କରୋନାଭୂତାଣୁ
colspan=2 style="text-align: center; background-color: transparent; text-align:center; border: 1px solid red;" | କରୋନାଭୂତାଣୁ | |
---|---|
କରୋନାଭାଇରସ୍ ଭାଇରନ୍ସର ଇଲେକ୍ଟ୍ରନ୍ ମାଇକ୍ରୋଗ୍ରାଫ୍ | |
colspan=2 style="min-width:15em; text-align: center; background-color: transparent; text-align:center; border: 1px solid red;" | ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
colspan=2 style="text-align: center; background-color: transparent; text-align:center; border: 1px solid red;" | Genera[୧] | |
| |
colspan=2 style="text-align: center; background-color: transparent; text-align:center; border: 1px solid red;" | Synonyms[୨][୩] | |
|
କରୋନାଭୂତାଣୁ (ଇଂରାଜୀ ଭାଷା: Coronaviruses) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ । ମାନବ ଦେହରେ ଏହି ଭୂତାଣୁ ପ୍ରାୟତଃ ସାମାନ୍ୟ ଧରଣର ଶ୍ୱାସକ୍ରିୟା ସଂକ୍ରମଣ (respiratory infection) କରାଏ କିନ୍ତୁ ତାହା କ୍ୱଚିତ ଘାତକ ସିଦ୍ଧ ହୋଇଥାଏ । ଗଳା, ନାକ ଓ ସାଇନସରେ ଏହି ସଂକ୍ରମଣ ହୁଏ । ଏହି ଭୂତାଣୁର ଚିକିତ୍ସା ବା ପ୍ରତିଷେଧକ ନିମନ୍ତେ କୌଣସି ଟୀକା ପ୍ରସ୍ତୁତ ହୋଇନାହିଁ ।
ଏହି ଭୂତାଣୁ କରୋନାଭିରିଡି (Coronaviridae) ପରିବାର, ଅର୍ଥୋକରୋନାଭିରିନି (Orthocoronavirinae) ଉପପରିବାର ଓ ନିଡୋଭିରେଲ (Nidovirales) ଅର୍ଡ଼ରର ଭୂତାଣୁ ଅଟେ । [୪][୫] ଏହା ଏକ ପ୍ରକାର ଆବୃତ ଭୁତାଣୁ (enveloped virus) ଯେଉଁଥିରେ ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ (positive-sense single-stranded RNA genome) ଓ ହେଲିକାଲ ସିମେଟ୍ରି ଥିବ ନ୍ୟୁକ୍ଲିଓକାପସିଡ (RNA genome and with a nucleocapsid) ଥାଏ । କରୋନା ଭୂତାଣୁର ଆକାର ଆରଏନଏ ନିମନ୍ତେ ସର୍ବାଧିକ - ୨୬ରୁ ୩୨ କିଲୋବେସ (kilobases) ।
କରୋନାଭୂତାଣୁ
[ସମ୍ପାଦନା]ବୟସ୍କ ଓ ପିଲାଙ୍କ ମଧ୍ୟରେ ସମସ୍ତ ସର୍ଦ୍ଦି ରୋଗ ମଧ୍ୟରୁ କରୋନାଭୂତାଣୁର ଏକ ଉଲ୍ଲେଖନୀୟ ଅଂଶ ଥାଏ । ସାଧାରଣତଃ ଶୀତ ଋତୁରେ ଏହି ରୋଗ ଯୋଗୁ ଜ୍ୱର ହୁଏ ଓ ଗଳାର ଆଡେନଏଡ (adenoid) ଫୁଲିଯାଏ ।[୬] କରୋନାଭୂତାଣୁ ଯୋଗୁ ପ୍ରତ୍ୟକ୍ଷ ନିମୋନିଆ ବା ଜୀବାଣୁଜନିତ ପରୋକ୍ଷ ନିମୋନିଆ (bacterial pneumonia) ହୋଇପାରେ; ସେହିଭଳି ଏହା ଯୋଗୁ ପ୍ରତ୍ୟକ୍ଷ ଶ୍ୱାସନଳୀ ପ୍ରଦାହ ବା ଜୀବାଣୁ ଯୋଗୁ ପରୋକ୍ଷ ଶ୍ୱାସନଳୀ ପ୍ରଦାହ ହୋଇପାରେ ।[୭] ସନ ୨୦୦୩ରେ ମାନବ କରୋନାଭୂତାଣୁ ଆବିଷ୍କୃତ ହୋଇଥିଲା । ଏସଏଆରଏସ (SARS-CoV) କରୋନାଭୂତାଣୁ ଯୋଗୁ ତୀବ୍ର ଶ୍ୱାସକ୍ରିୟା ସିଣ୍ଡ୍ରୋମ ବା ସିଭିଅର ଆକ୍ୟୁଟ ରେସପିରେଟରି ସିଣ୍ଡ୍ରୋମ (severe acute respiratory syndrome (SARS)) ହୁଏ ଯେଉଁଥିରେ ଏକ ସ୍ୱତନ୍ତ୍ର ନିଦାନ ଯୋଗୁ ଉଭୟ ଉର୍ଦ୍ଧ୍ୱ ଓ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ (upper ଓ lower respiratory tract infection) ହୋଇପାରେ ।[୭]
ବିଭିନ୍ନ ସ୍ଟ୍ରେନର କରୋନାଭୂତାଣୁ ଥାଏ:
- ମାନବ କରୋନାଭୂତାଣୁ ୨୨୯ ଇ (Human coronavirus 229E (HCoV-229E))
- ମାନବ କରୋନାଭୂତାଣୁ ଓସି୪୩ (Human coronavirus OC43 (HCoV-OC43))
- ସାର୍ସ କରୋନାଭୂତାଣୁ (SARS-CoV)
- ମାନବ କରୋନାଭୂତାଣୁ ଏନଏଲ୬୩ (Human coronavirus NL63 (HCoV-NL63, New Haven coronavirus))
- ମାନବ କରୋନାଭୂତାଣୁ ଏଚକେୟୁ୧ (Human coronavirus HKU1)
- ମଧ୍ୟପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ (Middle East respiratory syndrome coronavirus (MERS-CoV), ଆଗରୁ ନଭେଲ କରୋନାଭାଇରସ ୨୦୧୨ ଓ HCoV-EMC ବୋଲି ଜଣା ।)
- ନୂତନ କରୋନାଭୂତାଣୁ (Novel coronavirus), [୮] ଅନ୍ୟ ନାମ: ଉହାନ ନିମୋନିଆ ବା ଉହାନ କରୋନାଭୂତାଣୁ [୯] ('Novel' ବା ନୂତନ ଏକ ପ୍ଲେସହୋଲ୍ଡର ନାମ ଯାହା ନୂଆ ନାମ ଅଟେ । ) [୮]
ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ
[ସମ୍ପାଦନା]ସେପ୍ଟେମ୍ବର ୨୦୧୨ରେ ଏକ ନୂଆ କରୋନାଭୂତାଣୁ ଚିହ୍ନଟ ହୋଇଥିଲା ଯାହାକୁ ପ୍ରଥମେ ନଭେଲ କରୋନାଭୂତାଣୁ ୨୦୧୨ କୁହାଯାଉଥିଲା ଓ ଅଧୁନା ଏହାକୁ ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ ଭୂତାଣୁ (MERS-CoV) କୁହାଯାଉଛି । [୧୦][୧୧] ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତୁରନ୍ତ ଏକ ଜାଗତିକ ଆଲର୍ଟ ଜାରି କରିଥିଲେ । [୧୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ଏହି ଭୂତାଣୁ ମଣିଷଠାରୁ ମଣିଷ ପାଖକୁ ସହଜରେ ସଞ୍ଚାରିତ ହୋଇପାରେ ନାହିଁ । [୧୩] କିନ୍ତୁ ମଇ ୧୨/୦୫/୨୦୧୩ରେ ଫ୍ରେଞ୍ଚ ମିନିଷ୍ଟ୍ରି ଅଫ ସୋସିଆଲ ଆଫେୟାର ଆଣ୍ଡ ହେଲ୍ଥ ନିଶ୍ଚିତ କରିଥିଲା ଯେ ଏହା ମାନବରୁ ମାନବ ସଞ୍ଚାରଣ ହେଉଛି । [୧୪] ଟ୍ୟୁନିସିଆରେ ମଧ୍ୟ ଏହିଭଳି ସଞ୍ଚାରଣ ଦେଖିବାକୁ ମିଳିଛି । କିନ୍ତ ଏସବୁ ସତ୍ତ୍ୱେ ଏହା ସହଜରେ ମାନବ-ମାନବ ସଞ୍ଚାରିତ ହୋଇପାରେ ନାହିଁ ।[୧୫] ୩୦/୧୦/୨୦୧୩ ସୁଦ୍ଧା ସାଉଦି ଆରବରେ ୧୨୪ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା । [୧୬]
ଆଧାର
[ସମ୍ପାଦନା]- ↑ "Virus Taxonomy: 2018b Release" (html). International Committee on Taxonomy of Viruses (ICTV) (in ଇଂରାଜୀ). March 2019. Archived from the original on 4 March 2018. Retrieved 24 January 2020.
- ↑ "2017.012-015S" (xlsx). International Committee on Taxonomy of Viruses (ICTV) (in ଇଂରାଜୀ). October 2018. Archived from the original on 14 May 2019. Retrieved 24 January 2020.
- ↑ de Groot RJ, Baker SC, Baric R, Enjuanes L, Gorbalenya AE, Holmes KV, Perlman S, Poon L, Rottier PJ, Talbot PJ, Woo PC, Ziebuhr J (2011). "Family Coronaviridae". In AMQ King, E Lefkowitz, MJ Adams, EB Carstens (eds.). Ninth Report of the International Committee on Taxonomy of Viruses. Elsevier, Oxford. pp. 806–828. ISBN 978-0-12-384684-6.
- ↑ International Committee on Taxonomy of Viruses (24 August 2010). "ICTV Master Species List 2009 – v10". Archived from the original (xls) on 15 April 2013. Retrieved 25 January 2020.
- ↑ Liu P, Shi L, Zhang W, He J, Liu C, Zhao C, Kong SK, Loo JF, Gu D, Hu L (November 2017). "Prevalence and genetic diversity analysis of human coronaviruses among cross-border children". Virology Journal (in ଇଂରାଜୀ). 14 (1): 230. doi:10.1186/s12985-017-0896-0. PMC 5700739. PMID 29166910.
{{cite journal}}
: CS1 maint: unflagged free DOI (link) - ↑ ୭.୦ ୭.୧ Forgie S, Marrie TJ (February 2009). "Healthcare-associated atypical pneumonia". Seminars in Respiratory and Critical Care Medicine. 30 (1): 67–85. doi:10.1055/s-0028-1119811. PMID 19199189.
- ↑ ୮.୦ ୮.୧ "Novel Coronavirus 2019, Wuhan, China | CDC". www.cdc.gov. 23 January 2020. Archived from the original on 20 January 2020. Retrieved 23 January 2020.
- ↑ "Pneumonia of unknown cause – China". World Health Organization. 5 January 2020. Archived from the original on 7 January 2020. Retrieved 23 January 2020.
- ↑ Doucleef, Michaeleen (26 September 2012). "Scientists Go Deep On Genes Of SARS-Like Virus". Associated Press. Archived from the original on 27 September 2012. Retrieved 27 September 2012.
{{cite news}}
: Unknown parameter|name-list-format=
ignored (|name-list-style=
suggested) (help) - ↑ Falco, Miriam (24 September 2012). "New SARS-like virus poses medical mystery". CNN Health. Archived from the original on 1 November 2013. Retrieved 16 March 2013.
{{cite news}}
: Unknown parameter|name-list-format=
ignored (|name-list-style=
suggested) (help) - ↑ "New SARS-like virus found in Middle East". Al-Jazeera. 24 September 2012. Archived from the original on 9 March 2013. Retrieved 16 March 2013.
- ↑ Kelland, Kate (28 September 2012). "New virus not spreading easily between people: WHO". Reuters. Archived from the original on 24 November 2012. Retrieved 16 March 2013.
{{cite news}}
: Unknown parameter|name-list-format=
ignored (|name-list-style=
suggested) (help) - ↑ Nouveau coronavirus – Point de situation : Un nouveau cas d’infection confirmé Archived 8 June 2013 at the Wayback Machine. (Novel coronavirus – Status report: A new case of confirmed infection) 12 May 2013, social-sante.gouv.fr
- ↑ CDC (2 August 2019). "MERS Transmission". Centers for Disease Control and Prevention. Archived from the original on 7 December 2019. Retrieved 10 December 2019.
- ↑ "Novel coronavirus infection – update". World Health Association. 22 May 2013. Archived from the original on 7 June 2013. Retrieved 23 May 2013.