ଆସ୍‌ପାରାଜିନେଜ

ଉଇକିପିଡ଼ିଆ‌ରୁ
ଆସ୍‌ପାରାଜିନେଜ
Clinical data
Trade namesElspar, others
Synonymscrisantaspase, colaspase
AHFS/Drugs.commonograph
MedlinePlusa682046
data
Pregnancy
category
  • AU: D
  • US: C (Risk not ruled out)
Routes of
administration
IM or IV
ATC code
Legal status
Legal status
Pharmacokinetic data
Elimination half-life39-49 hours (IM), 8-30 hours (IV)
Identifiers
  • E. coli L-asparagine amidohydrolase
CAS Number
IUPHAR/BPS
DrugBank
ChemSpider
  • none
UNII
KEGG
ECHA InfoCard100.029.774 Edit this at Wikidata
Chemical and physical data
FormulaC1377H2208N382O442S17
Molar mass31731.9 g/mol
 ☒NcheckY (what is this?)  (verify)

ଆସ୍‌ପାରାଜିନେଜ (ଇଂରାଜୀ ଭାଷାରେ Asparaginase, ଅନ୍ୟ ନାମ କ୍ରିସାଣ୍ଟାସ୍ପେସ) ଏକ ଇଞ୍ଜାଇମ (enzyme) ଯାହା ଔଷଧ ଭାବରେ ଓ ଖାଦ୍ୟ ଉତ୍ପାଦନରେ (food manufacturing) ବ୍ୟବ‌ହାର ହୁଏ ।[୧][୨] ଔଷଧ ଭାବରେ ଏହା ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ (acute lymphoblastic leukemia ବା ALL), ଆକ୍ୟୁଟ ମାୟେଲଏଡ ଲିଉକେମିଆ (acute myeloid leukemia ବା AML) ଓ ନନ୍‌-ହଜକିନ୍ସ ଲିମ୍ଫୋମା ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧] ଏହା ମାଂସପେଶୀରେ (muscle), ଚର୍ମ ତଳେ (under the skin) ଓ ଶିରାଭ୍ୟନ୍ତର (injection into a vein) ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଏକ ପେଜିଲେଟେଡ pegylated ସଂସ୍କରଣ ମଧ୍ୟ ମିଳେ ।[୩] ଖାଦ୍ୟ ଉତ୍ପାଦନରେ ଏହା ଆକ୍ରିଲାମାଇଡ (acrylamide) କମେଇବା ନିମନ୍ତେ ଦିଆଯାଏ ।[୨]

ଆସ୍‌ପାରାଜିନେଜର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions), ଅଗ୍ନାଶୟ ପ୍ରଦାହ, ରକ୍ତ ଜମାଟ ସମସ୍ୟା, ଉଚ୍ଚ ରକ୍ତ ଶର୍କରା, ବୃକ୍‌କ ସମସ୍ୟା (kidney problems) ଓ ଯକୃତ ସମସ୍ୟା (liver dysfunction) ହୋଇପାରେ ।[୧] ଗର୍ଭାବସ୍ଥାରେ ଶିଶୁର କ୍ଷତି ହୋଇପାରେ ।[୪] ଖାଦ୍ୟ ଭାବରେ ଏହା ସାଧାରଣତଃ ନିରାପଦ (generally recognized as safe) ଜଣାଯାଏ ।[୨] କର୍କଟ ଜୀବକୋଷ ପ୍ରସ୍ତୁତ କରୁଥିବା ଡିଏନଏର (DNA) ଉପାଦାନ ଆସ୍ପାରାଜିନ ନାମକ ଆମିନୋ ଏସିଡକୁ (amino acid) ଆସ୍‌ପାରାଜିନେଜ (asparagine) ନଷ୍ଟ କରିଦିଏ ଓ ଏହାଦ୍ୱାରା କାର୍ଯ୍ୟକ୍ଷମ ହୁଏ ।[୧]

ସନ ୧୯୭୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆସ୍‌ପାରାଜିନେଜ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୦,୦୦୦ ଆଇୟୁ ଭାଏଲର ହୋଲସେଲ ମୂଲ୍ୟ ପ୍ରାୟ ୪୨.୦୦ ଆମେରିକୀୟ ଡଲାର ।[୬] ଏହି ପରିମାଣ ଔଷଧର ମୂଲ୍ୟ ଇଂଲଣ୍ଡରେ ପ୍ରାୟ ୬୧୩.୦୦ ପାଉଣ୍ଡ ।[୭] ଏହା ପ୍ରାୟ ଏସେରିକିଆ କୋଲାଇ (Escherichia coli) ଓ ଏରଉଇନିଆ କ୍ରାଇସାନ୍‌ଥେମାଇ (Erwinia chrysanthemi)‌ ଜୀବାଣୁମାନଙ୍କରୁ ପ୍ରସ୍ତୁତ କରାଯାଏ ।[୩][୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Asparaginase". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ Gökmen, Vural (2015). Acrylamide in Food: Analysis, Content and Potential Health Effects (in ଇଂରାଜୀ). Academic Press. p. 415. ISBN 9780128028759.
  3. ୩.୦ ୩.୧ ୩.୨ Kim, Kyu-Won; Roh, Jae Kyung; Wee, Hee-Jun; Kim, Chan (2016). Cancer Drug Discovery: Science and History (in ଇଂରାଜୀ). Springer. p. 147. ISBN 9789402408447.
  4. "Asparaginase escherichia coli (Elspar) Use During Pregnancy". www.drugs.com. Retrieved 20 December 2016.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Asparaginase". International Drug Price Indicator Guide. Archived from the original on 27 March 2017. Retrieved 8 December 2016.
  7. British national formulary : BNF 69 (69 ed.). British Medical Association. 2015. p. 600. ISBN 9780857111562.
  8. Farmer, Peter B.; Walker, John M. (2012). The Molecular Basis of Cancer (in ଇଂରାଜୀ). Springer Science & Business Media. p. 279. ISBN 9781468473131.