ଉଦୟ ନାରାୟଣ ଦେବ
ଉଦୟ ନାରାୟଣ ଦେବ | |
---|---|
ବିଧାୟକ: ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୮୫ | |
ପୂର୍ବ ଅଧିକାରୀ | ଭୀମସେନ ମଣ୍ଡଳ |
ପର ଅଧିକାରୀ | ଶରତ କୁମାର ଜେନା |
ନିର୍ବାଚନ ମଣ୍ଡଳୀ | ମୋହନା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ଅକ୍ଟୋବର ୧୯୩୫ |
ମୃତ୍ୟୁ | ୨ ଫେବୃଆରୀ ୨୦୨୨ | (ବୟସ ୮୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ, ଲୋକ ଦଳ |
ଜୀବନ ସାଥୀ | ସାବିତ୍ରୀ ଦେବୀ |
ବାପା/ବୋଉ | ନନ୍ଦ କିଶୋର ଦେବ (ବାପା) ରତ୍ନମଣି ପାଟମହାଦେବୀ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଉଦୟ ନାରାୟଣ ଦେବ (୧୦ ଅକ୍ଟୋବର ୧୯୩୫ - ୨ ଫେବୃଆରୀ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ତଥା ପକ୍ଷୀ ବିଶାରଦ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଉଦୟ ନାରାୟଣ ଦେବ ୧୯୩୫ ମସିହାର ଅକ୍ଟୋବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନନ୍ଦ କିଶୋର ଦେବ ଓ ମାତାଙ୍କ ନାମ ରତ୍ନମଣି ପାଟମହାଦେବୀ ।[୧] ତାଙ୍କ ପତ୍ନୀଙ୍କ ନାମ ସାବିତ୍ରୀ ଦେବୀ ।[୨] ସେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ପୋଡ଼ାମାରୀର ରାଜା ଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ଉଦୟ ନାରାୟଣ ଦେବ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସ ଓ ପରବର୍ତ୍ତୀ ସମୟରେ ଲୋକ ଦଳ ଓ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୨]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ମୋହନା | ଉତ୍କଳ କଂଗ୍ରେସ |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ମୋହନା | ଲୋକ ଦଳ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ମୋହନା | ଜନତା ପାର୍ଟି |
ପକ୍ଷୀ ଗବେଷଣା
[ସମ୍ପାଦନା]ରାଜନୀତିରୁ ସନ୍ୟାସ ନେବାପରେ ସେ ପକ୍ଷୀଙ୍କ ଉପରେ ଗବେଷଣା ଜାରି ରଖିଥିଲେ । ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଉପରେ ଅହରହ ଗବେଷଣା କରି ଅନେକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ । ସେ ତାଙ୍କର ଗବେଷଣା ପ୍ରୋଜେକ୍ଟ୍ ବିହଙ୍ଗ ପାଇଁ ଚିଲିକାରେ ଏକ ପକ୍ଷୀ ସଂଗ୍ରାହଳୟ ପ୍ରତିଷ୍ଠା କରିଥିଲେ, ଯେଉଁଥି ବର୍ତ୍ତମାନ ଯୁବ ଗବେଷକମାନେ ପକ୍ଷୀଙ୍କ ଉପରେ ଗବେଷଣା କରୁଛନ୍ତି ।
ସେ ଭାରତ ସରକାରଙ୍କ ପ୍ରୋଜେକ୍ଟ ଟାଇଗର୍ର ଜଣେ ସଂସ୍ଥାପକ ଥିଲେ ।[୩] ସେ ସମୁଦାୟ ୧୨ଟି ପୁସ୍ତକ ରଚନା କରିଥିଲେ ଏବଂ ତାଙ୍କର ୪୫ ବର୍ଷର ସାଧନାର ସ୍ମୃତି ଅଭିଧାନ ବିହଙ୍ଗ ସଂହିତା ୨୦୨୨ ମସିହାର ଜାନୁଆରୀ ୨୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କଦ୍ୱାରା ଉନ୍ମୋଚନ କରାଯାଇଥିଲା ।[୪]
ପୁରସ୍କାର
[ସମ୍ପାଦନା]ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଜୀବନବ୍ୟାପି ସାଧନା ପାଇଁ ତାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଥିଲା ।[୩]
ମୃତ୍ୟୁ
[ସମ୍ପାଦନା]ଉଦୟ ନାରାୟଣ ଦେବ ୨୦୨୨ ମସିହାର ଫେବୃଆରୀ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କ ପରଲୋକ". ସମ୍ବାଦ (in ଓଡ଼ିଆ). ପାଟପୁର: sambad.in. 4 February 2022. Archived from the original on 8 July 2022. Retrieved 8 July 2022.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "Shri Uday Narayan Dev". odishaassembly.nic.in. Odisha Assembly. Retrieved 8 July 2022.
- ↑ ୩.୦ ୩.୧ "Noted Odia ornithologist and Sanakhemundi royal scion Uday Narayan Dev passes away at 86". The New Indian Express. Retrieved 2022-07-08.
- ↑ "Former Mohana MLA Uday Narayan Dev breathes his last". OrissaPOST (in English). Sanakhemundi. 3 February 2022. Archived from the original on 8 July 2022. Retrieved 8 July 2022.
{{cite news}}
: CS1 maint: unrecognized language (link)