉର୍ଦ୍ଦୁ: کامران اکمل ; ଜନ୍ମ 13 ଜାନୁଆରୀ 1982) ଜଣେ ପାକିସ୍ଥାନୀ କ୍ରିକେଟ ଖେଳାଳୀ ଅଟନ୍ତି, ଯିଏ ପାକିସ୍ଥାନ ପାଇଁ ଟେଷ୍ଟ କ୍ରିକେଟ, ଏକ ଦିବସିୟ ଅନ୍ତଃ ରାଷ୍ଟ୍ରୀୟ କ୍ରିକେଟ ଏବଂ 20-20 କ୍ରିକେଟରେ ବିକେଟ କିପର ଓ ବ୍ୟାଟ୍ସମ୍ୟାନ ରୂପେ ଖେଳନ୍ତି । ସେ ନଭେମ୍ବର 2002 ମସିହାରେ ଅନ୍ତଃ ରାଷ୍ଟ୍ରୀୟ କ୍ୟାରିଅରର ଆରମ୍ଭ ଏକ ଟେଷ୍ଟ କ୍ରିକେଟ ସହିତ କରିଥିଲେ, ସେଥିରେ ସେ ପାକିସ୍ତାନ ହରାରେ ସ୍ପୋଡ୍ସ କ୍ଳବରେ ମ୍ୟାଚ ଜିତିଥିଲେ ।[୧] ସେ 53ଟି ଟେଷ୍ଟ ମ୍ୟାଚରେ 2648 ରନ ବନେଇଥିଲେ, ଏହା ସହିତ 137 ODIs ମ୍ୟାଚରେ ପାଞ୍ଚ ଶତକ ସାହାଯ୍ୟରେ 2924 ରନ ବନେଇଥିଲେ । T20Isରେ ସେ 704 ରନ ବନେଇଥିଲେ । ୱିକେଟ କିପର ରୂପେ ସେ କ୍ରମଶଃ ଟେଷ୍ଟ, ଓଡ଼ିଆଇ ଏବଂ ଟି20ଆଇରେ 206, 169 ଓ 52 ବ୍ୟାଟ୍ସମ୍ୟାନଙ୍କୁ ବରଖାସ୍ତ କରିଦେଇଛନ୍ତି ।

ଜୀବନୀ[ସମ୍ପାଦନା]

ପାକିସ୍ତାନ କ୍ରିକେଟ ଟିମର ଏହି ବିକେଟ କିପର ଏବଂ ବ୍ୟାଟ୍ସମ୍ୟାନ କାମରାନ ଅକମଲଙ୍କ ଜନ୍ମ 23 ଜାନୁଆରୀ 1982 ମସିହାରେ ଲାହୋର, ପଞ୍ଜାବ (ପାକିସ୍ତାନ)ରେ ହୋଇଥିଲା । ସେ ନିଜ କ୍ରିକେଟ କ୍ୟାରିଅରର ଆରମ୍ଭ 2002 ମସିହାରେ କରିଥିଲେ । ଅକମଲଙ୍କ ଭାଈ "ଉମର ଅକମଲ" ଓ "ଅନ୍ଦନ ଅକମଲ" ମଧ୍ୟ କ୍ରିକେଟ ଖେଳାଳୀ ଅଟନ୍ତି, ତା'ସହିତ ବାବର ଆଜମ ଏବଂ ସଫୀର ଆଜମ ମଧ୍ୟ କ୍ରିକେଟର ଅଟନ୍ତି । ସେ 2006 ମସିହାରେ ଆଇଜାଙ୍କୁ ବିବାହ କରିଥିଲେ । ସେ ନିଜ ସ୍ତ୍ରୀ, ଝିଅ (ଲାଇବା) ଓ ପୁଅ (ଆୟାନ)ଙ୍କ ସହିତ ରହନ୍ତି । [୨] ସେ ବିକୋନ ହାଉସ ସିଷ୍ଟମ, ଗାର୍ଡେନ ଟାଉନ, ଲାହୋରରେ ନିଜ ସ୍ନାତକ ଶିକ୍ଷା ଶେଷ କରିଥିଲେ ।[୩].[୪]

କ୍ରିକେଟ କ୍ୟାରିଅର[ସମ୍ପାଦନା]

ଘରୋଇ କ୍ରିକେଟ କ୍ୟାରିଅର[ସମ୍ପାଦନା]

କ୍ରିକେଟର କାମରାନ ଅକମଲ ନିଜର ଘରୋଇ କ୍ରିକେଟ ମ୍ୟାଚ ଲାହୋର ଲାୟନ୍ସ ପାଇଁ[୫] ଖେଳିଥିଲେ ତା'ସହିତ ଇଣ୍ଡିଆନ ପ୍ରିମିଅର ଲିଗ (ଆଇପିଏଲ)ରେ 2008 ମସିହାର ସିଜିନରେ ରାଜସ୍ଥାନ ରୟାଲ ପାଇଁ ଖେଳିଥିଲେ । [୬]

ଅନ୍ତଃ ରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅର[ସମ୍ପାଦନା]

କାମରାନ ଅକମଲ ନିଜର କ୍ରିକେଟ କ୍ୟାରିଅରର ଆରମ୍ଭ 9 ନଭେମ୍ବର 2002 ମସିହାରେ ହରାରେର କ୍ରିକେଟ ଗ୍ରାଉଣ୍ଡରେ ଜିମ୍ବାୱେ କ୍ରିକେଟ ଟିମ ବିରୁଦ୍ଧରେ ଟେଷ୍ଟ କ୍ରିକେଟ ମ୍ୟାଚ ଖେଳିଥିଲେ ଏବଂ ସେହି ଟେଷ୍ଟ [୭] ମ୍ୟାଚରେ ପାକିସ୍ତାନ କ୍ରିକେଟ ଟିମକୁ ଜିତାଇଥିଲେ । ସେ ନିଜ ଅନ୍ତିମ ଟେଷ୍ଟ ମ୍ୟାଚ 2010 ମସିହାରେ ଇଂଲଣ୍ଡ କ୍ରିକେଟ ଟିମ ବିରୁଦ୍ଧରେ ଖେଳିଥିଲେ ।

ଏହାପରେ ଅକମଲ ନିଜର ଏକ ଦିବସିୟ ଅନ୍ତଃ ରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅରର ଆରମ୍ଭ 23 ନଭେମ୍ବର 2002 ମସିହାରେ ଜିମ୍ବାୱେ କ୍ରିକେଟ ଟିମ ବିରୁଦ୍ଧରେ କରିଥିଲେ । ସେ ନିଜ ୱାନଡେ କ୍ରିକେଟରେ ଏପ୍ରିଲ 2017 ପର୍ଯ୍ୟନ୍ତ 157ଟି ମ୍ୟାଚରେ 3236 ରନ ବନେଇ ସାରିଛନ୍ତି, ଯେଉଁଥିରେ 5 ଶତକ ମଧ୍ୟ ସାମିଲ ରହିଛି । ସେ ପାକିସ୍ଥାନର ସବୁଠାରୁ ଭଲ ୱିକେଟ କିପର ରୂପେ ଜଣାଯା'ନ୍ତି ।[୮]

ଅକମଲ ନିଜ 20-20 ଅନ୍ତଃ ରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅରର ଆରମ୍ଭ 28 ଅଗଷ୍ଟ 2006 ମସିହାରେ ଇଂଲଣ୍ଡ କ୍ରିକେଟ ଟିମ ବିରୁଦ୍ଧରେ କରିଥିଲେ ।[୯]

ଅଗଷ୍ଟ 2012 ମସିହାରେ, ଅଷ୍ଟ୍ରେଲିଆ ବିରୁଦ୍ଧରେ ତିନି ଏକଦିବସିୟ (ODI) ଶୃଙ୍ଖଳା ପାଇଁ ଅକମଲଙ୍କୁ ପୁନର୍ବାର ଡ଼କାଯାଇଥିଲା ।[୧୦]

ଆଧାର[ସମ୍ପାଦନା]

  1. "Pakistan in Zimbabwe Test Series – 1st Test". ESPNcricinfo. Retrieved 7 July 2012.
  2. "Kamran Akmal Wedding Was Held In 2006". 24 July 2012.
  3. "Pak school kids 'make up' for cricket team's defeat". 2007-11-14. Archived from the original on 2008-10-09. Retrieved 2009-06-27.
  4. "Profile: Kamran Akmal". ESPNcricinfo. Retrieved 7 July 2012.
  5. HBL Pakistan Super League. ""PSL Playoff 3 Result : Kamran Akmal's Century powers Peshawar Zalmi to reach in PSL 2017 Final"". Archived from the original on 2017-11-21. Retrieved 5 नवम्बर 2017. {{cite web}}: Check date values in: |accessdate= (help); no-break space character in |title= at position 22 (help)
  6. ""Kamran Akmal Wedding Was Held In 2006"". Retrieved 5 ନଭେମ୍ବର2017. {{cite web}}: Check date values in: |accessdate= (help)
  7. କ୍ରିକେଟ ଆର୍କଇବ. "Kamran Akmal profile". Retrieved 5 नवम्बर 2017. {{cite web}}: Check date values in: |accessdate= (help)
  8. ଇଏସପିଏନ. "Kamran Akmal profile". Retrieved 5 नवम्बर 2017. {{cite web}}: Check date values in: |accessdate= (help)
  9. Sportzwiki. "Kamran Akmal Full Profile". Retrieved 5 ନଭେମ୍ବର 2017.
  10. "Younis, Gul dropped from ODI squad".