ଆକିଲେସ ଟେଣ୍ଡିନାଇଟିସ

ଉଇକିପିଡ଼ିଆ‌ରୁ
ଆକିଲେସ ଟେଣ୍ଡିନାଇଟିସ (Achilles tendinitis)
Achilles tendinopathy, Achilles tendonitis, Achilles tenosynovitis
ଆକିଲେସ ଟେଣ୍ଡିନାଇଟିସ ରୋଗରେ ପ୍ରଭାବିତ ସ୍ଥାନର ଚିତ୍ର ଲାଲ ରଙ୍ଗରେ ଦର୍ଶାଯାଇଛି
ଲକ୍ଷଣଯନ୍ତ୍ରଣା, ଟେଣ୍ଡନ ଚାରିପାଖରେ ଫୁଲା [୧]
ଆକ୍ରାନ୍ତ ସମୟଧୀରେ[୧]
ଅବଧିମାସାଧିକ[୨]
କାରଣମାତ୍ରାଧିକ ବ୍ୟବ‌ହାର[୨]
ବିପଦ କାରକଆଘାତ, ବ୍ୟାୟାମ ଅଭାବ, ହାଇହିଲ ଜୋତା (high-heel shoes), ରିଉମାଟଏଡ ଆର୍ଥ୍ରାଇଟିସ, ଫ୍ଲୋରୋକୁଇନୋଲିନ (fluoroquinolone)ଓ ସ୍ଟିରଏଡ (steroid) ଶ୍ରେଣୀର ଔଷଧ ।[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) [୩]
ସଠିକ ରୋଗ ନିର୍ଣ୍ଣୟ(Achilles tendon rupture)[୩]
ଚିକିତ୍ସାବିଶ୍ରାମ, ବରଫ ଓ ଏନଏସଏଆଇଡି (non-steroidal antiinflammatory agents), ଫିଜିକାଲ ଥେରାପି (physical therapy)[୧][୨]
ପୁନଃପୌନିକସାଧାରଣ[୨]

ଆକିଲେସ ଟେଣ୍ଡିନାଇଟିସ (ଇଂରାଜୀ ଭାଷାରେ Achilles tendinitis, ଅନ୍ୟ ନାମ ଆକିଲେସ ଟେଣ୍ଡିନୋପାଥି/ Achilles tendinopathy) ଏକ ରୋଗ ଯେଉଁଥରେ ବଳାଗଣ୍ଠି (ankle) ପଛ ପାଖରେ ଥିବା ଆକିଲେସ ଟେଣ୍ଡନର (Achilles tendon) ପ୍ରଦାହକୁ ବୁଝାଏ । [୨] ଏହି ରୋଗର ଲକ୍ଷଣରେ ଟେଣ୍ଡନ ଚାରିପାଖ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । [୧] ବ୍ୟାୟାମ ଆରମ୍ଭ କଲାବେଲଳେ ଯନ୍ତ୍ରଣା ଅଧିକ ଥାଏ ଓ ତା'ପରେ କମିଯାଏ ।[୩] ବଳାଗଣ୍ଠି ଶକ୍ତ ବା ସ୍ଟିଫ ହୋଇଯାଇପାରେ ।[୨] ଧୀରେ ଧୀରେ ଏ ରୋଗ ଆରମ୍ଭ ହୁଏ ।[୧]

ଅତ୍ୟଧିକ ଦୌଡ଼ିଲେ (running) ଏହି ରୋଗ ହୁଏ ।[୨][୩] ଏହି ରୋଗ ସଙ୍କଟ ଆଣିବାରେ ଆଘାତ, ବ୍ୟାୟାମ ଅଭାବ, ହାଇହିଲ ଜୋତା (high-heel shoes), ରିଉମାଟଏଡ ଆର୍ଥ୍ରାଇଟିସ, ଫ୍ଲୋରୋକୁଇନୋଲିନ (fluoroquinolone)ଓ ସ୍ଟିରଏଡ (steroid) ଶ୍ରେଣୀର ଔଷଧ ଆଦି ସ‌ହାୟକ ହୁଅନ୍ତି ।[୧] ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ ସମ୍ଭବ ହୁଏ ।[୩]

ବ୍ୟାୟାମ ଓ ପେଶୀପ୍ରସାର କଲେ ଏହାର ପ୍ରତିଷେଧ ହେବା କଥା କୁହାଗଲେ ମଧ୍ୟ ପ୍ରକୃତରେ ସେମିତି କିଛି ପ୍ରମାଣ ମିଳୁନାହିଁ । [୪][୫][୬] ବିଶ୍ରାମ, ବରଫ ଓ ଏନଏସଏଆଇଡି (non-steroidal antiinflammatory agents), ଫିଜିକାଲ ଥେରାପି (physical therapy) ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।[୧][୨] ହିଲ ଲିଫ୍ଟ (heel lift) ବା ଅର୍ଥୋଟିକ (en:orthotics) ବ୍ୟବ‌ହାର କଲେ ଉପକାର ମିଳେ । [୨][୩] ଚିକିତ୍ସାରେ ୬ ମାସ ରହିବା ସତ୍ତ୍ୱେ ଉପଶମ ନହେଲେ ଅପରେଶନ କରାଯାଇପାରେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Achilles Tendinitis". OrthoInfo - AAOS. June 2010. Retrieved 26 June 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Achilles Tendinitis". MSD Manual Professional Edition. March 2018. Retrieved 27 June 2018.
  4. Park, DY; Chou, L (December 2006). "Stretching for prevention of Achilles tendon injuries: a review of the literature". Foot & ankle international. 27 (12): 1086–95. doi:10.1177/107110070602701215. PMID 17207437.
  5. Peters, JA; Zwerver, J; Diercks, RL; Elferink-Gemser, MT; van den Akker-Scheek, I (March 2016). "Preventive interventions for tendinopathy: A systematic review". Journal of science and medicine in sport. 19 (3): 205–211. doi:10.1016/j.jsams.2015.03.008. PMID 25981200.
  6. "Achilles tendinitis - Symptoms and causes". Mayo Clinic (in ଇଂରାଜୀ). Retrieved 27 June 2018.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ