ଆକ୍ୟୁଟ ମାୟେଲଏଡ ଲିଉକେମିଆ

ଉଇକିପିଡ଼ିଆ‌ରୁ
ଆକ୍ୟୁଟ ମାୟେଲଏଡ ଲିଉକେମିଆ (Acute myeloid leukemia)
ଆକ୍ୟୁଟ ମାୟେଲୋଜେନସ ଲିଉକେମିଆ (Acute myelogenous leukemia), ଆକ୍ୟୁଟ ନନ୍‌ଲିମ୍ଫୋସାଇଟିକ ଲିଉକେମିଆ (acute nonlymphocytic leukemia/ ANLL), ଆକ୍ୟୁଟ ମାୟେଲୋବ୍ଲାସ୍ଟିକ ଲିଉକେମିଆ (acute myeloblastic leukemia), ଆକ୍ୟୁଟ ଗ୍ରାନୁଲୋସାଇଟିକ ଲିଉକେମିଆ (acute granulocytic leukemia)[୧]
ଅସ୍ଥିମଜ୍ଜା ଆସ୍ପିରେଟ ଅଣୁବୀକ୍ଷଣ ଯନ୍ତ୍ରରେ ଆକ୍ୟୁଟ ମାୟେଲଏଡ ଲିଉକେମିଆ ରୋଗ ଥିବା ଦେଖାଯାଉଛି । ତୀର ଚିହ୍ନ ଆଉଏର ରଡ (Auer rods)
ବିଭାଗରକ୍ତ ରୋଗ ବିଜ୍ଞାନ (Hematology, କର୍କଟ ରୋଗ ବିଜ୍ଞାନ oncology
ଲକ୍ଷଣଥକ୍କାଣ, ଅଣନିଶ୍ୱାସ (shortness of breath), ସ‌ହଜ ବ୍ରୁଇ ଓ ରକ୍ତସ୍ରାବ, ସଂକ୍ରମଣ (infection) ସଙ୍କଟ ଅଧିକ [୧]
ଆକ୍ରାନ୍ତ ସମୟପ୍ରତ୍ୟେକ ବୟସ, ୬୫ରୁ ୭୫ ବୟସରେ ଅଧିକ ହୁଏ ।[୨]
ବିପଦ କାରକଧୂମ୍ରପାନ (Smoking), ପୂର୍ବରୁ ପାଇଥିବା କେମୋଥେରାପି (chemotherapy) ବା ରାଡିଏସନ ଥେରାପି (radiation therapy), ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ (myelodysplastic syndrome), ବେଞ୍ଜିନ (benzene)[୧]
ରୋଗ ନିର୍ଣ୍ଣୟ ପଦ୍ଧତିBone marrow aspiration, ରକ୍ତ ପରୀକ୍ଷା (blood test)[୩]
ଚିକିତ୍ସାକେମୋଥେରାପି (chemotherapy) ବା ରାଡିଏସନ ଥେରାପି (radiation therapy) ଓ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ (stem cell transplant)[୩][୧]
Prognosis୫ ବର୍ଷ ଆୟୁଷ (Five-year survival) ~୨୭% (ଯୁକ୍ତରାଷ୍ଟ୍ର ଆମେରିକା)[୨]
ପୁନଃପୌନିକ୧ ନିୟୁତ (୨୦୧୫)[୪]
ମୃତ୍ୟୁ ସାନ୍ଦ୍ରତା୧୪୭,୧୦୦ (୨୦୧୫)[୫]

ଆକ୍ୟୁଟ ମାୟେଲଏଡ ଲିଉକେମିଆ ବା ଏଏମଏଲ (Acute myeloid leukemia or AML) ରୋଗ ଏକ ପ୍ରକାର କର୍କଟ ରୋଗ ଯେଉଁଥିରେ ଅସ୍ଥିମଜ୍ଜାରେ (bone marrow) ଥିବା ମାୟେଲଏଡ (myeloid) ଶ୍ରେଣୀର ରକ୍ତ ଜୀବକୋଷ (blood cells) ପ୍ରଭାବିତ ହେବା ଫଳରେ ଅସାଧାରଣ ଜୀବକୋଷ ସମୂହ ସୃଷ୍ଟି ସେଠାରେ ହୋଇ ମଜ୍ଜା ଓ ରକ୍ତରେ ସଞ୍ଚାଳିତ ହୁଅନ୍ତି ଓ ହେମାଟୋପଏସିସ (normal blood cells) ବା ସାଧାରଣ ଲୋହିତ ରକ୍ତ କଣିକା ସୃଷ୍ଟିରେ ବାଧା ଉତ୍ପନ୍ନ କରିବା ଫଳରେ ରକ୍ତର କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।[୧] ଏହି ରୋଗରେ ଥକ୍କା ଅନୁଭବ, ଅଣନିଶ୍ୱାସୀ, ସ‌ହଜରେ ବ୍ରୁଇ ତ‌ଥା ରକ୍ତସ୍ରାବ ଓ ଅଧିକ ସଂକ୍ରମଣ (infection) ସଙ୍କଟ ଉତ୍ପନ୍ନ ହୁଏ ।[୧] ମସ୍ତିଷ୍କ, ଚର୍ମ ଓ ମାଢ଼ିକୁ ମଧ୍ୟ ଏହି ରୋଗର ବିସ୍ତାର ହୋଇପାରେ ।[୧] ଆକ୍ୟୁଟ ଲିଉକେମିଆ (acute leukemia) ରୋଗ ଦୃତ ଗତିରେ ବୃଦ୍ଧିପ୍ରାପ୍ତ ହେବା ଫଳରେ କିଛି ସପ୍ତାହ ବା କିଛି ମାସ ମଧ୍ୟରେ ଘାତକ ସିଦ୍ଧ ହୋଇଯାଏ ।[୧][୬]

ଧୂମ୍ରପାନ (Smoking), ପୂର୍ବରୁ ପାଇଥିବା କେମୋଥେରାପି (chemotherapy) ବା ରାଡିଏସନ ଥେରାପି (radiation therapy), ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ (myelodysplastic syndrome), ବେଞ୍ଜିନ (benzene) ଆଦି କାରକ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୋଇଥାଏ ।[୧] ସାଧାରଣ ଅସ୍ଥିମଜ୍ଜାର ଜୀବକୋଷଗୁଡ଼ିକ ବଦଳିଯାଇ ଲିଉକେମିଆ କୋଷରେ ପରିଣତ ହେବା ଫଳରେ ଆନିମିଆ, ଥ୍ରୋମ୍ବୋସାଇଟିପିନିଆ (platelet|) ଓ ଅଧିକ ଅପରିପକ୍ୱ ଶ୍ୱେତ ରକ୍ତକଣିକା ଓ ଅଳ୍ପ ସଂଖ୍ୟକ ସାଧାରଣ ଶ୍ୱେତ ରକ୍ତକଣିକା ରହେ ।[୧] ଅସ୍ଥିମଜ୍ଜା ଆସ୍ପିରେସନ (bone marrow aspiration) ଓ ନିର୍ଦ୍ଦିଷ୍ଟ ରକ୍ତ ପରୀକ୍ଷା (blood test) କରି ରୋଗ ନିର୍ଣ୍ଣୟ କରାଯାଏ । [୩] ଏ ରୋଗର ଅନେକ ଉପବିଭାଗ ଥିବାରୁ ଚିକିତ୍ସା ଓ ଫଳାଫଳ ଭିନ୍ନ ଭିନ୍ନ ହୋଇଥାଏ । [୧]

କେମୋଥେରାପି (chemotherapy) ଦେଇ ଏ ରୋଗର ଉପଶମ (remission) କରିବାକୁ ଚେଷ୍ଟା କରାଯାଏ ।[୧] ଏହା ପରେ ରୋଗୀର ଅଧିକ କେମୋଥେରାପି ବା ରାଡିଏସନ ଥେରାପି (radiation therapy) ଓ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ (stem cell transplant) ଚିକିତ୍ସା କରାଯାଇପାରେ ।[୩][୧] କର୍କଟ କୋଷ ଭିତରେ ଥିବା ନିର୍ଦ୍ଦିଷ୍ଟ ଜେନେଟିକ ମ୍ୟୁଟେସନ (genetic mutations) ଦେଖିବା ପରେ ଚିକିତ୍ସା ଓ ବଳକା ଆୟୁଷ କଳନା କରାଯାଇପାରେ ।[୩] ପୁନର୍ବାର ଆକ୍ରାନ୍ତ ହେଲେ ଆର୍ସେନିକ ଟ୍ରାଇଅକ୍ସାଇଡ (Arsenic trioxide ଦେଇ ପରୀକ୍ଷା କରାଯାଇପାରେ ।[୧]

ପୃଥିବୀରେ ସନ ୨୦୧୫ରେ ଆକ୍ୟୁଟ ମାୟେଲଏଡ ଲିଉକେମିଆ ରୋଗରେ ଏକ ନିୟୁତ ଲୋକ ପୀଡ଼ିତ ହୋଇଥିଲେ ଓ ୧୪୭,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୪][୫] ସାଧାରଣତଃ ଏହା ବୟସ୍କ ଯୁବକମାନଙ୍କୁ ଆକ୍ରମଣ କରେ ।[୨] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଷାଠିଏ ବର୍ଷ ବୟସ ପୂର୍ବର ରୋଗୀମାନଙ୍କ ମଧ୍ୟରୁ ୩୫% ଓ ଏହି ବୟସ ପରେ ୧୦% ମାତ୍ର ଆରୋଗ୍ୟଲାଭ କରନ୍ତି ।[୩] ଭଲ ସ୍ୱାସ୍ଥ୍ୟ ନଥିବା ବୟସ୍କ ଲୋକଙ୍କର ଆୟୁଷ ପ୍ରାୟ ୫ରୁ ୧୦ ମାସ ରହେ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ କର୍କଟ ରୋଗ ଜନିତ ମୃତ୍ୟୁର ୧.୮% ମୃତ୍ୟୁ ଏହି ରୋଗ ଯୋଗୁ ହୁଏ ।[୨]

A video explanation of acute myeloid and lymphoblastic leukemia

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Adult Acute Myeloid Leukemia Treatment". National Cancer Institute (in ଇଂରାଜୀ). 6 March 2017. Retrieved 19 December 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "Acute Myeloid Leukemia - Cancer Stat Facts". NCI (in ଇଂରାଜୀ). Retrieved 10 May 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Döhner, H; Weisdorf, DJ; Bloomfield, CD (17 September 2015). "Acute Myeloid Leukemia". The New England Journal of Medicine. 373 (12): 1136–52. doi:10.1056/NEJMra1406184. PMID 26376137.
  4. ୪.୦ ୪.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  5. ୫.୦ ୫.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  6. Marino, Bradley S.; Fine, Katie S. (2013). Blueprints Pediatrics (in ଇଂରାଜୀ). Lippincott Williams & Wilkins. p. 205. ISBN 9781451116045.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ