ଇରଫାନ ପଠାଣ

ଉଇକିପିଡ଼ିଆ‌ରୁ

Irfan
Irfan Pathan at the Domestic Airport
ବ୍ୟକ୍ତିଗତ ତଥ୍ୟ
ନାମIrfan Khan
ଜନ୍ମ (1984-10-27) ୨୭ ଅକ୍ଟୋବର ୧୯୮୪ (ବୟସ ୩୯)
Baroda, Gujarat, India
ଡାକ ନାମbatati
ଉଚ୍ଚତା6 ft 2 in (1.88 m)
ବ୍ୟାଟିଂ ପ୍ରକାରLeft-hand bat
ବୋଲିଂ ପ୍ରକାରLeft arm fast medium
ଭୂମିକାBowling All rounder
ସମ୍ପର୍କୀୟYusuf Pathan (brother)
ଅନ୍ତର୍ଜାତୀୟ ତଥ୍ୟ
National side
ଶେଷ ଟେଷ୍ଟ5 April 2008 v South Africa
ପ୍ରଥମ ଦିନିକିଆ (cap 153)9 January 2004 v Australia
ଶେଷ ଦିନିକିଆ4 Aug 2012 v Sri Lanka
ଦିନିକିଆ ଜାମା ନମ୍ବର56
ପ୍ରଥମ ଟି୨୦ (cap 7)1 December 2006 v South Africa
ଶେଷ ଟି୨୦2 October 2012 v South Africa
ଘରୋଇ ଦଳ ତଥ୍ୟ
YearsTeam
2000–presentBaroda
2005Middlesex
2008–2010Kings XI Punjab
2011–2013Delhi Daredevils (#56)
2014Sunrisers Hyderabad (#56)
2015Chennai Super Kings (#56)
2016 - PresentRising Pune Supergiants (#28)
Career statistics
ପ୍ରତିଯୋଗିତା Test ODI FC T20Is
ମ୍ୟାଚ ସଂଖ୍ୟା 29 120 94 24
ମୋଟ ରନ 1,105 1,544 3,303 172
ବ୍ୟାଟିଂ ହାର 31.89 23.39 31.45 24.57
ଶତକ/ଅର୍ଦ୍ଧଶତକ 1/9 0/5 2/18 0/0
ସର୍ବାଧିକ ରନ 102 83 121 33*
ବଲ ସଂଖ୍ୟା 5884 5,855 18484 462
ଉଇକେଟ 100 173 338 28
ବୋଲିଂ ହାର 32.26 29.72 28.55 22.07
ଇନିଙ୍ଗସରେ ୫ଟି ଉଇକେଟ 7 2 17 0
ମ୍ୟାଚରେ ୧୦ଟି ଉଇକେଟ 2 0 3 n/a
ସବୁଠୁ ଭଲ ବୋଲିଂ 7/59 5/27 7/35 3/16
କ୍ୟାଚ/ଷ୍ଟମ୍ପିଙ୍ଗ 8/– 21/– 27/– 2/–
Source: Cricinfo, 5 November 2012


୨୭ ଡିସେମ୍ବର ୧୯୮୪ରେ ଜନ୍ମ ଗ୍ରହଣ କରିଥିବା ଇରଫାନ ପଠାଣ ୨୦୦୩/୪ରେ ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ଜାତୀୟ କ୍ରିକେଟ ଦଳକୁ ପ୍ରବେଶ କରିବା ପରେ ୨୦୦୫ ଯାଏ ନିୟମିତ ଭାବେ ଖେଳିଆସିଥିଲେ । ତାହା ପରେ ସେ ବାରମ୍ବାର ଦଳକୁ ପ୍ରତ୍ୟାବର୍ତନ କଲେ ମଧ୍ୟ ଆଉ ପୂର୍ଣ ଫର୍ମ ପାଇ ପରି ନଥିଲେ । ଜଣେ ବାମ ହାତି  ଦ୍ରୁତ ବୋଲର ହେବା ସହ ଜଣେ ଉପଯୋଗୀ ବେଟସମେନ ହିସାବରେ ଦଳର ଜଣେ ମୁଲ୍ୟବାନ ସଦସ୍ୟ ଥିଲେ । ସେ ତାଙ୍କର ଶେଷ ଟେଷ୍ଟ ୨୦୦୮ରେ ଖେଳିଥିଲେ ଓ ସେତେବେଳେ ତାଙ୍କର ବୟସ ମାତ୍ର ୨୪ ହେଇଥିଲା ।   

୧୯ ବର୍ଷ ବୟସରେ ଜାତୀୟ ଦଳକୁ ପ୍ରବେଶ କଲା ବେଳେ ସେ ବେଶ ଦ୍ରୁତ ଗତିରେ ବୋଲିଂ କରୁଥିଲେ । ଏପରି କିଙ୍କୁ ପାକିସ୍ଥାନର କିମ୍ବଦନ୍ତୀ ବୋଲର ବାସିମ ଅକ୍ରମଙ୍କ ସହ ତୁଳନା ମଧ୍ୟ କରା ଯାଉଥିଲା । ୨୦୦୪ରେ ସେ ICCଦ୍ୱାରା ଏମରଜିଙ୍ଗ ପ୍ଲେୟାର ପୁରସ୍କାର ମଧ୍ୟ ପାଇଥିଲେ । ୨୦୦୪ରେ ପାକିସ୍ଥାନରେ ହେଇଥିବା ଟେଷ୍ଟ ଓ ଏକଦିବସୀୟ ସିରିଜରେ ବିଜଯରେ ତାଙ୍କର ଅହମ ଭୂମିକା ଥିଲା । ସେହି ବର୍ଷ ସେ ବାଂଲାଦେଶ ବିରୁଦ୍ଧରେ ୨ଟି ଟେଷ୍ଟରେ ୧୮ଟି ୱିକେଟ ନେଇ ଚହଳ ପକେଇଥିଲେ । କିନ୍ତୁ ୨୦୦୫ ବେଳକୁ ତାଙ୍କର ଫର୍ମରେ ଦ୍ରୁତ ଅବନତି ଘଟିବାରୁ ତାଙ୍କୁ ସାମୟିକ ଭାବେ ଦଳରୁ ବିଦାୟ ନେବାକୁ ହେଇଥିଲା । ପରେ ଗ୍ରେଗ ଚାପେଳ ଭାରତୀୟ କୋଚ ହେବା ପରେ ତାଙ୍କର ବ୍ୟାଟିଂର ଉନ୍ନତି ପାଇଁ ଉପଦେଶ ଦେଇଥିଲେ , ଯାହା ଫଳରେ ସେ କ୍ରମାଗତ ଭାବେ ଟେଷ୍ଟ ଓ ଏକଦିବାସୀୟରେ ଉପଯୋଗୀ ବ୍ୟାଟିଂ କରି ପାରିଥିଲେ । ବିଶ୍ୱର ଅଲରାଉଣ୍ଡର ତାଲିକାରେ ସେ ୨ ୟ ସ୍ଥାନ ମଧ୍ୟ ଅଧିକାର କରିଥିଲେ ।    ୨୦୦୬ ମସିହାରେ ସେ ପାକିସ୍ଥାନ ବିପକ୍ଷ୍ ଟେଷ୍ଟରେ ପ୍ରଥମ ଭାରତୀୟ ବୋଲର ଭାବେ hat - trick ଅର୍ଜନ କରିଥିଲେ । ପ୍ରଥମ ବିଶ୍ୱ T୨୦ , ଯାହାକି ଭାରତ ଜିତି ଥିଲା , ଇରଫାନ ପଠାଣ ତାଙ୍କର ମୂଲ୍ୟବାନ ଅବଦାନ ଦେଇଥିଲେ । ତା ପରେ ସେ ଦଳରେ ସ୍ଥାନ ପାଇ  ନଥିଲେ ଭି ଦୀର୍ଘ ୧୯ ମାସ ପରେ ୨୦୦୭ରେ ପୁଣି ଟେଷ୍ଟ ଦଳକୁ ବଛା ହେଲା ପରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । 

ଇରଫାନ ପଠାଣ ଜାତୀୟ ଦଳରୁ ବଡ଼ ପଡିଥିଲେ ମଧ୍ୟ ରଣଜୀ ଟ୍ରଫି , IPL, ଓ ଅନନ୍ୟ ତୁର୍ଣାମେଣ୍ଟରେ ନିୟମିତ ଖେଳି ଆସୁଛନ୍ତି । କିନ୍ତୁ ସେ ତାଙ୍କର ମୁଖ୍ୟ ଆୟୁଧ ଥିବା ଦ୍ରୁତ ବୋଲିଂରେ ଆଉ ପୂର୍ବ ପରି ଗତି ପାଉନଥିବାରୁ ଜାତୀୟ ଦଳ ପାଇଁ ଆଉ ପ୍ରାର୍ଥୀ ହେଇ ପାରୁ ନାହାନ୍ତି ।   ତାଙ୍କର ବଡ଼ ଭାଇ ୟୁସୁଫ ପଠନ ମଧ୍ୟ ଜଣେ ଆକ୍ରାମକ ବେଟସ ମେନତଥା ସ୍ପିନ ବୋଲାର ହିସାବରେ କିଛି କଳା ଭାରତୀୟ ଜାତୀୟ ଦଳରେ ଖେଳିଥିଲେ । 

ଭଦୋଦରା ( ପୂର୍ବତନ ବରୋଦା ), ଇରଫାନ ପଠାଣଙ୍କ ଜନ୍ମସ୍ଥାନ ସହର 
ଦେସେମ୍ବର , ୨୦୦୩ରେ ଇରଫାନଙ୍କ ଟେଷ୍ଟ କ୍ରିକେଟରେ ପଦାର୍ପଣ ଜାହିର ଖାନ ଆହତ ହେବା କାରଣରୁ 
Young brown skinned clean shaven man wearing a blue sleeveless T-shirt with the word "SAHARA" in black, wearing dark shorts is about to deliver a white cricket ball. His left bowling arm is above his head and he is wearing white sports shoes. His leading right leg is straight while his trailing left leg is bent. He is grimacing. In the background is a white picket fence and shady green vegetation.
ନେଟରେ ଅଭ୍ଯାସ ରତ ଇରଫାନ  
୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷ୍ୟରେ ଇରଫାନ ପଠାଣ 

ଇରଫାନ ଓ ୟୁସୁଫ ପଠନଙ୍କ କ୍ରିକେଟ ଏକାଡେମୀ [ସମ୍ପାଦନା]

ଇରଫାନ ପଠନ ଓ ୟୁସୁଫ ପଠନ ଏକ କ୍ରିକେଟ ଏକାଡେମି ମଧ୍ୟ ଖୋଲିଥିଲେ । ଏହା ଗ୍ରେ ଚ୍ଯାପେଲଙ୍କ ଏକାଡେମି ସହ ସହବନ୍ଧିତ ହେଇଥିଲା । [୧]

ପରିସଙ୍ଖ୍ଯାନ[ସମ୍ପାଦନା]


ଇରଫାନଙ୍କ ରେକର୍ଡ[ସମ୍ପାଦନା]

ଇରଫାନ ପଠନ ୧୦୦୦ ରନ ଓ ୧୦୦ ୱିକେଟ ନେବାର ବିଶ୍ୱ ରେକର୍ଡ କରିଥିଲେ । ସେ ଏହି କୃତି ୧୦୫୬ ଦିନରେ କରିଥିଲେ । .[୨]

  • ସେ ୧୦୦ଟି ୱିକେଟ ନେବାରେ ଦ୍ରୁତତମ ଭାରତୀୟ ( ୫୯ ତି ମେଚ ) [୩]

Awards[ସମ୍ପାଦନା]

Man of the Series Awards[ସମ୍ପାଦନା]

ODI Awards[ସମ୍ପାଦନା]

T20I Awards[ସମ୍ପାଦନା]

Man of the Match Awards[ସମ୍ପାଦନା]

ଆଧାର[ସମ୍ପାଦନା]