ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ

ଉଇକିପିଡ଼ିଆ‌ରୁ
ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ
Acute flaccid myelitis
Acute flaccid paralysis with anterior myelitis, polio-like syndrome[୧]
ଏମଆରଆଇ (Magnetic resonance imaging) ଚିତ୍ରରେ ଏଏଫଏମ ରୋଗୀର ମେରୁଦଣ୍ଡ ଫୁଲିଥିବା ଦେଖାଯାଉଛି (d) ଯାହା ୩ ସପ୍ତାହ ପରେ (e) ଉପଶମ ହୋଇଯାଇଛି ।[୨]
ବିଭାଗସ୍ନାୟୁରୋଗ ବିଜ୍ଞାନ (Neurology)[୩]
ଲକ୍ଷଣଦୌର୍ବଲ୍ୟ, କମ୍ ରିଫ୍ଲେକ୍ସ, ଗିଳିବା ଓ କଥା କ‌ହିବା ସମସ୍ୟା [୩]
ଆକ୍ରାନ୍ତ ସମୟଦୃତ[୩]
କାରଣଅଦ୍ୟାବଧି ଅଜ୍ଞାତ[୪]
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ *Medical imaging), ନର୍ଭ କଣ୍ଡକସନ ଟେଷ୍ଟ (nerve conduction studies), ସିଏସଏଫ (cerebral spinal fluid) ପରୀକ୍ଷା [୩][୫]
ସଠିକ ରୋଗ ନିର୍ଣ୍ଣୟTransverse myelitis, Guillain–Barré syndrome, acute disseminated encephalomyelitis[୩][୫]
ପ୍ରତିକାରପୋଲିଓ ଟିକା (Polio vaccination), ମଶା କାମୁଡ଼ା ଏଡ଼େଇବା [୫]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଫିଜିକାଲ ଥେରାପି (physical therapy), ମେକାନିକାଲ ଭେଣ୍ଟିଲେସନ (mechanical ventilation)[୩][୫]
Prognosisପରିବର୍ତ୍ତନଶୀଳ[୫]
ପୁନଃପୌନିକକ୍ୱଚିତ[୪]

ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ ବା ଏଏଫଏମ (ଇଂରାଜୀ ଭାଷାରେ Acute flaccid myelitis/ AFM) ଏକ ସାଂଘାତିକ ମେରୁଦଣ୍ଡ (spinal cord) ରୋଗ ।[୩][୫] ଏଥିରେ ଗୋଡ଼ ଓ ହାତ ସବୁ ଦୁର୍ବଳ ହୁଅନ୍ତି ଓ ରିଫ୍ଲେକ୍ସ (reflexes) କମିଯାଏ ।[୩] ଆଖି ଡୋଲା ବୁଲେଇବାରେ, କଥା କ‌ହିବାରେ ଓ ଗିଳିବାରେ ଅସୁବିଧା ହୁଏ ।[୩] ବେଳେବେଳେ ଯନ୍ତ୍ରଣା ଓ କାଲୁଆ ଲାଗେ । [୩] ସାଂଘାତିକ ହେଲେ ଶ୍ୱାସକ୍ରିୟା ଅସୁବିଧା ହୁଏ ।[୩]

ଅଧିକାଂଶ କ୍ଷେତ୍ରରେ ଏହି ରୋଗର କାରଣ ସ୍ପଷ୍ଟ ହେଉନାହିଁ ।[୪] ପ୍ରାୟ ୯୦% କ୍ଷେତ୍ରରେ ଏଣ୍ଟେରୋଭୁତାଣୁ (enteroviruses) ଭଳି ସାମାନ୍ୟ ଭୁତାଣୁ ସଂକ୍ରମଣ (viral infection) ପରେ ମଧ୍ୟ ଏହି ରୋଗ ଆରମ୍ଭ ହୋଇଯାଏ ।[୪] ପୋଲିଓମାୟେଲାଇଟିସ ଏହି ରୋଗ ସୃଷ୍ଟି କରିପାରୁଥିଲେ ମଧ୍ୟ ସନ ୨୦୨୪ରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ କାରଣ ହୋଇନାହିଁ ।[୩][୬] ମେରୁଦଣ୍ଡ ମଧ୍ୟରେ ଥିବା ଗ୍ରେ ମ୍ୟାଟର (grey matter) ନଷ୍ଟ ହୋଇଯିବା କାରଣରୁ ଏହି ରୋଗ ହୁଏ ।[୩] ମେଡିକାଲ ଇମେଜିଙ୍ଗ (Medical imaging), ନର୍ଭ କଣ୍ଡକସନ ଟେଷ୍ଟ (nerve conduction studies), ସିଏସଏଫ (cerebral spinal fluid) ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୩][୫]

ପୋଲିଓ ଟିକା (Polio vaccination) ନେଇ ଓ ମଶା କାମୁଡ଼ା ଏଡ଼େଇ ଏହି ରୋଗର ପ୍ରତିଷେଧ କରାଯାଇପାରିବା । [୫] ସ‌ହାୟକ ଯତ୍ନ (Supportive care) ସାହାଯ୍ୟରେ ଏହାରି ଚିକିତ୍ସା ଆରମ୍ଭ କରାଯାଏ ।[୫][୩] ଫିଜିକାଲ ଥେରାପି (physical therapy) ସୁପାରିସ ମଧ୍ୟ କରାଯାଏ ।[୩] ବେଳେବେଳେ ଶ୍ୱାସକ୍ରିୟା ସ‌ହଜ କରିବା ନିମନ୍ତେ ମେକାନିକାଲ ଭେଣ୍ଟିଲେସନ (mechanical ventilation) ଆବଶ୍ୟକ ହୁଏ ।[୩] ରୋଗର ଫଳାଫଳ ଅନିଶ୍ଚିତ ।[୫] କ୍ୱଚିତ ଏହି ରୋଗ ହୁଏ ଓ ସାଧାରଣତଃ ପିଲାଙ୍କୁ ହୁଏ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ୨ ନିୟୁତରେ ଜଣକୁ ଏ ରୋଗ ହୁଏ ।[୩] ଏହା ଏକ ନୂଆ ରୋଗ ନହେଲେ ମଧ୍ୟ ସନ ୨୦୧୪ ପରଠାରୁ ଏହାର ସଂଖ୍ୟା ବଢ଼ୁଛି । [୩]

ଆଧାର[ସମ୍ପାଦନା]

  1. "Acute Flaccid Myelitis" (PDF). www.dhs.wisconsin.gov. January 2017. Retrieved 22 December 2018.
  2. Esposito, S; Chidini, G; Cinnante, C; Napolitano, L; Giannini, A; Terranova, L; Niesters, H; Principi, N; Calderini, E (11 January 2017). "Acute flaccid myelitis associated with enterovirus-D68 infection in an otherwise healthy child". Virology Journal. 14 (1): 4. doi:10.1186/s12985-016-0678-0. PMC 5234096. PMID 28081720.{{cite journal}}: CS1 maint: unflagged free DOI (link)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ "About Acute Flaccid Myelitis". CDC. Retrieved 2018-10-11.
  4. ୪.୦ ୪.୧ ୪.୨ ୪.୩ ୪.୪ "Acute Flaccid Myelitis". CDC (in ଆମେରିକୀୟ ଇଂରାଜୀ). 17 December 2018. Retrieved 21 December 2018.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ "Acute flaccid myelitis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. 2018. Retrieved 22 December 2018.
  6. Bitnun, A; Yeh, EA (29 June 2018). "Acute Flaccid Paralysis and Enteroviral Infections". Current Infectious Disease Reports. 20 (9): 34. doi:10.1007/s11908-018-0641-x. PMID 29959591.