ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭିର

ଉଇକିପିଡ଼ିଆ‌ରୁ
ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭିର
Combination of
OmbitasvirAntiviral (NS5A inhibitor)
ParitaprevirAntiviral (NS3 inhibitor)
RitonavirPK enhancer (CYP3A4, CYP2D6 inhibitor)
Clinical data
Trade namesViekira Pak (with dasabuvir), Technivie, Viekirax
AHFS/Drugs.commonograph
Pregnancy
category
  • US: B (No risk in non-human studies)
Routes of
administration
by mouth
ATC code
Legal status
Legal status
Identifiers
ChemSpider
  • none
KEGG
  (verify)

ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭିର (ଇଂରାଜୀ ଭାଷାରେ Ombitasvir/paritaprevir/ritonavir, ବିକ୍ରୟ ନାମ ଟେକନିଭାଇ/Technivieଭିଏକିରା ପାକ/Viekira Pak) ଏକ ଔଷଧ ଯାହା ହେପାଟାଟିସ ସି ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । ଏହା ଏକ ସ୍ଥିରିକୃତ ମାତ୍ରାର ମିଶ୍ରିତ (fixed dose combination) ଔଷଧ ଯେଉଁଥିରେ ଓମ୍ବିଟାସଭିର (ombitasvir), ପାରିଟାପ୍ରେଭିର (paritaprevir), ଓ ରିଟୋନାଭିର (ritonavir) ଥାଏ ।[୧] ବିଶେଷତଃ ହେପାଟାଇଟିସ ସି ଭୁତାଣୁ ଜେନୋଟାଇପ ୧ ବା ୪ (hepatitis C virus genotype) ସଂକ୍ରମଣ ନିମନ୍ତେ ଡାସାବୁଭିର (dasabuvir) ଓ ରିବାଭିରିନ (ribavirin) ସ‌ହିତ ଏହା ଦିଆଯାଏ ।[୧][୨] ଏହାର ଆରୋଗ୍ୟ ହାର ପ୍ରାୟ ୯୫% ।[୨] ଏହା ପାଟିରେ ଦିଆଯାଏ ।[୧]

ଏହି ଔଷଧ ସାଧାରଣତଃ ଦେହ ସ‌ହ୍ୟ କରିପାରେ ।[୩] ସାଧାରଣତଃ ଅଇ, ଗଲୁ ଓ ନିଦ୍ରା ସମସ୍ୟା ଦେଖାଯାଏ । ପୂର୍ବରୁ ହେପାଟାଇଟିସ ବି ସଂକ୍ରମିତ ହୋଇଥିବା ଲୋକଙ୍କର ଆଲର୍ଜି ପ୍ରତିକ୍ରିୟା ଓ ରୋଗ ପୁନର୍ଜୀବିତ ହୋଇପାରେ । ଯକୃତ ସମସ୍ୟା (liver problems) ଥିବା ଲୋକଙ୍କର ଏହା ବ୍ୟବ‌ହାର କରିବା ଉଚିତ ନୁହେଁ । ଗର୍ଭାବସ୍ଥାରେ ଏହା ହାନି କରିବା ଜଣାଯାଇନଥିଲେ ମଧ୍ୟ ଏହା ଉପରେ ଅଧିକ ଅନୁଶୀଳନ ହୋଇନାହିଁ ।[୧] ଏହି ଔଷଧ ମଧ୍ୟରେ ଥିବା ପ୍ରତ୍ୟେକ ଉପାଦାନର କାର୍ଯ୍ୟବିଧି ସ୍ୱତନ୍ତ୍ର ଥାଏ ।[୨] ପାରିଟାପ୍ରେଭିର ନଷ୍ଟ ହେବାରୁ ରିଟୋନାଭିର କମ୍ କରେ । [୧]

ଯୁକ୍ତରାଷ୍ଟ୍ରରେ ସନ ୨୦୧୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭି ସ୍ୱୀକୃତ ହୋଇଥିଲା । [୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧର ୧୨ ସପ୍ତାହର ଖର୍ଚ୍ଚ ପ୍ରାୟ ୩୨,୧୯୯.୯୯ ପାଉଣ୍ଡ ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୨ ସପ୍ତାହ ଚିକିତ୍ସାର ହୋଲସେଲ ମୂଲ୍ୟ ୭୬,୬୫୩.୦୦ ଆମେରିକୀୟ ଡଲାର ।[୪][୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Ombitasvir, Paritaprevir, and Ritonavir with Dasabuvir Sodium". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ "Viekirax 12.5 mg/75 mg/50 mg film-coated tablets - Summary of Product Characteristics (SPC) - (eMC)". www.medicines.org.uk. 15 January 2015. Archived from the original on 1 January 2017. Retrieved 31 December 2016.
  3. The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. p. 71. ISBN 9789240694941. Retrieved 8 December 2016.
  4. ୪.୦ ୪.୧ "Ombitasvir-Paritaprevir-Ritonavir and Dasabuvir (Viekira Pak) - Treatment - Hepatitis C Online". www.hepatitisc.uw.edu. Retrieved 31 December 2016.
  5. "Ombitasvir, Paritaprevir, and Ritonavir". The American Society of Health-System Pharmacists. Retrieved 8 December 2016.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Viekirax® : British National Formulary". NICE. NICE. Retrieved 31 December 2016.
  8. "Ombitasvir-Paritaprevir-Ritonavir (Technivie) - Treatment - Hepatitis C Online". www.hepatitisc.uw.edu. Retrieved 31 December 2016.