ଏକ୍ସରେ ଛବି ନଥାଇ ମେରୁଦଣ୍ଡ ଆଘାତ

ଉଇକିପିଡ଼ିଆ‌ରୁ
ଏକ୍ସରେ ଛବି ନଥାଇ ମେରୁଦଣ୍ଡ ଆଘାତ
(Spinal cord injury without radiographic abnormality)
ବିଭାଗଆଶୁ ଚିକିତ୍ସା ବିଜ୍ଞାନ (Emergency medicine), ସ୍ନାୟୁଶଲ୍ୟ ବିଜ୍ଞାନ (neurosurgery)
ଲକ୍ଷଣକାଲୁଆ Numbness, ଦୌର୍ବଲ୍ୟ, ଅସାଧାରଣ ରିଫ୍ଲେକ୍ସ (reflexes), ଅନିୟନ୍ତ୍ରିତ ମଳ ଓ ମୂତ୍ରାଶୟ, ବେକ ଯନ୍ତ୍ରଣା[୧][୨]
ଅବଧିସ୍ୱଳ୍ପ ଓ ଦୀର୍ଘକାଳୀନ [୨]
କାରଣଗାଡ଼ି ଧକ୍କା (Motor vehicle collision), ପଡ଼ିଯିବା, କ୍ରୀଡ଼ା ଆଘାତ [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ମେଡିକାଲ ଇମେଜିଙ୍ଗ (medical imaging)[୧]
ଚିକିତ୍ସାବେକ ପଟି (cervical collar), ଅପରେଶନ[୧]
Prognosis~ମୃତ୍ୟୁ ସଙ୍କଟ ୨%[୧]
ପୁନଃପୌନିକକ୍ୱଚିତ[୧]

ଏକ୍ସରେ ଛବି ନଥାଇ ମେରୁଦଣ୍ଡ ଆଘାତ (ଇଂରାଜୀ ଭାଷାରେ Spinal cord injury without radiographic abnormality ବା SCIWORA) କୁହାଯାଏ ଯେତେବେଳେ ମେରୁଦଣ୍ଡ ଆଘାତର (spinal cord injury/ SCI) ଲକ୍ଷଣ ଥାଏ କିନ୍ତୁ ଏକ୍ସ-ରେ ବା ସିଟି ସ୍କାନରେ (CT scan) କୌଣସି ପ୍ରମାଣ ମିଳେନି । [୩][୪] ଏହି ଆଘାତ ହେଲେ କାଲୁଆ (Numbness), ଦୌର୍ବଲ୍ୟ, ଅସାଧାରଣ ରିଫ୍ଲେକ୍ସ (reflexes), ଅନିୟନ୍ତ୍ରିତ ମଳ ଓ ମୂତ୍ରାଶୟ କର୍ମ ହୋଇପାରେ ।[୧] ବେକ ଓ ପିଠି ଯନ୍ତ୍ରଣା ମଧ୍ୟ ହୋଇପାରେ ।[୨] ଲକ୍ଷଣ ସ୍ୱଳ୍ପକାଳୀନ ବା ସ୍ଥାୟୀ ହୋଇପାରେ । [୨] କେତେକ ସ୍ଥଳେ ଆଘାତର କିଛି ଦିନ ପରେ ଲକ୍ଷଣ ପ୍ରକାଶ ପାଏ । [୨]

ଗାଡ଼ି ଧକ୍କା (Motor vehicle collision), ପଡ଼ିଯିବା, କ୍ରୀଡ଼ା ଆଘାତ ଓ ଅଣଦୁର୍ଘଟଣା ଆଘାତ (non accidental trauma) ଇତ୍ୟାଦି କାରଣ‌ଯୋଗୁ ଏହି ଅବସ୍ଥା ଉପୁଜେ ।[୨][୧] ବିଭିନ୍ନ ଅନ୍ତର୍ନିହିତ କାର୍ଯ୍ୟବିଧିଯୋଗୁଁ ମେରୁଦଣ୍ଡ କଣ୍ଟ୍ୟୁଜନ, ମେରୁଦଣ୍ଡକୁ ରକ୍ତ ସରବରାହ କରୁଥିବା ରକ୍ତନଳୀ ଆଘାତ ଓ ଅତ୍ୟଧିକ ମେରୁଦଣ୍ଡ ଭିଡ଼ା (stretching) ସମ୍ପନ୍ନ ହୋଇପାରେ ।[୨] ଆବଶ୍ୟକ ସ୍ଥଳେ ଏମ.ଆର.ଆଇ. ବା ମେଡିକାଲ ରେଜୋନାନ୍ସ ଇମେଜିଙ୍ଗ (medical resonance imaging) କରାଯାଇପାରେ ।[୧]

ସାଧାରଣତଃ ଏମ.ଆର.ଆଇ. ନିର୍ଣ୍ଣୟ ଓ ଲକ୍ଷଣ ଅନବରତ ଅଛି କି ନାହିଁ, ସେହି ଅନୁସାରେ ଚିକିତ୍ସା କରାଯାଏ ।[୧] ସାଧାରଣ ଏମ.ଆର.ଆଇ. ଚିତ୍ର ସ‌ହ ଲକ୍ଷଣ ଉପଶମ ହୋଇଯାଇଥିଲେ ସ୍ୱଳ୍ପକାଳୀନ ନରମ ବେକପଟି ଲଗେଇବାକୁ କୁହାଯାଏ ।[୧] ଅନ୍ୟଥା ଏକ ଦୃଢ଼ ବେକପଟି ଲଗେଇବାକୁ ଦିଆଯାଏ ବା ଅପରେଶନ କରି ୩ ମାସ ପର୍ଯ୍ୟନ୍ତ ବେକ‌କୁ ଗତିହୀନ କରି ରଖାଯାଏ ।[୧] ଅସାଧାରଣ ଏମ.ଆର.ଆଇ. ଥିଲେ ଅପରେଶନ କରି ବେକ‌କୁ ସ୍ଥିର ରଖାଯାଏ ।[୧] ସ୍ୱାଭାବିକ ଭାବରେ ଏହି ଆଘାତପ୍ରାପ୍ତ ଲୋକ ସଙ୍କଟାପନ୍ନ କାର୍ଯ୍ୟକ୍ରମରେ ୬ ମାସ ପର୍ଯ୍ୟନ୍ତ ଭାଗ ନେବାକୁ ବାରଣ କରାଯାଏ ।[୨] କର୍ଟିକୋସ୍ଟିରଏଡ (corticosteroids) ନେବାକୁ ସାଧାରଣତଃ ସୁପାରିସ କରାଯାଏନାହିଁ । [୧]

ଏଭଳି ରୋଗର ଅବସ୍ଥା କ୍ୱଚିତ ଦେଖାଯାଏ ।[୧] ଅଧିକାଂଶ କ୍ଷେତ୍ରରେ ଏହା ପିଲା ଓ ବୟସ୍କ ଲୋକଙ୍କଠାରେ ଦେଖାଯାଏ ।[୩] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨][୧] ଏମଆରଆଇ ଚିତ୍ର ସାଧାରଣ ଥିଲେ ଫଳାଫଳ ଠିକ ରହେ କିନ୍ତୁ କିଛି ଅସୁବିଧା ଥିଲେ ସମସ୍ୟା ହୁଏ ।[୧] ମୃତ୍ୟୁ ହାର ପ୍ରାୟ ୨% ରହେ ।[୧] ସନ ୧୯୮୨ରେ ପ୍ରଥମେ ଏହି ବିଷୟ ସଂଜ୍ଞାକୃତ ହୋଇଥିଲା । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Farrell, CA; Hannon, M; Lee, LK (June 2017). "Pediatric spinal cord injury without radiographic abnormality in the era of advanced imaging". Current Opinion in Pediatrics. 29 (3): 286–290. doi:10.1097/MOP.0000000000000481. PMID 28306628.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Spinal cord injury without radiological abnormality". PM&R KnowledgeNow. May 4, 2017. Retrieved 30 May 2018.
  3. ୩.୦ ୩.୧ Peitzman, A.B.; Rhodes, M.; Schwab, C. W.; Yealy, Donald M.; Fabian, Timothy C. (2012). The Trauma Manual: Trauma and Acute Care Surgery. Lippincott Williams & Wilkins. pp. 288–289. ISBN 978-1-4511-1679-3.
  4. Szwedowski, D; Walecki, J (2014). "Spinal Cord Injury without Radiographic Abnormality (SCIWORA) - Clinical and Radiological Aspects". Polish Journal of Radiology. 79: 461–4. doi:10.12659/PJR.890944. PMC 4262055. PMID 25505497.