ଆଣ୍ଟି-ଏନଏମଡିଏ ରିସେପ୍ଟର ଏନ‌କେଫାଲାଇଟିସ

ଉଇକିପିଡ଼ିଆ‌ରୁ
ଆଣ୍ଟି-ଏନଏମଡିଏ ରିସେପ୍ଟର ଏନ‌କେଫାଲାଇଟିସ (Anti-NMDA receptor encephalitis)
ଏନଏମଡିଏ ରିସେପ୍ଟର ଆଣ୍ଟିବଡି ଏନ‌କେଫାଲାଇଟିସ (NMDA receptor antibody encephalitis)
ଏନଏମଡିଏ ରିସେପ୍ଟର (NMDA receptor) ଚିତ୍ର
ଲକ୍ଷଣପ୍ରାରମ୍ଭ: ଜ୍ୱର, ମୁଣ୍ଡ ବିନ୍ଧା, ଥକ୍କାଣ ଅନୁଭବ, ସାଇକୋସିସ, ଉତ୍ତେଜିତ[୧][୨]
ପରେ: ବାତ (Seizures), ହାଇପୋଭେଣ୍ଟିଲେସନ (decreased breathing), ଅଟୋନିମିକ ଇନସ୍ଟାବିଲିଟି (blood pressure and heart rate variability)[୧]
ଆକ୍ରାନ୍ତ ସମୟକିଛି ଦିନଠାରୁ କିଛି ସପ୍ତାହ [୩]
ବିପଦ କାରକଓଭାରିଆନ ଟେରାଟୋମା (Ovarian teratoma), ଅଜ୍ଞାତ[୧][୪]
ରୋଗ ନିର୍ଣ୍ଣୟ ପଦ୍ଧତିନିର୍ଦ୍ଦିଷ୍ଟ ଆଣ୍ଟିବଡି (antibodies) ସେରେବ୍ରୋ ସ୍ପାଇନାଲ ଫ୍ଲୁଇଡ (cerebral spinal fluid)[୧]
ସଠିକ ରୋଗ ନିର୍ଣ୍ଣୟଭୁତାଣୁ ଏନ‌କେଫାଲାଇଟିସ (Viral encephalitis, ଆକ୍ୟୁଟ ସାଇକୋସିସ (acute psychosis), ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ [୨]
ଔଷଧକର୍ଟିକୋସ୍ଟିରଏଡ (Corticosteriods), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin/ IVIG), ପ୍ଲାଜ୍ମା ବିନିମୟ (plasma exchange), ଆଜାଥାଇଓପ୍ରିନ[୨]
ଚିକିତ୍ସାଇମ୍ମ୍ୟୁନୋସପ୍ପ୍ରେସିଭ ଔଷଧ (Immunosuppresive medication), ଅପରେଶନ[୧]
Prognosisଚିକିତ୍ସାରେ ଉପଶମ ହୋଇଯାଏ [୧]
ପୁନଃପୌନିକଅପେକ୍ଷାକୃତ ସାଧାରଣ[୨]
ମୃତ୍ୟୁ ସାନ୍ଦ୍ରତା~୪% ମୃତ୍ୟୁ ସଙ୍କଟ[୨]

ଆଣ୍ଟି-ଏନଏମଡିଏ ରିସେପ୍ଟର ଏନ‌କେଫାଲାଇଟିସ (ଇଂରାଜୀ ଭାଷାରେ Anti-NMDA receptor encephalitis) ଏକ ପ୍ରକାର ମସ୍ତିଷ୍କ ପ୍ରଦାହ (brain inflammation) ରୋଗ ଯାହା ଆଣ୍ଟିବଡି (antibodies) ଯୋଗୁ ହୁଏ ।[୪] ପ୍ରାରମ୍ଭରେ ଜ୍ୱର, ମୁଣ୍ଡ ବିନ୍ଧା ଓ ଥକ୍କାଣ ଅନୁଭବ ହୁଏ ।[୧][୨] ଏହା ପରେ ସାଇକୋସିସ (psychosis) ହୁଏ ଯାହା ଡିଲ୍ୟୁଜନ (false beliefs) ବା ମିଥ୍ୟା ବିଶ୍ୱାସ ଓ ହାଲ୍ୟୁସିନେସନ (seeing or hearing things that others do not see or hear) ବା ନଥିବା ଜିନିଷ ଦେଖାଯାଏ ଓ ଶୁଣାଯିବା ଲକ୍ଷଣ ଦେଖାଏ ।[୧] ରୋଗୀ ଦ୍ୱନ୍ଦ୍ୱପୂର୍ଣ୍ଣ ଓ ଉତ୍ତେଜିତ ଥିବା ଦେଖାଯାଏ ।[୧] ସମୟକ୍ରମେ ବାତ (Seizures), ହାଇପୋଭେଣ୍ଟିଲେସନ (decreased breathing), ଅଟୋନିମିକ ଇନସ୍ଟାବିଲିଟି (blood pressure and heart rate variability) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧]

ପ୍ରାୟ ୫୦% କେଶ୍‌ରେ ଅର୍ବୁଦ (tumors) ଥିବା ଦେଖାଯାଏ ବିଶେଷତଃ ଓଭାରି ବା ଡିମ୍ବାଶୟର (ovaries) ଟେରାଟୋମା (teratoma) ଥାଏ ଓ ବାକି କେଶ୍‌ମାନଙ୍କରେ କାରଣ ଜଣାପଡ଼େନାହିଁଁ । [୧][୪] ଅନ୍ତର୍ନିହିତ କାରଣରୂପେ ଅଟୋଇମ୍ମ୍ୟୁନ (autoimmune) ଦୋଷୀ ଥିବା ବିଶ୍ୱାସ କରାଯାଏ ଯେଉଁଥିରେ ମସ୍ତିଷ୍କରେ ଥିବା ଏନ-ମିଥାଇଲ ଡି-ଆସ୍ପାର୍ଟେଟ ରିସେପ୍ଟରର (en:N-methyl D-aspartate receptors) ଜିଏଲୟୁଏନ୧ (en:GluN1 subunit) (N-methyl D-aspartate receptors) ଟାର୍ଗେଟରେ ଥିବା ଜଣାଯାଏ । [୧][୫] ସେରେବ୍ରୋ ସ୍ପାଇନାଲ ଫ୍ଲୁଇଡରେ (cerebral spinal fluid) ନିର୍ଦ୍ଦିଷ୍ଟ ଆଣ୍ଟିବଡି (antibodies) ପାଇଲେ ରୋଗ ନିର୍ଣ୍ଣୟ ହୁଏ ।[୧] ଏମଆରଆଇ (MRI) ସାଧାରଣ ଥାଏ । [୨] ଅନେକ ସମୟରେ ଭୂଲ ନିର୍ଣ୍ଣୟ କରାଯାଇଥାଏ । [୫]

ସ୍ୱାଭାବିକ ଭାବରେ ଏହକୁ ଇମ୍ମ୍ୟୁନୋସପ୍ପ୍ରେସିଭ ଔଷଧ (Immunosuppresive medication) ଦେଇ ଚିକିତ୍ସା କରାଯାଏ ଓ ଅର୍ବୁଦ ଥିଲେ ଅପରେଶନ କରାଯାଏ ।[୧] ପ୍ରାୟ ୮୦% ରୋଗୀ ସୁଫଳ ପାଆନ୍ତି ।[୧] ରୋଗ ଆରମ୍ଭ ହେବା ସମୟରେ ଚିକିତ୍ସା ଆରମ୍ଭ କଲେ ଅଧିକ ସୁଫଳ ମିଳେ ।[୨] ଦୀର୍ଘକାଳୀନ ମାନସିକ ଓ ବ୍ୟବ‌ହାରିକ ସମସ୍ୟା ରହିପାରେ ।[୨] ପ୍ରାୟ ୪% ରୋଗୀ ମୃତ୍ୟୁ ବରଣ କରନ୍ତି ।[୨] ପ୍ରାୟ ୧୦% ରୋଗୀଙ୍କର ପୁନର୍ବାର ରୋଗ ହୁଏ । [୧]

ଏହା ଏକ ଅପେକ୍ଷାକୃତ ସାଧାରଣ ରୋଗ ।[୨] ପ୍ରାୟ ୮୦% ମହିଳା ରୋଗୀ ଅଛନ୍ତି ।[୨] ସ୍ୱାଭାବିକ ଭାବରେ ୪୫ରୁ କମ୍ ବୟସ୍କ ଯୁବକମାନଙ୍କୁ ଏ ରୋଗ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ । [୪][୫] ସନ ୨୦୦୭ରେ ପ୍ରଥମେ ଜୋସେଫ ଡାଲମୁ ଏହି ରୋଗ ବର୍ଣ୍ଣନା କରିଥିଲେ ।[୧][୬]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Kayser, MS; Dalmau, J (September 2016). "Anti-NMDA receptor encephalitis, autoimmunity, and psychosis". Schizophrenia Research. 176 (1): 36–40. doi:10.1016/j.schres.2014.10.007. PMC 4409922. PMID 25458857.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Kayser, MS; Dalmau, J (2011). "Anti-NMDA Receptor Encephalitis in Psychiatry". Current Psychiatry Reviews. 7 (3): 189–193. doi:10.2174/157340011797183184. PMC 3983958. PMID 24729779.
  3. Niederhuber, John E.; Armitage, James O.; Doroshow, James H.; Kastan, Michael B.; Tepper, Joel E. (2013). Abeloff's Clinical Oncology E-Book (in ଇଂରାଜୀ). Elsevier Health Sciences. p. 600. ISBN 9781455728817.
  4. ୪.୦ ୪.୧ ୪.୨ ୪.୩ Venkatesan, A; Adatia, K (20 December 2017). "Anti-NMDA-Receptor Encephalitis: From Bench to Clinic". ACS Chemical Neuroscience. 8 (12): 2586–2595. doi:10.1021/acschemneuro.7b00319. PMID 29077387.
  5. ୫.୦ ୫.୧ ୫.୨ Minagar, Alireza; Alexander, J. Steven (2017). Inflammatory Disorders of the Nervous System: Pathogenesis, Immunology, and Clinical Management (in ଇଂରାଜୀ). Humana Press. p. 177. ISBN 9783319512204. Retrieved 14 July 2018.
  6. Dalmau, Josep; Tüzün, Erdem; Wu, Hai-yan; Masjuan, Jaime; Rossi, Jeffrey E.; Voloschin, Alfredo; Baehring, Joachim M.; Shimazaki, Haruo; Koide, Reiji; King, Dale; Mason, Warren; Sansing, Lauren H.; Dichter, Marc A.; Rosenfeld, Myrna R.; Lynch, David R. (2007). "Paraneoplastic anti-N-methyl-D-aspartate receptor encephalitis associated with ovarian teratoma". Annals of Neurology. 61 (1): 25–36. doi:10.1002/ana.21050. PMC 2430743. PMID 17262855.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ