ଆଲିଆ ଭଟ୍ଟ

ଉଇକିପିଡ଼ିଆ‌ରୁ
ଆଲିଆ ଭଟ୍ଟ
୨୦୧୬ ଫିଲ୍ମ‌ଫେୟାରରେ ଆଲିଆ
Born (1992-03-15) ୧୫ ମାର୍ଚ୍ଚ ୧୯୯୨ (ବୟସ ୩୨)
Nationalityବ୍ରିଟିଶ[୧]
Occupation(s)ଅଭିନେତ୍ରୀ, ମଡେଲ
Years active୨୦୧୨- ଏବେଯାଏଁ
Parent(s)ମହେଶ ଭଟ୍ଟ
ସୋନି ରାଦ୍‌ୱାନ
Relativesପୂଜା ଭଟ୍ଟ (ସାବତ ‌ଭଉଣୀ)
ଇମ୍ରାନ ହାସିମ (ସମ୍ପର୍କୀୟ ଭାଇ)

‌ଆଲିଆ ଭଟ୍ଟ‌ (ଜନ୍ମ: 15 March 1992) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତ‌ଥା ପ୍ରଯୋଜକ ମହେଶ ଭଟ୍ଟଙ୍କର ଝିଅ । ଆଲିଆ ଜଣେ ଶିଶୁ କଳାକାର ଭାବରେ ୧୯୯୯ରେ ‌ସଙ୍ଘର୍ଷ‌ ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ କରିଥିଲେ ।[୨] ଏହା ପରେ ସେ ୨୦୧୨ରେ କରଣ ଜୋହରଙ୍କ ଚଳଚ୍ଚିତ୍ର ‌ଷ୍ଟୁଡେନ୍ଟ ଅଫ୍ ଦ ଇଅର‌ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ[୩] ଏବଂ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମ‌ଫେୟାରରେ ମନୋନୀତ କରାଯାଇଥିଲା ।[୪]

ଆଲିଆଙ୍କ ଅଭିନୀତ ସଫଳ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଲା: ଟୁ ଷ୍ଟେଟସ୍, ହମ୍‌ଟି ଶର୍ମାକି ଦୁଲ୍ହନିଆ, କପୁର ଆଣ୍ଡ ସନ୍‌ସ୍, ଡିଅର ଜିନ୍ଦେଗି, ବଦ୍ରିନାଥ କି ଦୁଲ୍ହନିଆ । ହାଇ ୱେ ଏବଂ ଉଡ଼୍‌ତା ପଞ୍ଜାବ ଭଳି ଚଳଚ୍ଚିତ୍ରରେ ଆଲିଆ ଅଭିନୟ ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସମୀକ୍ଷକ ପୁରସ୍କାର ପାଇଥିଲେ ।[୫][୬][୭][୮]

ଆଲିଆ ଭଟ୍ଟ ଅଭିନୟ କରିବା ସ‌ହ କିଛି ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଆଲିଆ ୧୫ ମାର୍ଚ୍ଚ ୧୯୯୩ରେ ଜନ୍ମଗ୍ରହଣ କରିଥିଲେ ।[୯][୧୦] ଆଲିଆଙ୍କର ବାପା ମହେଶ ଭଟ୍ଟ ଜଣେ କଥାଚିତ୍ର ନିର୍ଦ୍ଦେଶକ ତ‌ଥା ପ୍ରଯୋଜକ ଏବଂ ମାଆ ସୋନି ରାଦ୍‌ୱାନ ଜଣେ ଅଭିନେତ୍ରୀ । [୧୧][୧୨] ତାଙ୍କ ବାପା ଜଣେ ଗୁଜୁରାତି ଲୋକ ଏବଂ ମାଆ ଜଣେ କାଶ୍ମୀର ଲୋକ ଯେ କି ଜର୍ମାନ ବାସିନ୍ଦା ।[୧୩][୧୪][୧୫] ନିର୍ଦ୍ଦେଶକ ନାନାବାଇ ଭଟ୍ଟ ଆଲିଆଙ୍କର ଜେଜେ । ଆଲିଆଙ୍କର ବଡ଼ ଭଉଣୀ ହେଉଛନ୍ତି ଶାହିନ୍ ଭଟ୍ଟ ।[୧୬] ରାହୁଲ ଭଟ୍ଟ ଏବଂ ଅଭିନେତ୍ରୀ ପୂଜା ଭଟ୍ଟ ହେଉଛନ୍ତି ଆଲିଆଙ୍କର ସାବତ ଭାଇ-ଭଉଣୀ । ଅଭିନେତା ଇମ୍ରାନ ହାସିମ ହେଉଛନ୍ତି ଆଲିଆଙ୍କର ସମ୍ପର୍କୀୟ ଭାଇ ।[୧୭]

ଅଭିନୟ ଜୀବନ[ସମ୍ପାଦନା]

ଆଲିଆ ୧୯୯୯ରେ କଥାଚିତ୍ର ‌ସଙ୍ଘର୍ଷ‌ରେ ପ୍ରଥମକରି ଅଭିନୟ କରିଥିଲେ । ସେତେବେଳେ ସସେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ୨୦୧୨ରେ ଆଲିଆ ଜଣେ ନାୟିକା ଭାବରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଆଲିଆ ଟୁ ଷ୍ଟେଟସ୍, ହମ୍‌ଟି ଶର୍ମାକି ଦୁଲ୍ହନିଆ, କପୁର ଆଣ୍ଡ ସନ୍‌ସ୍, ଡିଅର ଜିନ୍ଦେଗି, ବଦ୍ରିନାଥ କି ଦୁଲ୍ହନିଆ ହାଇ ୱେ ଏବଂ ଉଡ଼୍‌ତା ପଞ୍ଜାବ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୧୯୯୯: ସଙ୍ଘର୍ଷ
  • ୨୦୧୨: ଷ୍ଟୁଡେଣ୍ଟ ଅଫ୍ ଦ ଇଅର
  • ୨୦୧୪: ହାଇୱେ
  • ୨୦୧୪: ଟୁ ଷ୍ଟେଟସ୍
  • ୨୦୧୪: ହମ୍‌‌ଟି ଶର୍ମା କି ଦୁଲ୍ହନିଆ
  • ୨୦୧୪: ଗୋଇଙ୍ଗ୍ ହୋମ୍
  • ୨୦୧୪: ଅଗ୍‌ଲି
  • ୨୦୧୫: ସାନ୍ଦାର୍
  • ୨୦୧୬: କପୁର୍ ଆଣ୍ଡ ସନ୍‌ସ୍
  • ୨୦୧୬: ଉଡ଼୍‌ତା ପଞ୍ଜାବ
  • ୨୦୧୬: ୟେ ଦିଲ୍ ହେ ମୁସ୍କିଲ
  • ୨୦୧୬: ଡିଅର ଜିନ୍ଦେଗି
  • ୨୦୧୭: ବଦ୍ରିନାଥ କି ଦୁଲ୍ହନିଆ

ଆଧାର[ସମ୍ପାଦନା]

  1. Singh, Prashant (3 April 2014). "Alia Bhatt can't vote in 2014, encourages youth to cast their votes". Hindustan Times. Retrieved 22 April 2017.
  2. Joshi, Sonali; Varma, Lipika (28 May 2012). "Alia Bhatt's silver screen debut". India Today. New Delhi. Retrieved 1 August 2012.
  3. "The new stars of Bollywood". Hindustan Times. 31 December 2010. Archived from the original on 5 October 2012. Retrieved 27 September 2012.
  4. "Alia Bhatt—Awards". Bollywood Hungama. Retrieved 14 October 2013.
  5. "60th Britannia Filmfare Awards 2014: Complete list of winners". The Times of India. 31 January 2015. Retrieved 31 January 2015.
  6. "62nd Jio Filmfare Awards 2017 Nominations". Filmfare. 9 January 2017. Retrieved 13 January 2017.
  7. "Star Screen Awards 2016 winners list: Pink wins big, Big B-Alia get best actor and actress award". India Today. 5 December 2016. Retrieved 13 January 2017.
  8. "62nd Filmfare Awards 2017: Winners' list". The Times of India. 15 January 2017. Retrieved 15 January 2017.
  9. Sharma, Sarika (15 March 2014). "Alia Bhatt celebrates birthday shooting for 'Humpty Sharma Ki Dulhania'". The Indian Express. Retrieved 15 March 2014.
  10. Saxena, Kashika (11 October 2013). "I am sometimes retarded, sometimes composed: Alia Bhatt". The Times of India. Retrieved 15 March 2014.
  11. Gupta, Priya (14 January 2013). "I have great reverence for women: Mahesh Bhatt". Times of India. Retrieved 8 March 2014.
  12. Varma, Lipika (13 April 2014). "State of affairs: Arjun Kapoor and Alia Bhatt". Deccan Chronicle. Retrieved 16 April 2014.{{cite web}}: CS1 maint: numeric names: authors list (link)
  13. Shedde, Meenakshi (17 Februar 2014). "Berlin diary: Alia Bhatt's family connection to the German city". Firstpost. Retrieved 8 March 2014.{{cite web}}: CS1 maint: numeric names: authors list (link)
  14. Dubey, Bharati (12 February 2014). "Alia Bhatt's German roots". Mid-Day. Retrieved 8 March 2014.{{cite web}}: CS1 maint: numeric names: authors list (link)
  15. Dutta, Pradeep (30 January 2001). "I'll voice the worries of Kashmiri Pandits'". Indian Express. Retrieved 8 March 2014.{{cite web}}: CS1 maint: numeric names: authors list (link)
  16. Sharma, Neha (2 May 2010). "Another Bhatt on the block". Hindustan Times. Archived from the original on 17 March 2014. Retrieved 29 March 2014.{{cite web}}: CS1 maint: numeric names: authors list (link)
  17. Anubha Sawhney (18 January 2003). "The Saraansh of Mahesh Bhatt's life". The Times of India. Retrieved 1 August 2012.

ଅଧିକ ତ‌ଥ୍ୟ[ସମ୍ପାଦନା]