ଇଡିଓପାଥିକ ପଲମୋନାରି ଫାଇବ୍ରୋସିସ

ଉଇକିପିଡ଼ିଆ‌ରୁ
ଇଡିଓପାଥିକ ପଲମୋନାରି ଫାଇବ୍ରୋସିସ (idiopathic pulmonary fibrosis)
cryptogenic fibrosing alveolitis, diffuse fibrosing alveolitis, usual interstitial pneumonitis[୧]
Figure A shows the location of the lungs and airways in the body. The inset image shows a detailed view of the lung's airways and air sacs in cross-section.
Figure B shows fibrosis (scarring) in the lungs. The inset image shows a detailed view of the fibrosis and how it damages the airways and air sacs.[୧]
ବିଭାଗଫୁସଫୁସ ବିଜ୍ଞାନ (Pulmonology)
ଲକ୍ଷଣଅଣନିଶ୍ୱାସୀ (Shortness of breath), ଶୁଖିଲା କାଶ [୧]
ଆକ୍ରାନ୍ତ ସମୟକ୍ରମାନୁସାରେ[୧]
କାରଣଅଜ୍ଞାତ[୨]
ବିପଦ କାରକସିଗାରେଟ ଧୁମ୍ରପାନ Cigarette smoking, କେତେକ ଭୁତାଣୁ ସଂକ୍ରମଣ (viral infection), ପାରିବାରିକ ଇତିହାସ [୧]
ରୋଗ ନିର୍ଣ୍ଣୟ ପଦ୍ଧତିସିଟି ସ୍କାନ CT scan, ଫୁସଫୁସ ବାୟୋପ୍ସି (lung biopsy)[୩]
ସଠିକ ରୋଗ ନିର୍ଣ୍ଣୟସାର୍କଏଡୋସିସ୍, କେତେକ ଇଣ୍ଟରସ୍ଟିସିଆଲ ଫୁସଫୁସ ରୋଗ (interstitial lung diseases), ହାଇପରସେନ୍ସିଟିଭ ନିମୋନାଇଟିସ (hypersensitivity pneumonitis)[୪]
ଔଷଧପିରଫେନିଡନ (Pirfenidone), ନିଣ୍ଟେଡାନିବ (nintedanib)[୨]
ଚିକିତ୍ସାପଲମୋନାରି ରେହାବିଲିଟେସନ (Pulmonary rehabilitation), ଅକ୍ସିଜେନ ଥେରାପି (supplemental oxygen), ଫୁସଫୁସ ପ୍ରତ୍ୟାରୋପଣ (en:lung transplantation)[୧]
Prognosisଆୟୁଷ (Life expectancy ~୪ ବର୍ଷ[୧]
ପୁନଃପୌନିକଏକ ଲକ୍ଷ ଲୋକରେ ୧୨ ଜଣ [୪]

ଇଡିଓପାଥିକ ପଲମୋନାରି ଫାଇବ୍ରୋସିସ (ଇଂରାଜୀ ଭାଷାରେ idiopathic pulmonary fibrosis/ IPF) ଏକ ପ୍ରକାର ଦୀର୍ଘକାଳୀନ ବର୍ଦ୍ଧିଷ୍ଣୁ ଓ ଅପରିବର୍ତ୍ତନୀୟ ଫୁସଫୁସ ରୋଗ (lung disease) ଯେଉଁଥିରେ ଫୁସଫୁସର (en:lung) କାର୍ଯ୍ୟଶକ୍ତି କମିଯାଏ ।[୩][୪] ଏଥିରେ ନିୟମିତ ଅଣନିଶ୍ୱାସ (shortness of breath) ଓ ଶୁଖିଲା କାଶ (cough) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧] କ୍ଲବିଙ୍ଗ (nail clubbing) ଓ ଥକ୍କାଣ ଭଳି ପରିବର୍ତ୍ତିତ ଲକ୍ଷଣ ଦେଖାଯାଏ ।[୧] ରୋଗ ଜଟିଳ ହେଲେ ଫୁସଫୁସୀୟ ଉଚ୍ଚ ରକ୍ତଚାପ (Pulmonary hypertension), ହୃଦ୍‌ପାତ, ନିମୋନିଆ, ପଲ୍‌ମୋନାରି ଏମ୍ବୋଲିଜ୍ମ ଇତ୍ୟାଦି ରୋଗମାନ ଦେଖାଯାଆନ୍ତି ।[୧]

Clubbing of fingers in IPF

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ସିଗାରେଟ ଧୁମ୍ରପାନ (Cigarette smoking), କେତେକ ଭୁତାଣୁ ସଂକ୍ରମଣ (viral infection), ପାରିବାରିକ ଇତିହାସ ଇତ୍ୟାଦି ଏହି ରୋଗ ସଙ୍କଟରେ ସାହାଯ୍ୟ କରନ୍ତି । [୧] ଫୁସଫୁସରେ ସ୍କାର ବା ଦାଗ ହୋଇ ରୋଗ ସୃଷ୍ଟି ହୁଏ ।[୧] ଅନ୍ୟାନ୍ୟ ସମ‌ଭାବାପନ୍ନ ରୋଗର ଅନୁପସ୍ଥିତି ସ୍ଥିର କରିବା ପରେ ସିଟି ସ୍କାନ (CT scan), ଫୁସଫୁସ ବାୟୋପ୍ସି (lung biopsy) ଆବଶ୍ୟକ ହୋଇପାରେ ।[୩] ଏହା ଏକ ପ୍ରକାର ଇଣ୍ଟରସ୍ଟିସିଆଲ (interstitial lung disease/ ILD) ଫୁସଫୁସ ରୋଗ ।[୩]


ପଲମୋନାରି ରିହାବିଲିଟାସନ (pulmonary rehabilitation) ଓ ଅମ୍ଳଜାନ ଥେରାପି (supplemental oxygen) ବ୍ୟବ‌ହାର କରୁଥିବା ଲୋକ ବ‌ହୁତ ଉପକାର ପାଆନ୍ତି । [୧] ପିରଫେନିଡନ (Pirfenidone) ବା ନିଣ୍ଟେଡାନିବ (nintedanib) ଭଳି ଔଷଧ ବ୍ୟବ‌ହାର କଲେ ରୋଗର ପ୍ରଗତି ଧୀର ହୋଇଯାଏ । [୨] ଅତ୍ୟଧିକ ରୋଗ‌ଗ୍ରସ୍ତ ଲୋକର ଫୁସଫୁସ ପ୍ରତ୍ୟାରୋପଣ (lung transplantation)ଆବଶ୍ୟକ ହୋଇପାରେ ।[୧]

ପୃଥିବୀରେ ପ୍ରାୟ ୫ ନିୟୁତ ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି ।[୫] ବର୍ଷକୁ ପ୍ରତି ଏକ ଲକ୍ଷ ଲୋକରେ ୧୨ ଜନ ଆକ୍ରାନ୍ତ ହୁଅନ୍ତି । [୪] ୬୦ ଓ ୭୦ ଦଶକରେ ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି ।[୪] ମହିଳାଙ୍କ ଅପେକ୍ଷ ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୪] ଏମାନଙ୍କ ବଞ୍ଚିବା ହାର ପ୍ରାୟ (Average life expectancy) ୪ ବର୍ଷ ହୁଏ । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Idiopathic Pulmonary Fibrosis". NHLBI. Retrieved 21 January 2018.
  2. ୨.୦ ୨.୧ ୨.୨ ୨.୩ Raghu, G; Rochwerg, B; Zhang, Y; Garcia, CA; Azuma, A; Behr, J; Brozek, JL; Collard, HR; Cunningham, W; Homma, S; Johkoh, T; Martinez, FJ; Myers, J; Protzko, SL; Richeldi, L; Rind, D; Selman, M; Theodore, A; Wells, AU; Hoogsteden, H; Schünemann, HJ; American Thoracic, Society.; European Respiratory, society.; Japanese Respiratory, Society.; Latin American Thoracic, Association. (15 July 2015). "An Official ATS/ERS/JRS/ALAT Clinical Practice Guideline: Treatment of Idiopathic Pulmonary Fibrosis. An Update of the 2011 Clinical Practice Guideline". American Journal of Respiratory and Critical Care Medicine. 192 (2): e3–19. doi:10.1164/rccm.201506-1063ST. PMID 26177183.
  3. ୩.୦ ୩.୧ ୩.୨ ୩.୩ Raghu G, Collard HR, Egan JJ, et al. (2011). "An official ATS/ERS/JRS/ALAT statement: Idiopathic pulmonary fibrosis: Evidence-based guidelines for diagnosis and management". Am. J. Respir. Crit. Care Med. 183 (6): 788–824. doi:10.1164/rccm.2009-040GL. PMC 5450933. PMID 21471066.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 691. ISBN 9780323529570.
  5. Meltzer EB, Noble PW (2008). "Idiopathic pulmonary fibrosis". Orphanet J Rare Dis. 3 (1): 8. doi:10.1186/1750-1172-3-8. PMC 2330030. PMID 18366757.{{cite journal}}: CS1 maint: unflagged free DOI (link)

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ