ଇରାବତୀ କର୍ବେ

ଉଇକିପିଡ଼ିଆ‌ରୁ
ଇରାବତୀ କର୍ବେ
ଇରାବତୀ କର୍ବେ
Born(1905-12-15)୧୫ ଡିସେମ୍ବର ୧୯୦୫
Died୧୧ ଅଗଷ୍ଟ ୧୯୭୦(1970-08-11) (ବୟସ ୬୪)
Occupationନୃତତ୍ତ୍ୱବିଜ୍ଞାନୀ

ଇରାବତୀ କର୍ବେ ( Irawati Karve , Devanagari: इरावती कर्वे; ଡିସେମ୍ବର ୧୫, ୧୯୦୫ - ଅଗଷ୍ଟ ୧୧-୧୯୭୦) ଜଣେ ଭାରତୀୟ ନୃତତ୍ତ୍ୱବିଜ୍ଞାନୀ, ଶିକ୍ଷାବିତ୍ ଓ ଲେଖିକା ଥିଲେ । ତାଙ୍କ ଘର ଭାରତର ମହାରାଷ୍ଟ୍ରରେ ଓ ସେ ପ୍ରଥମ ମହିଳା ନୃତତ୍ତ୍ୱବିତ୍ ଥିଲେ । ସେତେବେଳେ ନୃତତ୍ତ୍ୱବିଜ୍ଞାନ ଓ ସମାଜ ବିଜ୍ଞାନ ଭଳି ବିଷୟ ବିଶ୍ୱବିଦ୍ୟାଳୟରେ ତୃଣମୂଳ ସ୍ତରରେ ଥିଲେ ।

ପ୍ରାକ ଜୀବନ[ସମ୍ପାଦନା]

ଇରାବତୀ କର୍ବେ ବାପା ବର୍ମାର କଟନ କମ୍ପାନୀରେ କାମ କରୁଥିଲେ । ସେଠାରେ ଥିବା ଇରାୱତୀ ନ‌ଦୀ ଅନୁସାରେ ୧୯୦୫ ମସିହାରେ ଜନ୍ମ ଲାଭ କରିଥିବା ଝିଅର ନାମ ଇରାବତୀ ରଖାଯାଇ ଥିଲା । ତାଙ୍କୁ ୭ ବର୍ଷ ହୋଇଥିବା ବେଳେ ପୁଣେର ହୁଜୁର ପଗା ବୋର୍ଡିଙ୍ଗ ସ୍କୁଲକୁ ପଢ଼ିବା ନିମନ୍ତେ ପଠେଇ ଦିଆଯାଇଥିଲା । ଫର୍ଗୁସନ କଲେଜର ପ୍ରିନ୍ସିପାଲ ଆର .ପି.ପରଞ୍ଜପେଙ୍କ ଝିଅ ଶକୁନ୍ତଳା ପରଞ୍ଜପେ ତାଙ୍କର ସହପାଠିନୀ ଥିଲେ । ପାରିବାରିକ କାହାଣୀ ଅନୁସାରେ ଶକୁନ୍ତଳାଙ୍କ ମାତା ଦିନେ ଇରାବତୀଙ୍କୁ ସ୍କୁଲରେ ଦେଖି ତାଙ୍କୁ ଦ୍ୱିତୀୟ ଝିଅ କରି ଘରକୁ ନେଇ ଆସିଥିଲେ ଓ ପରିବାରରେ ରଖି ଥିଲେ । ସେଠାରେ ବିଚାରପତି ବାଳକ୍ରମ ତାଙ୍କୁ ନୃତତ୍ତ୍ୱବିଜ୍ଞାନ ସହ ପରିଚିତ କରେଇ ଥିଲେ ।

ଶିକ୍ଷା ଓ ବୃତ୍ତି[ସମ୍ପାଦନା]

ଇରାବତୀ ସମାଜ ବିଜ୍ଞାନରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ୧୯୨୮ ମସିହାରେ ମାଷ୍ଟର ଡିଗ୍ରୀ ଓ ଜର୍ମାନୀର ବର୍ଲିନ ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ୱବିଜ୍ଞାନରେ ଡକ୍ଟରେଟ ହାସଲ କରିଥିଲେ ।
ପୁଣେର ଡେକାନ କଲେଜରେ (ପୁଣେ ବିଶ୍ୱବିଦ୍ୟାଳୟ) ସେ ଅନେକ ବର୍ଷ ଧରି ସମାଜ ଓ ନୃତତ୍ତ୍ୱ ବିଜ୍ଞାନ ଡିପାର୍ଟମେଣ୍ଟର ମୂଖ୍ୟ ହୋଇ ରହିଥିଲେ ।
ନୂଆ ଦିଲ୍ଲୀରେ ୧୯୪୭ ମସିହାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ କଂଗ୍ରେସର ନୃତତ୍ତ୍ୱ ବିଜ୍ଞାନ ବିଭାଗର ସଭାପତି ପଦରେ ଅଧିଷ୍ଠିତ ହୋଇଥିଲେ ।
ସେ ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ଅନେକ ପ୍ରସଙ୍ଗ ଲେଖିଯାଇଛନ୍ତି ।

କାର୍ଯ୍ୟ[ସମ୍ପାଦନା]

ଇରାୱତୀଙ୍କ ଲିଖିତ ବ‌ହି:

  • ହିନ୍ଦୁ ସମାଜ ‌- ଏକ ଅନୁବାଦ (୧୯୬୧)

ଏହି ବହିରେ ସେ ହିନ୍ଦୀ, ମରାଠୀ, ସଂସ୍କୃତ, ପାଲି, ପ୍ରାକୃତ ଭାଷାରୁ ଓ ନିଜେ ତାଙ୍କର ଗସ୍ତ ସମୟରେ ତଥ୍ୟ ସଂଗ୍ରହ କରି ହିନ୍ଦୁ ସମାଜ ବିଷୟରେ ଲେଖିଥିଲେ । ଜାତି ପ୍ରଥା ବିଷୟରେ ଆର୍ଯ୍ୟ ସଭ୍ୟତା ପୂର୍ବରୁ ଆରମ୍ଭ କରି ତତ୍କାଳ ପର୍ଯ୍ୟନ୍ତ ତଥ୍ୟ ଦେଇ ଆଲୋଚନା କରିଥିଲେ ।

  • ଭାରତରେ ସମ୍ପର୍କ ସଂସ୍ଥା (Kinship Organization in India -1953)

ଏହି ବହିରେ ବିଭିନ୍ନ ସାମାଜିକ ଅନୁସ୍ଠାନ ଓ ବିଧି ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ ।

  • ମହାରାଷ୍ଟ୍ର ଭୂମି ଓ ଲୋକ (୧୯୬୮)

ଏଥିରେ ମହାରାଷ୍ଟ୍ରର ସାମାଜିକ ସଂସ୍ଥା ଓ ବିଧି ବିଧାନ ସମ୍ପର୍କରେ ଲେଖିଥିଲେ ।

  • ଯୁଗାନ୍ତ

ଏହି ବହି ପ୍ରଥମେ ସେ ମରାଠୀ ଭାଷାରେ ଲେଖିଥିଲେ ଓ ପରେ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ । ଏହି ବହିରେ ସେ ଚରିତ୍ର ଗୁଡ଼ିକୁ ପୁରାଣ ଯୁଗର ନ ଲେଖି ଐତିହାସିକ ପୃଷ୍ଠଭୂମିରେ ଲେଖିଥିଲେ ।

  • ପରିପୂର୍ତ୍ତୀ (ମରାଠୀ)
  • ଭୋବାରା (ମରାଠୀ)
  • ଆମଚି ସଂସ୍କୃତି (ମରାଠୀ)
  • ସଂସ୍କୃତି (ମରାଠୀ)
  • ଗଙ୍ଗାଜଳ (ମରାଠୀ)

ପରିବାର[ସମ୍ପାଦନା]

ମହର୍ଷି ଢୋନ୍ଡୋଙ୍କର ସେ ବୋହୁ ହୋଇଥିଲେ । ତାଙ୍କ ସ୍ୱାମୀ ଦିନାକର ଫର୍ଗୁସନ କଲେଜର ଅଧ୍ୟକ୍ଷ ଓ ଶିକ୍ଷାବିତ୍ ଥିଲେ । ତାଙ୍କର ପୁଅ ଆନନ୍ଦ ପୁଣେରେ ଆରତୀ ନାମରେ ଗୋଟିଏ ଏନ୍.ଜି.ଓ. ସଂସ୍ଥା ଖୋଲିଛନ୍ତି । ତାଙ୍କର ସାନ ଝିଅ ଗୌରୀ ଦେଶପାଣ୍ଡେ ମରାଠୀରେ କ୍ଷୁଦ୍ର ଗଳ୍ପ ଓ କବିତା ଲେଖିକା ହିସାବରେ ସୁବିଦିତା । ତାଙ୍କର ବଡ଼ ଝିଅ ଜୟ ନିମ୍ବକାର ମଧ୍ୟ ନଭେଲ ଓ କ୍ଷୁଦ୍ର ଗଳ୍ପ ଲେଖନ୍ତି । ଜୟଙ୍କର ଝିଅ ନନ୍ଦିନୀ ଆମେରିକାର ଫୋରିଡା ବିଶ୍ୱବିଦ୍ୟାଳୟର ଜଣେ ପୁର୍ବତନ ଛାତ୍ରୀ ।

ଆଧାର[ସମ୍ପାଦନା]