ଏପିଗ୍ଲଟାଇଟିସ

ଉଇକିପିଡ଼ିଆ‌ରୁ
ଏପିଗ୍ଲଟାଇଟିସ
ଆକ୍ୟୁଟ ସୁପ୍ରାଏପିଗ୍ଲଟାଇଟିସ
ବେକ ଏକ୍ସ-ରେ ଚିତ୍ରରେ ବୃଦ୍ଧାଙ୍ଗୁଳି ଛାପ ଚିହ୍ନ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpulmonology[*]
ଆଇସିଡ଼ି-୧୦J05.1
ଆଇସିଡ଼ି-୯-ସିଏମ୍464.3, 476.1
ରୋଗ ଡାଟାବେସ4360
ମେଡ଼ିସିନ-ପ୍ଲସ000605
ଇ-ମେଡ଼ିସିନemerg/169 emerg/375 ped/700
Patient UKଏପିଗ୍ଲଟାଇଟିସ
MeSHD004826

ଏପିଗ୍ଲଟାଇଟିସ ରୋଗ ଏପିଗ୍ଲଟିସର (ସ୍ୱରଛତ୍ରାକ) ପ୍ରଦାହକୁ କୁହାଯାଏ; ଜିଭ ମୂଳରେ ଥିବା ପରଦା ବା ଫ୍ଲାପକୁ ଏପିଗ୍ଲଟିସ ନାମ ଦିଅଯାଇଥାଏ ଯାହା ଶ୍ୱାସନଳୀ ମଧ୍ୟରେ ଖାଦ୍ୟ ପଶିଯିବାକୁ ବାଧା ଦିଏ ।[୧] ଏହାର ଲକ୍ଷଣ ଶୀଘ୍ର ଦେଖାଯାଏ, ଗିଳିବାରେ ଅସୁବିଧା ହେବାରୁ ପାଟିରୁ ଖାଦ୍ୟ ଖସିପଡ଼େ, ସ୍ୱର ପରିବର୍ତ୍ତନ ହୁଏ, ଜ୍ୱର ହୁଏ ଓ ସ୍ୱାସକ୍ରିୟା ହାର ବୃଦ୍ଧି ପାଏ । [୨][୩] ଶ୍ୱାସନଳୀର ଉପର ଭାଗରେ ଥିବାରୁ ଏପିଗ୍ଲଟିସ ଫୁଲିଯାଇ ଶ୍ୱାସକ୍ରିୟାରେ ଅସୁବିଧା ହୁଏ ।[୧] ଲୋକମାନେ ଶ୍ୱାସନଳୀ ଖୋଲିବା ଚେଷ୍ଟାରେ ଆଗକୁ ନଇଁ ଯାଆନ୍ତି ଯାହାକୁ ଟ୍ରାଇପଡ ପୋଜିସନ କୁହାଯାଏ ।[୨] ରୋଗ ଖରାପ ଦିଗକୁ ଗତି କଲେ ସ୍ଟ୍ରାଇଡର(ଘଡ଼ଘଡ଼ ଶବ୍ଦ) ଶୁଣାଯାଏ ଓ ସ୍ୟାନୋସିସ (ନୀଳ ଚର୍ମ) ହୁଏ ।[୨]

ଏପିଗ୍ଲଟାଇଟିସ ରୋଗ ଅଧିକାଂଶ କେଶ୍‌ରେ ଏଚ. ଇନଫ୍ଲୁଏଞ୍ଜି ଟାଇପ ବି ଜୀବାଣୁଦ୍ୱାରା ହୁଏ ।[୨] ଏହାର ଟିକା ପ୍ରସ୍ତୁତ ହେବା ପରଠାରୁ ଅନ୍ୟ ଜୀବାଣୁଦ୍ୱାରା ଏହି ରୋଗ ହେବା ଦେଖାଯାଉଛି ।[୨] ଏପିଗ୍ଲଟିସ ସ୍ଥାନରେ ଆଘାତ ହେଲେ ବା ଦଗ୍ଧ ହେଲେ ଏହି ରୋଗ ମଧ୍ୟ ହୁଏ ।[୨] ରୋଗ ନିର୍ଣ୍ଣୟ କରିବା ନିମନ୍ତେ ସର୍ବାଧିକ ସଠିକ ଉପାୟ ହେଉଛି ସିଧା ସଳଖ ଏପିଗ୍ଲଟିସକୁ ଦେଖିବା ।[୪] ବେକର ପାର୍ଶ୍ୱଦର୍ଶନ ଏକ୍ସ-ରେ ଛବିରେ ବୃଦ୍ଧାଙ୍ଗୁଳି ଛାପ ଚିହ୍ନ ଦେଖାଯାଏ କିନ୍ତୁ ଏ ଚିହ୍ନ ନାହିଁ ଅର୍ଥ ନୁହେଁ ଯେ ଏହି ରୋଗ ନାହିଁ । [୨]

ସନ ୧୯୮୦ରୁ ଏହି ରୋଗ ନିମନ୍ତେ ପ୍ରଭାବଶାଳୀ ଏଚଆଇବି ଟିକା ମିଳୁଛି ।[୫] ରୋଗୀ ସଂସ୍ପର୍ଶରେ ଆସିଥିଲେ ବା ଅଧିକ ରୋଗ ସଙ୍କଟ ଥିଲେ ରିଫାମ୍ପିସିନ ନାମକ ଆଣ୍ଟିବାୟୋଟିକ ଦେଇ ରୋଗ ପ୍ରତିରୋଧ କରାଯାଏ ।[୬] ଶ୍ୱାନଳୀ ଉନ୍ମୁକ୍ତ ରଖିବା ଏହି ଚିକିତ୍ସାର ପ୍ରଧାନ କାମ ଯାହା ଦରକାର ପଡ଼ିଲେ ଏଣ୍ଡୋଟ୍ରାକିଆଲ ଟ୍ୟୁବ ସାହାଯ୍ୟରେ କରାଯାଏ । [୨] ଶିରାଭ୍ୟନ୍ତର ସେଫଟ୍ରାଇଆକ୍ସୋନ ଓ ସମ୍ଭବତଃ ଭାଙ୍କୋମାଇସିନକ୍ଲିଣ୍ଡାମାଇସିନ ଭଳି ଆଣ୍ଟିବାୟୋଟିକ ଦିଆଯାଏ । [୩][୫] କର୍ଟିକୋସ୍ଟିରଏଡ ମଧ୍ୟ ଦିଆଯାଏ ।[୨] ଉପ‌ଯୁକ୍ତ ଚିକିତ୍ସା କଲେ ପିଲାମାନଙ୍କ ମଧ୍ୟରୁ ୧% ଓ ବୟସ୍କ ଲୋକଙ୍କର ମଧ୍ୟରୁ ୭% ମୃତ୍ୟୁ ହୁଏ ।[୪]

ଏଚଆଇବି ଟିକା ନେବା ପରଠାରୁ ଏହି ରୋଗ ମୃତ୍ୟୁ ହାର ୯୫% କମିଯାଇଛି ।[୭] ପୂର୍ବରୁ ଅଳ୍ପ ବୟସ୍କ ପିଲାଙ୍କୁ ରୋଗ ହେଉଥିବା ବେଳେ ସଂମ୍ପ୍ରତି ବଡ଼ ପିଲାମାନଙ୍କୁ ଏହି ରୋଗ ହେଉଛି ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ୧୦୦,୦୦୦ପିଲାରେ ୧.୩ ପିଲାଙ୍କୁ ଏହି ରୋଗ ହେଉଛି ।[୨] ୧୦୦,୦୦୦ ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ପ୍ରତି ବର୍ଷ ୧ରୁ ୪ ଜଣକୁ ଏହି ରୋଗ ହେଉଛି ।[୮] ବିକାଶଶୀଳ ଦେଶମାନଙ୍କରେ ଏହା ମୂଖ୍ୟତଃ ହୁଏ । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ Hamborsky, j (2015). "Haemophilus influenzae type b". Centers for Disease Control and Prevention. Epidemiology and Prevention of Vaccine-Preventable Diseases (13 ed.). Public Health Foundation. p. Chapter 8. ISBN 9780990449119. Retrieved 14 July 2016.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Richards, AM (February 2016). "Pediatric Respiratory Emergencies". Emergency medicine clinics of North America. 34 (1): 77–96. PMID 26614243.
  3. ୩.୦ ୩.୧ Zoorob, R; Sidani, MA; Fremont, RD; Kihlberg, C (1 November 2012). "Antibiotic use in acute upper respiratory tract infections". American family physician. 86 (9): 817–22. PMID 23113461.
  4. ୪.୦ ୪.୧ Westerhuis, B; Bietz, MG; Lindemann, J (August 2013). "Acute epiglottitis in adults: an under-recognized and life-threatening condition". South Dakota medicine : the journal of the South Dakota State Medical Association. 66 (8): 309–11, 313. PMID 24175495.
  5. ୫.୦ ୫.୧ ୫.୨ Schlossberg, David (2015). Clinical infectious disease (Second edition. ed.). p. 202. ISBN 9781107038912.
  6. Blacklow, Neil R. (2004). Infectious diseases (3rd ed. ed.). Philadelphia: Lippincott Williams & Wilkins. p. 461. ISBN 9780781733717. {{cite book}}: |edition= has extra text (help)
  7. Des Jardins, Terry (2015). Clinical Manifestations & Assessment of Respiratory Disease (7 ed.). Elsevier Health Sciences. p. 529. ISBN 9780323358972.
  8. Textbook of Adult Emergency Medicine (4 ed.). Elsevier Health Sciences. 2014. p. 291. ISBN 9780702054389. Retrieved 15 July 2016.
  9. Boons, Geert-Jan (2009). Carbohydrate-Based Vaccines and Immunotherapies. Hoboken: John Wiley & Sons. p. 1222. ISBN 9780470473276.