ଆଇୟୁଡି ଉଇଥ କପର

ଉଇକିପିଡ଼ିଆ‌ରୁ
ଆଇୟୁଡି ଉଇଥ କପର
Photo of a common IUD (Paragard T 380A)
Background
TypeIntrauterine
First use1970s[୧]
Trade namescopper-T, ParaGard, others
AHFS/Drugs.comFDA Professional Drug Information
Failure rates (first year)
Perfect use0.6%[୨]
Typical use0.8%[୨]
Usage
Duration effect5–12+ years[୧]
Reversibilityrapid[୧]
User remindersCheck thread position after each period. Have removed shortly after menopause, if not before.
Advantages and disadvantages
STI protectionNo
PeriodsMay be heavier and more painful[୩]
BenefitsUnnecessary to take any daily action.
Emergency contraception if inserted within 5 days
RisksSmall risk of PID in first 20 days following insertion.[୩]
Rarely, uterine perforation.

ଇଣ୍ଟ୍ରାୟୁଟେରାଇନ ଡିଭାଇସ (ଆଇୟୁଡି) ଉଇଥ କପର (ଇଂରାଜୀ ଭାଷାରେ Intrauterine device (IUD) with copper ଅନ୍ୟ ନାମ ଇଣ୍ଟ୍ରାୟୁଟେରାଇନ କଏଲ/intrauterine coil ଏକ ଅନ୍ତଃଜରାୟୁ ଉପକରଣ (intrauterine device) ଯେଉଁଥିରେ କପର ବା ତମ୍ବା ଥାଏ । ଏହା ଜନ୍ମ ନିରୋଧ ଓ ୫ଦିନିଆ ଅସୁରକ୍ଷିତ ଯୌନସମ୍ପର୍କ (unprotected sex) ନିମନ୍ତେ ଆଶୁ ଜନ୍ମ ନିରୋଧ (emergency contraception) ନିମନ୍ତେ ବ୍ୟବ‌ହାର କରାଯାଏ ।[୩] ଏହା ସର୍ବାଧିକ ଜଳଦାୟକ ଜନ୍ମ ନିରୋଧକ ଯେଉଁଥିରେ ଏକ ବର୍ଷର ଫେଲ ହାର କେବଳ ୦.୭%.[୪] ଏହା ଉପକରଣ ଜରାୟୁ ଭିତରେ ପ୍ରାୟ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ରଖାଯାଇପାରେ । [୩][୧] ସବୁ ବୟସର ମହିଳାମାନେ ଏହା ବ୍ୟବ‌ହାର କରିପାରିବେ । [୫] ଏହା କାଢ଼ିନେବା ପରେ ଗର୍ଭଧାରଣ କ୍ଷମତା (fertility) ଶିଘ୍ର ଫେରିଆସେ ।[୧]

ଏହାର ପ୍ରତିକ୍ରିୟାରେ ଅତ୍ୟଧିକ ଋତୁସ୍ରାବ ସମୟ (heavy menstrual periods, ଯନ୍ତ୍ରଣାଦାୟକ ଋତୁସ୍ରାବ (painful periods) ହୋଇପାରେ ଓ ଏହି ଉପକରଣ ବାହାରିଆସିପାରେ ।[୩] ଯୌନ ସଞ୍ଚାରିତ ସଂକ୍ରମଣ (sexually transmitted infections) ଥିଲେ ଏହି ଉପକରଣ ଦେବାର ପ୍ରଥମ ୩ ସପ୍ତାହ ମଧ୍ୟରେ ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease) ହେବା ସମ୍ଭାବନା ଥିବାରୁ ଏହି ବିଶେଷ ସୁପାରିସ କରାଯାଏନାହିଁ । ଏହି ଉପକରଣ ଜରାୟୁରେ ଥିବା ସତ୍ତ୍ୱେ ଗର୍ଭଧାରଣ ହେଲେ ଏହା କାଢ଼ିଦିଆଯାଏ ।[୫] ଏହା ଭର୍ତ୍ତି କଲାବେଳେ କ୍ୱଚିତ ଜରାୟୁ ଛିଦ୍ର (uterine perforation) ହୋଇଯାଏ । [୧] ଏହା ଏକ ଦୀର୍ଘକାଳୀନ ପ୍ରତ୍ୟାବର୍ତ୍ତନଶୀଳ ଜନ୍ମ ନିରୋଧକ (long-acting reversible birth control) ।[୪] ଏହା ଏକ ଶୁକ୍ରାଣୁ ଘାତକ (killing the sperm) ହୋଇଥିବା ଯୋଗୁ ଜନ୍ମ ନିରୋଧ ହୁଏ ।[୧]

ସନ ୧୯୭୦ରୁ କପର ଆଇୟୁଡି ଡାକ୍ତରୀ ବ୍ୟବ‌ହାରରେ ସ୍ୱୀକୃତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଗୋଟିକର ମୂଲ୍ୟ ୦.୩୭ରୁ ୩.୦୦ ଆମେରିକୀୟ ଡଲାର ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୧୦ ପାଉଣ୍ଡ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ପ୍ରାୟ ୭୫୦ ଡଲାର ।[୮] ପୃଥିବୀରେ ପ୍ରାୟ ୧୭୦ ନିୟୁତ ମହିଳା ଏହା ବ୍ୟବ‌ହାର କରୁଛନ୍ତି ।[୯][୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Goodwin, T. Murphy; Montoro, Martin N.; Muderspach, Laila; Paulson, Richard; Roy, Subir (2010). Management of Common Problems in Obstetrics and Gynecology (in ଇଂରାଜୀ) (5 ed.). John Wiley & Sons. pp. 494–496. ISBN 978-1-4443-9034-6.
  2. ୨.୦ ୨.୧ Trussell, James (2011). "Contraceptive efficacy". In Hatcher, Robert A.; Trussell, James; Nelson, Anita L.; Cates, Willard Jr.; Kowal, Deborah; Policar, Michael S. (eds.) (eds.). Contraceptive technology (PDF) (20th revised ed.). New York: Ardent Media. pp. 779–863. ISBN 978-1-59708-004-0. ISSN 0091-9721. OCLC 781956734. Archived from the original (PDF) on 2013-11-12. Retrieved 2017-06-30. {{cite book}}: |editor6-first= has generic name (help)
  3. ୩.୦ ୩.୧ ୩.୨ ୩.୩ ୩.୪ WHO Model Formulary 2008 (PDF). World Health Organization. 2009. pp. 370–372. ISBN 9789241547659. Retrieved 8 December 2016.
  4. ୪.୦ ୪.୧ Wipf, Joyce (2015). Women's Health, An Issue of Medical Clinics of North America, (in ଇଂରାଜୀ). Elsevier Health Sciences. p. 507. ISBN 978-0-323-37608-2.
  5. ୫.୦ ୫.୧ ୫.୨ British national formulary : BNF 69 (69 ed.). British Medical Association. 2015. pp. 557–559. ISBN 978-0-85711-156-2.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Iud (Copper)". International Drug Price Indicator Guide. Retrieved 8 December 2016.[permanent dead link]
  8. Zieman, Mimi. Managing Contraception 2012–2014 (in ଇଂରାଜୀ). Managing Contraception. p. Chapter 27. ISBN 978-1-4675-3640-0.
  9. Speroff, Leon; Darney, Philip D. (2011). A Clinical Guide for Contraception (in ଇଂରାଜୀ). Lippincott Williams & Wilkins. p. 243. ISBN 978-1-60831-610-6.
  10. Schäfer-Korting, Monika (2010). Drug Delivery (in ଇଂରାଜୀ). Springer Science & Business Media. p. 290. ISBN 978-3-642-00477-3.