Jump to content

ଅଲେଖଚନ୍ଦ୍ର ପଢ଼ିଆରୀ

ଉଇକିପିଡ଼ିଆ‌ରୁ
ଅଲେଖଚନ୍ଦ୍ର ପଡ଼ିଆରୀ
ଜନ୍ମ ଓ ଜନ୍ମସ୍ଥାନଅଲେଖଚନ୍ଦ୍ର ପଡ଼ିଆରୀ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଗୀତି ବର୍ଣ୍ଣାଳୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭[]

ଅଲେଖଚନ୍ଦ୍ର ପଡ଼ିଆରୀ ଜଣେ ଓଡ଼ିଆ ଗୀତିକବି । ୨୦୦୭ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ଗୀତି ବର୍ଣ୍ଣାଳୀ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ଗୀତ ସବୁକୁ ନେଇ ୩ଟି ସଂଗୀତ ଆଲବମ୍ ପ୍ରସ୍ତୁତ କରାଯାଇଥିଲା ।

ସଂକ୍ଷିପ୍ତ ଜୀବନୀ

ଅଲେଖ ଚନ୍ଦ୍ର ତା୧୦ ଜୁନ ୧୯୫୩ରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରାରେ ଜନ୍ମଗ୍ରହଣ କରିଥିଲେ । ଭୁବନେଶ୍ୱର ବାଣୀବିହାରରେ ସ୍ନାତକୋତ୍ତର ଛାତ୍ର ଥିବା ସମୟରେ ସେ ଲିଟେରାରୀ ଚାମ୍ପିୟନ ହୋଇଥିଲେ । ସେ ସମୟରେ ଛାତ୍ରାବାସର ମୁଖପତ୍ର 'ବାଣୀ ବଳୟ' ତାଙ୍କ ସଂପାଦନାରେ ପ୍ରକାଶ ପାଇଥିଲା । କେନ୍ଦୁଝର ସରକାରୀ ମହାବିଦ୍ୟାଳୟରେ ସେ କିଛିଦିନ ରାଜନୀତି ଅଧ୍ୟାପକ ଭାବେ କାର୍ଯ୍ୟ କଲାପରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଲେ । ଗୀତି କବିତା, ପ୍ରବନ୍ଧ ଓ ସମାଲୋଚନାରେ ଆଗ୍ରହୀ ଅଲେଖ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟକ ବହୁ ଗବେଷଣାତ୍ମକ ଆଲୋଚନାର ସ୍ରଷ୍ଟା । ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଡିଲିଟ୍ ହାସଲ କରିବା ସହ ଜଗନ୍ନାଥ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଲାଭ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]

ଗୀତିକବିତା

  • ଗୀତିଗଙ୍ଗା ୧୯୯୯
  • ଗୀତି ବର୍ଣ୍ଣାଳୀ ୨୦୦୪
  • ଗୀତି ତରଙ୍ଗ ୨୦୧୨
  • ଗୀତିମୂର୍ଚ୍ଛନା ୨୦୨୦

ଗଳ୍ପ

  • ବିପନ୍ନ ବସୁଧା ୨୦୦୪, ୨୦୦୯
  • ମୁଖା ତଳର ମୁହଁ ୨୦୦୮
  • ବଡ଼ଦାଣ୍ଡର ଛୋଟମଣିଷ ୨୦୨୦

ପ୍ରବନ୍ଧ ଓ ସମାଲୋଚନା

  • ଗ୍ରାମାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ୧୯୯୭
  • ଜଗନ୍ନାଥ ସଂସ୍କୃତିରେ ସଂହତି ଓ ସମନ୍ୱୟ ୨୦୨୦
  • ଜଗନ୍ନାଥ ସଂସ୍କୃତିରେ ସମନ୍ୱୟ ଓ ସହାବସ୍ଥାନ
  • ଶ୍ରୀମନ୍ଦିର ଶବ୍ଦ ବିଭବ ୨୦୨୦
  • ଓଡ଼ିଆ ଶବ୍ଦ ସୃଜନ ପ୍ରକ୍ରିୟା ୨୦୨୦
  • ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍କର୍ଷ ୨୦୨୦
  • କ୍ରମ ବିକଶିତ ଓଡ଼ିଆ ଭାଷା ୨୦୨୧
  • ଓଡ଼ିଆ ଭାଷାର ଶାସ୍ତ୍ରୀୟ ମହତ୍ତ୍ୱ
  • ଚର୍ଯ୍ୟାପଦ ଭାଷାବଲୋକନ
  • ଓଡ଼ିଆ କ୍ରିୟାପଦ ପ୍ରକରଣ
  • Contribution of Jagannath Culture to Odia Nationalism and Integration
  • ଲୀଳାବିଧୌତ ଜଗନ୍ନାଥ

ସଂଗୀତ ଅଲବମ୍

  • ମୂର୍ଚ୍ଛନା
  • ଆରତି
  • ଏ ଯେ ସପନପୁରୀ ମୋ ଦେଶ

ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭[]
  • ଶାରଳା ଦାସ ସମ୍ମାନ
  • ବର୍ତ୍ତିକା ସମ୍ମାନ
  • ଦୀନକୃଷ୍ଣ ସମ୍ମାନ
  • ଜୟଦେବ ସମ୍ମାନ
  • ବାଙ୍ଗାଲୋର ଓଡ଼ିଆ ସମାଜ ସମ୍ମାନ
  • ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ ୨୦୦୯ (ସୁଧାଂଶୁ ମୋହନ ସ୍ମୃତି ପୁରସ୍କାର 'ଗୀତି ବର୍ଣ୍ଣାଳୀ' ପାଇଁ)[]
  • ଆମ ଭୁବନେଶ୍ୱର ସମ୍ମାନ
  1. "୨୦୦୪, ୨୦୦୫, ୨୦୦୬ ମସିହାରେ ପ୍ରକାଶିତ ୨୦୦୭ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 June 2021. Retrieved 15 July 2022.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର". The Reader Wiki, Reader View of Wikipedia. Retrieved 2022-07-31.
  3. "ଆର୍କାଇଭ୍ କପି". Archived from the original on 2022-07-07. Retrieved 2024-09-13. {{cite web}}: Cite has empty unknown parameter: |1= (help)