ଅନୁ ମଲ୍ଲିକ

ଉଇକିପିଡ଼ିଆ‌ରୁ
ଅନୁ ମଲ୍ଲିକ
ଭାରତୀୟ କମ୍ପୋଜର ଅନୁ ମଲ୍ଲିକ
Background information
ଜନ୍ମ (1960-11-02) ୨ ନଭେମ୍ବର ୧୯୬୦ (ବୟସ ୬୩)
ଜନ୍ମସ୍ଥାନଇଣ୍ଡିଆ
ପେଷାମ୍ୟୁଜିକ ଡ଼ିରେକ୍ଟର୍, ଗୀତିକାର
ବାଦ୍ୟଯନ୍ତ୍ରଭୋକାଲ୍ସ, ହାରମୋନିୟମ, କୀବୋର୍ଡ, ତାବେଲା, ବୋଙ୍ଗ୍ସ, ଢୋଲକ, ଗୀତାର, ସାହାନାଇ, ଭାଓଲୀନ, ଢ଼ୋଲ, ସାରଙ୍ଗି, ଡ୍ରମ୍ ଇତ୍ୟାଦି ।
କାର୍ଯ୍ୟକାଳ୧୯୮୧ - ଆଜି ପର୍ଯ୍ୟନ୍ତ

ଅନୁ ମଲ୍ଲିକଏକା ଧାରାରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଅଭିନେତା ଏବଂ ପ୍ରଯୋଜକ । ୧୯୭୭ ମସିହାରେ ବଲିଉଡ ସଙ୍ଗୀତ ଜଗତରୁ ପ୍ରବେଶ କରିଥିବା ଅନୁ ଏବେ ମଧ୍ୟ ଚଳଚଞ୍ଚଳ । ନବେ ଦଶକ ଅନୁଙ୍କ ପାଇଁ ବହୁ ସଫଳ ଥିଲା । ଏହି ଦଶକରେ ଅନୁ ତାଙ୍କର ଶ୍ରୋତାମାନଙ୍କୁ ଭେଟି ଦେଇଥିଲେ "ଫୀର୍ ତେରି କାହାନୀ ୟାଦ୍ ଆଇ, ବାଜିଗର୍ ଓ ଜାନମ" ପରି ମ୍ୟୁଜିକଲ ହିଟ ଫିଲ୍ମ । ହଣ୍ଟରବାଲୀ ନାମକ ଫିଲ୍ମରୁ ନିଜ ଗାୟନ ଜୀବିକା ଆରମ୍ଭ କରିଥିଲେ । [୧][୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଥିଲେ ଜଣେ ବିନଦାସ୍ ସାଏର । "ସନ୍ଦେଶ ଆତି ହୈ, ମୁଝେ ତଡପାତି ହୈ.....!!! ବାଜିଗର ମେଁ ବାଜିଗର....., ମୈ ହୁଁ ନା....., ଇସ ପ୍ୟାର୍ କୋ କ୍ୟା ନାମ ଦୁଁ..... ଆଦି ଗୀତ ବାଜିବା ମାତ୍ରେ ଖୁବ ସହଜରେ ଅନୁଙ୍କ କଥା ମନେ ପଡ଼ିଯାଏ । "ସୋନି" ଟେଲିଭିଜନରେ ପ୍ରସାରିତ ରିଅଲିଟି ଶୋ' "ଇଣ୍ଡିଆନ ଆଇଡଲ"[୩]ରେ ଅନୁଙ୍କ ସାଏରୀ ଅସ୍ୱୀକାର ଯୋଗ୍ୟ ନୁହେଁ । ନବେ ଦଶକର ସଙ୍ଗୀତ ନିର୍ଦ୍ଦେଶକ "ନନ୍ଦିମ-ଶ୍ରବଣ" ଯୋଡ଼ିଙ୍କ ସହ ହେଉ କିମ୍ବା ଗାୟିକା "ଅଲିଶା ଚୀନୟୀ"ଙ୍କ ସହ - ଅନୁଙ୍କ ବିବାଦ ତାଙ୍କୁ ବହୁ ବିବାଦୀୟ କରିଥିଲା । ଏ ସବୁ ସତ୍ତ୍ୱେ ଇଣ୍ଡଷ୍ଟ୍ରିରେ ସମସ୍ତେ ଅନୁଙ୍କୁ ଜଣେ ଖୁସ୍ ମିଜାଜର ଲୋକ ବୋଲି ଜାଣନ୍ତି । ଅନୁଙ୍କ ଜନ୍ମ ୧୯୬୦ ମସିହା ନଭେମ୍ବର ୨ ତାରିଖରେ ହୋଇଥିଲା । ତାଙ୍କର ପିଲା ବେଳର ନାମ ଥିଲା "ଅନୱର ସର୍ଦ୍ଦାର ମଲ୍ଲିକ" । ବାପାଙ୍କ ନାମ ଥିଲା 'ସର୍ଦ୍ଦାର ମଲ୍ଲିକ' । ବାପାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ସଙ୍ଗୀତକୁ ଅନୁ ଆୟତ୍ତ କରିଥିଲେ । ଅନୁ ମଲିକଙ୍କ ପାରିବାରିକ ଜୀବନ ବହୁ ଶୃଙ୍ଖଳିତ । ପତ୍ନୀ ଅଞ୍ଜୁ [୪], ଦୁଇ ଝିଅ ଅଦା ଓ ଅନମୋଲଙ୍କୁ ନେଇ ତାଙ୍କର ଏକ ସୁଖ ସଂସାର । ଅନମୋଲ ଇତି ମଧ୍ୟରେ ନିଜକୁ ବଲିଉଡର ଜଣେ ଗୀତିକାର ରୂପେ ପ୍ରତିଷ୍ଠିତ କରିପାରିଛନ୍ତି । ମୁଖ୍ୟତଃ ଭାବେ ଅନୁ ୩୫୦ରୁ ବହୁ ଅଧିକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୧୯୭୭ ମସିହାରେ ସେ ସଙ୍ଗୀତରେ ସଜେଇଥିବା ତାଙ୍କର ପ୍ରଥମ ଫିଲ୍ମ ହେଉଛି "ହଣ୍ଟରୱାଲୀ" । ଅନୁ ଗାଇଥିବା କେତେକ ଲୋକ ପ୍ରିୟ ଗୀତ ହେଉଛି - "ଗରମ ଚାଏ କି ପ୍ୟାଲୀ, ଗୋରୀ ଗୋରୀ ଏବଂ ମେରୀ ଜାନେ ଜିଗର" ।

ବ୍ରେକଥ୍ରୋ ଇୟର[ସମ୍ପାଦନା]

ଅନୁ ମଲ୍ଲିକଙ୍କ ନାମରେ ରହିଛି "ମର୍ଦ, ଗଙ୍ଗା ଯମୁନା ସରସ୍ୱତୀ, ଆଲ୍ଲା ରଖା, ମୁଜରିମ୍, ବାଜିଗର୍, ଇସ୍କ, ବର୍ଡର ଆଦି ଶତାଧିକ ଫିଲ୍ମ ତାଲିକା । ୧୯୯୩ ମସିହାକୁ ଅନୁ ମଲ୍ଲିକଙ୍କ ବ୍ରେକଥ୍ରୋ ଇୟର ବୋଲି କୁହାଯାଏ । ମହେଶ ଭଟ୍ଟଙ୍କ "ସାର" ଏବଂ "ଫିର ତେରି କାହାନୀ ୟାଦ୍ ଆଇ"ର ସାଉଣ୍ଡ ଟ୍ରାକ ସବୁ ତାଙ୍କ ପାଇଁ ଗୋଟେ ମାଇଲ ଖୁଣ୍ଟ ସଦୃଶ ଥିଲା । କିନ୍ତୁ ତାଙ୍କୁ ବ୍ଲକବଷ୍ଟର ମୁଭି "ବାଜିଗର" ସଫଳତାର ସ୍ୱାଦ ଚଖେଇଥିଲା । ଏହି ଫିଲ୍ମର ଗୀତ "ୟେ କାଲି କାଲି ଆଖେଁ" ଓ ଟାଇଟେଲ ଗୀତ "ବାଜିଗର ଓ ବାଜିଗର" ସେହି ବର୍ଷର ସବୁଠାରୁ ଲୋକ ପ୍ରିୟ ସଙ୍ଗୀତ ଭାବେ ପରିଚାଳିତ ହୋଇଥିଲା । ଏହି ମ୍ୟୁଜିକର କ୍ୟାସେଟ ବିକ୍ରିର ପରିମାଣ ସବୁ ରେକର୍ଡକୁ ଭାଙ୍ଗି ଅନୁଙ୍କୁ ଜଣେ 'ଏ-ଗ୍ରେଟ ମ୍ୟୁଜିକ କମ୍ପୋଜର'ର ମାନ୍ୟତା ଦେଇଥିଲା । ଏହା ପରେ ଅନୁ ଇଣ୍ଡଷ୍ଟ୍ରିରେ ଜଣେ ବ୍ୟସ୍ତ ବହୁଳ ମ୍ୟୁଜିକ କମ୍ପୋଜର ପାଲଟି ଯାଇଥିଲେ । ସେ ଭେଟି ଦେଇଥିଲେ "ମେ ଖିଲାଡି ତୁ ଅନାଡି, ଅକେଲେ ହମ ଅକେଲେ ତୁମ, ଇସ୍କ, ବର୍ଡର" ପରି ବହୁ ଲୋକପ୍ରିୟ ମ୍ୟୁଜିକ ହିଟ ଫିଲ୍ମ । ୨୦୦୧ ମସିହାରେ ସେ ନିଜ ଭର୍ସାଟିଲିଟିର ପ୍ରମାଣ ଦେଇଥିଲେ । "ମୁଝେ କୁଛ କେହେନା ହୈ, ଏକ୍ସ, ଅଜନବୀ, ୟାଦେ ଏବଂ ଅଶୋକା" ତାଙ୍କୁ ଭର୍ସାଟିଲିଟିର ସାର୍ଟିଫିକେଟ ଦେବାରେ ସହାୟକ ହୋଇଥିଲା । ଟିନ ଏଜ୍ ରୋମାଣ୍ଟିକ ମୁଭି "ମୁଝେ କୁଛ କେହେନା ହୈ"ର ଟାଇଟଲ ଟ୍ରାକ ଓ ସୋନୁ ନିଗମଙ୍କ କଣ୍ଠରେ ରେକର୍ଡ ହୋଇଥିବ ବିରହ ସଙ୍ଗୀତ "ଇସ ପ୍ୟାର୍ କୋ କ୍ୟା ନାମ ଦୁଁ" ପାଲଟି ଯାଇଥିଲା ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ।

ସଫଳ କମ୍ବିନେସନ[ସମ୍ପାଦନା]

କ୍ରିଟିକ‌ମାନେ କୁହନ୍ତି , ଅନୁ ମଲ୍ଲିକଙ୍କ ସଙ୍ଗୀତ ଆଶାତୀତ ସଫଳତା ହେବା ପଛରେ ରହିଛି ତାଙ୍କର ଅନ୍ୟ ଗାୟକ-ଗାୟିକାଙ୍କ ସହ ତାଳମେଳ । ଗୋଟେ ସମୟରେ ଆଲିସା ଚିନାୟୀ ଥିଲେ ତାଙ୍କର ପ୍ରଥମ ପସନ୍ଦର ଗାୟିକା । ଆଲିସା ଏବଂ ଅନୁଙ୍କ କମ୍ବିନେଶନ ଶ୍ରୋତାଙ୍କୁ ଭେଟି ଦେଇଥିଲା ଖୁବ ଲୋକପ୍ରିୟ ମେଲୋଡି । ଜେ.ପି ଦତ୍ତ ୱେବ ଅନୁଙ୍କ କମ୍ବିନେସନ ଏକ ସଫଳ କମ୍ବିନେସନ । ବହୁ ବିଖ୍ୟାତ ଗାୟକ ମାନଙ୍କ ସହ କାମ କରିଛନ୍ତି ଅନୁ । ସେମାନଙ୍କ ମଧ୍ୟରେ ଅଛନ୍ତି - ଆଶା ଭୋସଲେ, ମହମ୍ମଦ ରଫି, କିଶୋର କୁମାର, କୁମାର ସାନୁ, ଉଦିତ ନାରାୟଣ, ଅମିତ କୁମାର, ଅଭିଜିତ, ସୋନୁ ନିଗମ, ଅଲକା ୟଗନିକ, ସାଧନା ସରଗମ୍, ସୁନିଧି ଚୌହାନ ଓ ଆହୁରି ଅନେକ । ଅଶୀ ଦଶକରେ ସେ ମହମ୍ମଦ୍ ଅଯିଜ୍, ସବୀର କୁମାର, ମନୋହର ଉଦ୍ଦିତ୍ ଓ ନୀତିଶ ମୁକେଶ ଆଦିଙ୍କ ସହ ମିଳିତ ହୋଇଥିଲେ । ଅନୁଙ୍କର ଅନେକ ଗୀତ ହଲିଉଡ଼ ଫିଲ୍ମରେ ବ୍ୟବହାର ହୋଇଛି । ସେଥି ମଧ୍ୟରୁ ଗୋଟେ ହେଲା ଛମ୍ମା ଛମ୍ମା । "ଚାଇନା ଗେଟ"ର ଏହି ଗୀତକୁ 'ନିକଲ କିଡ଼ ମ୍ୟାନ' ତାଙ୍କ ବ୍ଲକ ବଷ୍ଟର ମୁଭି "ମୌଲୀନ ଲଗ"ରେ ବ୍ୟବହାର କରି ସଫଳ ପାଇଛନ୍ତି ।

ଆୱାର୍ଡ ଏବଂ ନୋମିନେସନ[୫][ସମ୍ପାଦନା]

  • ୨୦୦୧ ମସିହାରେ ଜେ.ପି ଦତ୍ତଙ୍କ "ରିଫ୍ୟୁଜ" ପାଇଁ ତାଙ୍କୁ ଜାତୀୟ ପୁରସ୍କାର ତଥା "ଫିଲ୍ମଫେୟାର ସ୍ପେଶାଲ ଜୁରୀ" ଆୱାର୍ଡ ପ୍ରଦାନ କରାଯାଇଥିଲା ।
  • ୧୯୯୪ ମସିହାରେ ଫିଲ୍ମ "ବାଜିଗର" ପାଇଁ ସେ "ଫିଲ୍ମ ଫେୟାର୍ ବେଷ୍ଟ ମ୍ୟୁଜିକ ଡ଼ିରେକ୍ଟର୍" ଆୱାର୍ଡ ପାଇଥିଲେ ।
  • ୨୦୦୫ ମସିହାରେ ଫିଲ୍ମ "ମୈ ହୁଁ ନା" ପାଇଁ "ଫିଲ୍ମ ଫେୟାର୍ ବେଷ୍ଟ ମ୍ୟୁଜିକ ଡ଼ିରେକ୍ଟର୍" ଆୱାର୍ଡ ପାଇଥିଲେ ।
  • ୨୦୦୨ ମସିହାରେ ଫିଲ୍ମ "ଅଶୋକା" ପାଇଁ "ଫିଲ୍ମ ଫେୟାର୍ ବେଷ୍ଟ ମ୍ୟୁଜିକ ଡ଼ିରେକ୍ଟର୍" ଆୱାର୍ଡ ପାଇଥିଲେ ।
  • ୨୦୧୬ ମସିହାରେ "ଦମ ଲଗାକେ ହୈସା" ପାଇଁ "ଜି ସିନେ ଫର ବେଷ୍ଟ ମ୍ୟୁଜିକ ଡିରେକ୍ଟର୍" ଆୱାର୍ଡ ପାଇଥିଲେ ।
  • ୨୦୧୫ ମସିହାରେ "ବିଗ୍ ଷ୍ଟାର ଏଣ୍ଟର୍ଟେନମେଣ୍ଟ" ଆୱାର୍ଡ - ୯୨.୭ ବିଗ୍ ଏଫ.ଏମ - ସୁହାନା ସଫର ମ୍ୟୁଜିକ ଆୱାର୍ଡ ପାଇଥିଲେ ।[୬]

ଆଧାର[ସମ୍ପାଦନା]

  1. "Why Anu Malik will not judge Indian Idol after six years".
  2. Khubchandani, Lata (27 December 2006). "My Fundays". The Telegraph. Calcutta, India.
  3. "Why Anu Malik will not judge Indian Idol after six years - Times of India". Retrieved 27 August 2016.
  4. "Unwell Anu Malik hospitalized". dna. 28 May 2016. Retrieved 2016-05-30.
  5. "Anu Malik Awards & Nominations, National Awards, Filmfare Awards, Cine Awards, IIFA, Screen Awards - Filmibeat". Retrieved 27 August 2016.
  6. Hungama, Bollywood. "Winners of the Big Star Entertainment Awards 2015 - Latest Movie Features - Bollywood Hungama". Retrieved 27 August 2016.