ଅର୍ଗାନୋଫସଫେଟ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
ଅର୍ଗାନୋଫସଫେଟ ବିଷକ୍ରିୟା
ଇଂରାଜୀ ଭାଷାରେ ପ୍ରତିଶବ୍ଦ - organophosphate toxicity, organophosphate overdose, organophosphate intoxication
ଫସଫୋରିକ ଏସିଡ (Phosphoric acid)
ବିଭାଗଆଶୁ ଚିକିତ୍ସା[*]
ଲକ୍ଷଣଲାଳ ବୁହେ, ତରଳ ଝାଡ଼ା, ଆଖି ପିତୁଳା ଛୋଟ ହୁଏ, ଅଧିକ ଝାଳ ନିଷ୍କାସନ ହୁଏ, ମାଂସପେଶୀ କମ୍ପନ ହୁଏ ଓ ମାନସିକ ଦ୍ୱନ୍ଦ ଆଦି ଲକ୍ଷଣ ଦେଖାଯାଏ ।
ଆକ୍ରାନ୍ତ ସମୟ୧୨ ଘଣ୍ଟା ମଧ୍ୟରେ [୧]
କାରଣଅର୍ଗାନୋଫସଫେଟ (organophosphates)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ହୁଏ ଓ ବ୍ୟୁଟିରିଲକୋଲିନଇସ୍ଟରେଜ (butyrylcholinesterase) ପରୀକ୍ଷା କରି ନିଶ୍ଚିତ କରାଯାଏ । [୨]
ସଠିକ ରୋଗ ନିର୍ଣ୍ଣୟକାର୍ବାମେଟ ବିଷକ୍ରିୟା (carbamate poisoning)[୨]
ପ୍ରତିକାରପ‌ହଞ୍ଚ ବାହାରେ ରଖିବା [୨]
ଔଷଧଆଟ୍ରୋପିନ, ପ୍ରାଲିଡକ୍ସିମ (pralidoxime) ଓ ଡାଏଜେପାମ [୨]
ପୁନଃପୌନିକବର୍ଷକୁ ପ୍ରାୟ ୩ ନିୟୁତ [୩]
ମୃତ୍ୟୁ ସାନ୍ଦ୍ରତା>ବର୍ଷକୁ ପ୍ରାୟ ୨ଲକ୍ଷ । [୨]

ଅର୍ଗାନୋଫସଫେଟ ବିଷକ୍ରିୟା, (ଇଂରାଜୀ ଭାଷାରେ Organophosphate poisoning) ହୁଏ ଅର୍ଗାନୋଫସଫେଟ (organophosphates) ବିଷଦ୍ୱାରା ସମ୍ପାଦିତ ହୁଏ । ବିଭିନ୍ନ ପୋକମାରୀ (insecticides), ଔଷଧ ଓ ସ୍ନାୟୁ ଏଜେଣ୍ଟରେ (nerve agent) ଅର୍ଗାନୋଫସଫେଟ ଥାଏ । [୪] ଏହି ବିଷକ୍ରିୟାରେ ଅଥିକ ଲାଳ ବୁହେ, ତରଳ ଝାଡ଼ା, ଆଖି ପିତୁଳା ଛୋଟ ହୁଏ, ଅଧିକ ଝାଳ ନିଷ୍କାସନ ହୁଏ, ମାଂସପେଶୀ କମ୍ପନ ହୁଏ ଓ ମାନସିକ ଦ୍ୱନ୍ଦ ଆଦି ଲକ୍ଷଣ ବାହାରେ ।[୨] ଏହି ବିଷକ୍ରିୟା ଶୀଘ୍ର ଆରମ୍ଭ ହେଲେ ମଧ୍ୟ ୧୨ ଘଣ୍ଟ ସମୟ ନେଇପାରେ । [୧] ଏହି ଲକ୍ଷଣ ସମୂହ କିଛି ଦିନରୁ କିଛି ସପ୍ତାହ ପର୍ଯ୍ୟନ୍ତ ରହେ ।[୨]

ଅଧିକାଂଶ କ୍ଷେତ୍ରରେ ଆତ୍ମହତ୍ୟା ଚେଷ୍ଟାରୁ ଏହି ବିଷକ୍ରିୟା ସାଧନ ହେବା ବିକାଶଶୀଳ ଦେଶମାନଙ୍କରେ (developing world) ଦେଖାଯାଏ ।[୨] ଅର୍ଗାନୋଫସଫେଟ ଥିବା ପଦାର୍ଥ ପାନ କଲେ, ତାହାର ବାଷ୍ପ ପ୍ରଶ୍ୱାସରେ ନେଲେ ବା ତାହା ଚର୍ମ ସଂସ୍ପର୍ଶରେ ଆସିଲେ ଏହି ଅବସ୍ଥା ଉପୁଜେ ।[୪] ଏହାର ଅନ୍ତର୍ନିହିତ କାର୍ଯ୍ୟବିଧି: ଏହା ଆସେଟିକୋଲିନଇସ୍ଟରେଜକୁ (acetylcholinesterase ବା AChE) ବାଧା ଦେବା ଫଳରେ ଆସେଟିଲକୋଲିନ ଦେହରେ ଜମାହୋଇଯାଏ । ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ରକ୍ତରେ ବ୍ୟୁଟିରିଲକୋଲିନଇସ୍ଟରେଜ (butyrylcholinesterase) କ୍ରିୟା ମାପ କରାଯାଏ । [୨]

ବିଷାକ୍ତ ଟାଇପର ଅର୍ଗାନୋଫସଫେଟ ଗୁଡ଼ିକ ନିଷେଧ କରିବାଦ୍ୱାରା ଏହାର ପ୍ରତିଷେଧ ସମ୍ଭବ ହୋଇପାରେ ।[୨] ଏହି ବିଷକ୍ରିୟାଯୁକ୍ତ ରୋଗୀଙ୍କୁ ପ୍ରଥମେ ଆଟ୍ରୋପିନ, ପ୍ରାଲିଡକ୍ସିମ (pralidoxime) ଓ ଡାଏଜେପାମ ଇତ୍ୟାଦି ଦିଆଯାଏ । [୨][୪] ସାଧାରଣ ଚିକିତ୍ସା ମଧ୍ୟରେ ଅମ୍ଳଜାନ (oxygen) ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଦିଆଯାଏ । ବିଷ ନିଷ୍କାସନ ନିମନ୍ତେ ଦିଆଯାଉଥିବା ଆକ୍ଟିଭେଟେଡ ଚାରକୋଲ (activated charcoal) ଉପକାରୀ ହେବା ଜଣାଯାଏନାହିଁ । ଏହି ରୋଗୀଙ୍କର ସେବା କରୁଥିବା ସେବାକାରୀମାନର ନିଜେ ଏହି ବିଷ ସଙ୍କଟରେ ରହିବା ପରିମାଣ ଅତି ଅଳ୍ପ ଥିବା ଜଣାଯାଏ । [୨]

ସାରା ପୃଥିବୀରେ ସମୁଦାୟ ବିଷକ୍ରିୟା ମଧ୍ୟରୁ ଏହି ବିଷକ୍ରିୟା ଅତି ସାଧାରଣ ଭାବରେ ଦେଖାଯାଏ । [୨] ବର୍ଷକୁ ପ୍ରାୟ ୩ ନିୟୁତ ଲୋକ ଏହି ବିଷକ୍ରିୟାରେ ଆକ୍ରନ୍ତ ହେବା ଜଣାଯାଇଛି ଓ ତନ୍ମଧ୍ୟରୁ ପ୍ରାୟ ୨,୦୦,୦୦୦ ଲୋକ ମୃତ୍ୟୁ ବରଣ କରୁଛନ୍ତି ।[୨][୩] ଅନ୍ୟ ଏକ ଅନୁଶୀଳନରେ ଏହି ବିଷକ୍ରିୟା ଫଳରେ ପ୍ରାୟ ୧୫% ରୋଗୀଙ୍କର ମୃତ୍ୟୁ ହୁଏ । [୨] ସନ ୧୯୬୨ ମସିହାଠାରୁ ଏହି ବିଷୟରେ ରିପୋର୍ଟ ହେବା ଜଣାଯାଏ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ Stoller, James K.; Michota, Franklin A.; Mandell, Brian F. (2009). The Cleveland Clinic Foundation Intensive Review of Internal Medicine (in ଇଂରାଜୀ). Lippincott Williams & Wilkins. p. 108. ISBN 9780781790796.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Eddleston, Michael; Buckley, Nick A; Eyer, Peter; Dawson, Andrew H (February 2008). "Management of acute organophosphorus pesticide poisoning". The Lancet. 371 (9612): 597–607. doi:10.1016/S0140-6736(07)61202-1. PMID 17706760.
  3. ୩.୦ ୩.୧ Berg, Sheri; Bittner, Edward A. (2013). The MGH Review of Critical Care Medicine (in ଇଂରାଜୀ). Lippincott Williams & Wilkins. p. 298. ISBN 9781451173680.
  4. ୪.୦ ୪.୧ ୪.୨ King, Andrew M.; Aaron, Cynthia K. (February 2015). "Organophosphate and Carbamate Poisoning". Emergency Medicine Clinics of North America. 33 (1): 133–151. doi:10.1016/j.emc.2014.09.010. PMID 25455666.
  5. Neurological Practice: An Indian Perspective (in ଇଂରାଜୀ). Elsevier India. 2005. p. 479. ISBN 9788181475497.
ଶ୍ରେଣୀବିଭାଗ
ବାହାର ଉତ୍ସ