ଅକ୍ଷରଧାମ (ଦିଲ୍ଲୀ)

Coordinates: 28°36′45″N 77°16′38″E / 28.61250°N 77.27722°E / 28.61250; 77.27722
ଉଇକିପିଡ଼ିଆ‌ରୁ
ଅକ୍ଷରଧାମ (ଦିଲ୍ଲୀ)
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀSwaminarayan
Location
ସ୍ଥାନNoida Mor, New Delhi
CountryIndia
ଅକ୍ଷରଧାମ (ଦିଲ୍ଲୀ) is located in Delhi
ଅକ୍ଷରଧାମ (ଦିଲ୍ଲୀ)
Location in Delhi
ଭୌଗଳିକ ଅବସ୍ଥିତି28°36′45″N 77°16′38″E / 28.61250°N 77.27722°E / 28.61250; 77.27722
Architecture
Bochasanwasi Shri Akshar Purushottam Swaminarayan Sanstha, Pramukh Swami Maharaj
Completed6 November 2005 (consecration)
Website
akshardham.com

ଅକ୍ଷରଧାମ (ଇଂରାଜୀ ଭାଷାରେ Akshardham or Swaminarayan Akshardham complex) ଭାରତର ଦିଲ୍ଲୀରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର (Hindu temple) ଓ ଧାର୍ମିକ ଓ ସାଂସ୍କୃତିକ ପରିସର ବା କ୍ୟାମ୍ପସ ।[୧][୨] ଏହାକୁ ଅକ୍ଷରଧାମ ମନ୍ଦିର ବା ସ୍ୱାମୀନାରାୟଣ ଅକ୍ଷରଧାମ ମଧ୍ୟ କୁହାଯାଏ ଯେଉଁଠାରେ ହଜାର ହଜାର ବର୍ଷର ପରମ୍ପରାଗତ ହିନ୍ଦୁତ୍ୱ (Hindu) ଓ ଭାରତୀୟ ସଂସ୍କୃତି (Indian culture), ଆଧ୍ୟାତ୍ମିକ ଭାବନେ ଓ ଶିଳ୍ପ ବିଦ୍ୟାର ନୈପୁଣ୍ୟ ଦେଖବାକୁ ମିଳେ । ଯୋଗୀଜି ମହାରାଜଙ୍କଦ୍ୱାରା (Yogiji Maharaj) ପ୍ରେରିତ ହୋଇ ଓ ପ୍ରମୁଖ ସ୍ୱାମୀ ମହାରାଜ (Pramukh Swami Maharaj) ଏହାକୁ ବୋଚାସନ୍ୱାସି ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥାଦ୍ୱାରା (BAPS) ତିଆରି କରାଇଥିଲେ । [୩]

ମନ୍ଦିର[୪] ସରକାରୀ ଭାବରେ ୬ ନଭେମ୍ବର ୨୦୦୫ ମସିହାରେ ପ୍ରମୁଖ ସ୍ୱାମୀ ମହାରାଜଙ୍କଦ୍ୱାରା ଉନ୍ମୋଚନ ହୋଇଥିଲା ଓ ସେତେବେଳେ ସେଠାରେ ଏ.ପି.ଜେ. ଅବଦୁଲ କଲାମ, ମନମୋହନ ସିଂହ, ଲାଲକୃଷ୍ଣ ଆଡ଼ଭାନୀ ଓ ବନ‌ୱାରୀ ଲାଲ ଜୋଷୀ ଉପସ୍ଥିତ ଥିଲେ । [୫][୬] ପରିସରର କେନ୍ଦ୍ର ସ୍ଥଳରେ ଏହି ମନ୍ଦିର ବାସ୍ତୁ ଶାସ୍ତ୍ରପଞ୍ଚରାତ୍ର ଶାସ୍ତ୍ର (Pancharatra shastra) ନିୟମ ଅନୁସାରେ ତିଆରି ହୋଇଛି ।

ପୂର୍ବରୁ ଥିବା ଅକ୍ଷରଧାମ ଗାନ୍ଧୀନ‌ଗର (Akshardham Gandhinagar) ଗୁଜରାଟ ଅନୁରୂପ ଅକ୍ଷରଧାମ (ଦିଲ୍ଲୀ)‌ର ସମ୍ପୁର୍ଣ୍ଣ ପରିସରର ଠିକ୍ ମଧ୍ୟ ଭାଗରେ ମନ୍ଦିର ତୋଳାହୋଇଛି । ସେଠାରେ ଅନେକ ପ୍ରଦର୍ଶନୀ ହଲ ଅଛି ଯେଉଁଠାରେ ସ୍ୱାମୀନାରାୟଣଙ୍କର (Swaminarayan) ଜୀବନ ଓ କର୍ମ ବିଷୟରେ ସୂଚନା ଦିଆହୋଇଛି । ଆଧୁନିକ ଟେକନୋଲୋଜି ବ୍ୟବ‌ହର କରି ମନ୍ଦିରର ପ୍ରଦର୍ଶନୀ ହଲ ତିଆରି କରାଯାଇଛି । [୭]

ମନ୍ଦିର ପରିସରରେ ଅଭିଷେକ ମଣ୍ଡପ (Abhisheka Mandap), ସ‌ହଜ ଆନନ୍ଦ (water show), ବଗିଚା ଓ ସ‌ହଜାନନ୍ଦ ଦର୍ଶନ, ନୀଳକଣ୍ଠ ଦର୍ଶନ (କିଶୋର ସ୍ୱାମୀନାରାୟଣ ଯୋଗୀଙ୍କ ପ୍ରାକ୍ ଜୀବନର ସିନେମା) ଓ ସଂସ୍କୃତି ଦର୍ଶନ (ସାଂସ୍କୃତିକ ନାବ ଭ୍ରମଣ) ନାମକ ତିନୋଟି ପ୍ରଦର୍ଶନୀ ହଲ୍ ଅଛି । ସ୍ୱାମୀନାରାୟଣଙ୍କ ଆଧ୍ୟାତ୍ମିକ ଦର୍ଶନ ଅନୁସାରେ ଅକ୍ଷରଧାମ ଅର୍ଥ ଧରିତ୍ରୀ ଉପରେ ପ୍ରଭୁ ସ୍ୱାମୀ ସ୍ୱାମୀନାରାୟଣଙ୍କର ବାସଗୃହ ।[୮][୯]

ବିଶେଷତ୍ୱ[ସମ୍ପାଦନା]

ଅକ୍ଷରଧାମ ମନ୍ଦିର[ସମ୍ପାଦନା]

Swaminarayan Akshardham, New Delhi

ସ୍ୱାମୀନାରାୟଣ ଅକ୍ଷରଧାମ ଭବନ ସମୂହର ମୂଖ୍ୟ ଆକର୍ଷଣ ଅକ୍ଷରଧାମ ମନ୍ଦିର ଅଟେ । ଏହାର ଉଚ୍ଚତା ପ୍ରାୟ ୧୪୧ ଫୁଟ/ ୪୩ ମି ଓ ଚଉଡ଼ା ପ୍ରାୟ ୩୧୬ ଫୁଟ/ ୯୬ ମି ଓ ଲମ୍ବ ପ୍ରାୟ ୩୫୬ଫୁଟ/ ୧୦୯ମି ।[୧୦] ମନ୍ଦିର ଗାତ୍ରରେ ଉଦ୍ଭିଦ (flora), ପଶୁ (fauna), ନର୍ତ୍ତକୀ (dancers), ସଂଗୀତକାର ଓ ଦେବତାମାନଙ୍କର (deities) ମୂର୍ତ୍ତି ସମୂହ ଖୋଦିତ ହୋଇଛି ।

ମହର୍ଷି ବାସ୍ତୁ ବିଦ୍ୟା ଅନୁସାରେ ଏଠାର ଭାରତୀୟ କଳାର ମିଶ୍ରଣ ଦେଖିବାକୁ ମିଳେ । [୧୧][୧୨] ରାଜସ୍ଥାନୀ ପିଙ୍କ ବାଲିପଥାର ଓ ଇଟାଲିର କାରାରା ମାର୍ବଲରେ (Carrara marble) ସମ୍ପୁର୍ଣ୍ଣ ଭବନ ତିଆରି ହୋଇଛି । ମନ୍ଦିରର ସର୍ବାଧିକ ଆୟୁଷ ରଖିବା ନିମନ୍ତେ ହିନ୍ଦୁ ଶିଳ୍ପ ଶାସ୍ତ୍ର ପରମ୍ପରା (Shilpa shastras) ଅନୁସାରେ ଏଠାରେ କୌଣସି ଲୌହ ପଦାର୍ଥ ବ୍ୟବ‌‌ହୃତ ହୋଇନାହିଁ । ତେଣୁ ଏଠାରେ ଆଶ୍ରୟ ପାଇଁ କୌଣସି ସ୍ଟିଲ ବା କଂକ୍ରିଟ ବ୍ୟବ‌ହୃତ ହୋଇନାହିଁ ।[୧୩]

ମନ୍ଦିରରେ ସୁଶୋଭିତ ୨୩୪ଟି ଖୁଣ୍ଟ, ୯ଟି ଗମ୍ବୁଜ ଓ ୨୦,୦୦୦ ସାଧୁ, ସନ୍ୟାସୀ, ଭକ୍ତ ଓ ଆଚାର୍ଯ୍ୟଙ୍କର ମୂର୍ତ୍ତି ଅଛି । [୧୪] ମନ୍ଦରି ଆଧାରରେ ଗଜେନ୍ଦ୍ର ପୀଠ, ଚଉତରାରେ ହାତୀ ଅଛି ଯାହାର ହିନ୍ଦୁ ସଂସ୍କୃତି ଓ ଇତିହାସରେ ପ୍ରାଧାନ୍ୟ ଅଛି । ଆଉ ମଧ୍ୟ ସେଠାରେ ୧୪୮ଟି ଜୀବନ୍ତ ଆକୃତିର ୩୦୦୦ ଟନ ଓଜନର ହାତୀ ମୂର୍ତ୍ତି ଅଛି । [୧୫]


ଆଧାର[ସମ୍ପାଦନା]

  1. Malik, Rajiv. "Pride of India Swaminarayan Akshardham opens in New Delhi with praise from India's religious, cultural and political leaders". Hinduism Today. Satguru Bodhinatha Veylanswami. Archived from the original on 23 ସେପ୍ଟେମ୍ବର 2013. Retrieved 31 ଜୁଲାଇ 2013.
  2. "Swaminarayan Akshardham New Delhi". akshardham.com. Archived from the original on 6 ସେପ୍ଟେମ୍ବର 2015. Retrieved 3 ସେପ୍ଟେମ୍ବର 2015.
  3. "Swaminarayan Akshardham New Delhi".
  4. Verma, Sharad. "The 8th Wonder – Delhi Swaminarayan temple uses modern technology to transmit timeless message". New India Times. Archived from the original on 2017-11-13. Retrieved 2008-10-09.
  5. "What is Akshardham". BAPS Swaminarayan Sanstha. Archived from the original on 17 October 2008. Retrieved 2008-10-28. Archived 2008-10-17 at the Wayback Machine.
  6. "Timeline". akshardham.com (in ଆମେରିକୀୟ ଇଂରାଜୀ). Retrieved 2019-03-18.
  7. Trivedi, Yogi (2016). Swaminarayan Hinduism: Tradition, Adaptation and Identity. Oxford University Press. pp. Chapter 13. ISBN 9780199463749.
  8. BAPS Swaminarayan Sanstha. "Magnificent monuments of Delhi". Archived from the original on 29 ନଭେମ୍ବର 2010. Retrieved 30 ଜାନୁଆରୀ 2011.
  9. "Mandir". akshardham.com. Archived from the original on 10 ସେପ୍ଟେମ୍ବର 2015. Retrieved 3 ସେପ୍ଟେମ୍ବର 2015.
  10. "President to inaugurate Akshardham temple today". The Hindu. 6 November 2005. Retrieved 2008-01-05.
  11. "Special Destinations- Akshardham Temple". Delhi Tourism and Transportation Development Corporation. Archived from the original on 11 June 2008. Retrieved 2008-10-30.
  12. "Swaminarayan Akshardham Temple in New Delhi". 24 ଜୁନ 2008. Archived from the original on 14 ଜୁଲାଇ 2011. Retrieved 10 ଅକ୍ଟୋବର 2008.
  13. "Akshardham Temple Complex". Ministry of Tourism Government of India. Archived from the original on 31 July 2008. Retrieved 2008-09-25.
  14. "Mandir". BAPS. 2005. Archived from the original on 12 September 2008. Retrieved 2008-09-12. Archived 2008-09-12 at the Wayback Machine.
  15. "Gajendra Pith". BAPS. 2005. Archived from the original on 7 ସେପ୍ଟେମ୍ବର 2008. Retrieved 13 ସେପ୍ଟେମ୍ବର 2008. Archived 2008-09-07 at the Wayback Machine.