ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ

ଉଇକିପିଡ଼ିଆ‌ରୁ
ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ
ଇଂରାଜୀ ପ୍ରତିଶବ୍ଦ - Bladder pain syndrome,[୧] Hunner ulcer,[୨] others
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌɪntərˈstɪʃəl sɪˈstt[invalid input: 'ɨ']s/ IN-tər-STISH-əl si-STY-tis
ସ୍ପେଶାଲିଟିUrology
ଆଇସିଡ଼ି-୧୦N30.1
ଆଇସିଡ଼ି-୯-ସିଏମ୍595.1
ରୋଗ ଡାଟାବେସ30832
ମେଡ଼ିସିନ-ପ୍ଲସ000477
ଇ-ମେଡ଼ିସିନmed/2866
Patient UKଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ
MeSHD018856

ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ (ଇଂରାଜୀ ଭାଷାରେ Interstitial cystitis/ IC ବା bladder pain syndrome/ BPS) ଏକ ପ୍ରକାର ମୂତ୍ରାଶୟ (bladder) ସମସ୍ୟା ଯେଉଁଥିରେ କ୍ରନିକ ବା ସ୍ଥାୟୀ ଯନ୍ତ୍ରଣା (chronic pain) ହୁଏ ।[୧] ଏହି ରୋଗରେ ମୂତ୍ରବେଗ (feeling the need to urinate right away), ବାରମ୍ବାର ପରିସ୍ରା ଲାଗିବା (needing to urinate often) ଓ ଯୌନ‌କ୍ରିୟାରେ ଯନ୍ତ୍ରଣା (pain with sex) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧] ରୋଗୀର ଅବସାଦ ଜାତ ହୁଏ ଓ ଜୀବନ‌ଚର୍ଯ୍ୟା (quality of life) ନିମ୍ନମାନର ହୁଏ ।[୩] ଏ ଭଳି ରୋଗୀଙ୍କର ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (irritable bowel syndrome) ଓ ଫାଇବ୍ରୋମ୍ୟାଲଜିଆ (fibromyalgia) ରୋଗ ମଧ୍ୟ ଥାଇପାରେ ।[୧]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ସାଧାରଣତଃ ବଂଶାନୁକ୍ରମିକ ରୋଗ ନ ହେଲେ ମଧ୍ୟ ଏହା ସମ୍ଭବ ହୋଇପାରେ ।[୧] ଲକ୍ଷଣ ଅନୁଶୀଳନ କଲା ପରେ ଅନ୍ୟ ସମ୍ଭାବ୍ୟ ରୋଗ ନ ଥିବା ନିର୍ଣ୍ଣୟ କଲାପରେ (after ruling out other conditions) ଏହି ରୋଗ ନିର୍ଣ୍ଣୟ କରାଯାଏ । ପରିସ୍ରା କଲଚର (urine culture) ବିଯୁକ୍ତାତ୍ମକ ଥାଏ । ମୂତ୍ରାଶୟ ଭିତରେ ଘାଆ (Ulceration) ବା ପ୍ରଦାହ ଥିଲେ ସିସ୍ଟୋସ୍କୋପି (cystoscopy) ସାହାଯ୍ୟରେ ଜଣାପଡ଼େ । [୩] ସମାନ ଧରଣର ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ: ମୂତ୍ରନଳୀଶୈଳୀ ସଂକ୍ରମଣ (urinary tract infection ବା UTI), ଓଭରଆକ୍ଟିଭ ବ୍ଲାଡର ସିଣ୍ଡ୍ରୋମ (overactive bladder), ଯୌନ ସଞ୍ଚାରିତ ସଂକ୍ରମଣ (sexually transmitted infections), ଏଣ୍ଡୋମେଟ୍ରିଓସିସ (endometriosi), ମୂତ୍ରାଶୟ କର୍କଟ (bladder cancer) ରୋଗ ଓ ପ୍ରୋସ୍ଟାଟାଇଟିସ (prostatitis) । [୪][୧]

ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ ରୋଗ ଆରୋଗ୍ୟ ହୁଏନି । ଏହାର ଲକ୍ଷଣମାନଙ୍କରେ ଉନ୍ନତି ଆଣିବା ନିମନ୍ତେ ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ ଓ ବିଭିନ୍ନ ଉପାୟମାନଙ୍କର ସାହାଯ୍ୟ ନେଇ ଚିକିତ୍ସା କରାଯାଏ । ଜୀବନ‌ଚର୍ଯ୍ୟା ପରିବର୍ତ୍ତନରେ ଯଥା ସମ୍ଭବ ମାନସିକ ଚାପମୁକ୍ତ (stress) ହେବାକୁ ଓ ଧୂମ୍ରପାନରୁ ବିରତ ହେବାକୁ ଚେଷ୍ଟା କରାଯାଏ । ଔଷଧ ମଧ୍ୟରେ ଆଇବୁପ୍ରୋଫେନ୍, ପେଣ୍ଟୋସାନ ପଲିସଲଫେଟ (pentosan polysulfate) ବା ଆମିଟ୍ରିପ୍ଟିଲିନ (amitriptyline) ଦିଆଯାଏ । ଅନ୍ୟାନ୍ୟ ଉପାୟ ମଧ୍ୟରେ ମୂତ୍ରାଶୟ ସ୍ଫୀତ, ନର୍ଭ ସ୍ଟିମୁଲେସନ (nerve stimulation) ବା ଅପରେଶନ କରାଯାଏ ।[୧] ପେଲଭିକ ଫ୍ଲୋର ବ୍ୟାୟାମ (Pelvic floor exercises) ଓ ଦୀର୍ଘକାଳୀନ ଆଣ୍ଟିବାୟୋଟିକ (antibiotic) ଦେବାକୁ ସୁପାରିସ କରାଯାଏନାହିଁ । [୩]

ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପର ଜନସଂଖ୍ୟାର ପ୍ରାୟ ୦.୫% ଲୋକ ଏହି ରୋଗର ଶିକାର ହୁଅନ୍ତି ।[୧][୩] ପୁରୁଷଙ୍କ ଅପେକ୍ଷା ୫ ଗୁଣ ସଂଖ୍ୟକ ମହିଳା ଆକ୍ରାନ୍ତ ହୁଅନ୍ତି । ମଧ୍ୟ ବୟସରେ ଏହି ରୋଗ ହୁଏ ।[୧] ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ ନାମଟି ପ୍ରଥମେ ସନ ୧୮୮୭ରୁ ବ୍ୟବ‌ହୃତ ହେଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Interstitial cystitis/bladder pain syndrome fact sheet". OWH. 16 July 2012. Retrieved 6 October 2016.
  2. ୨.୦ ୨.୧ Bostwick, David G.; Cheng, Liang (2014). Urologic Surgical Pathology (in ଇଂରାଜୀ) (3 ed.). Elsevier Health Sciences. p. 208. ISBN 9780323086196.
  3. ୩.୦ ୩.୧ ୩.୨ ୩.୩ Hanno, PM; Erickson, D; Moldwin, R; Faraday, MM; American Urological, Association (May 2015). "Diagnosis and treatment of interstitial cystitis/bladder pain syndrome: AUA guideline amendment". The Journal of urology. 193 (5): 1545–53. PMID 25623737. Archived from the original on 2014-04-20. Retrieved 2016-11-11.
  4. Bogart, LM; Berry, SH; Clemens, JQ (2007). "Symptoms of interstitial cystitis, painful bladder syndrome and similar diseases in women: a systematic review". The Journal of Urology. 177 (2): 450–456. doi:10.1016/j.juro.2006.09.032. PMID 17222607.