Jump to content

ଜିଙ୍କ ସଲଫେଟ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
(Zinc sulfate (medical use)ରୁ ଲେଉଟି ଆସିଛି)
ଜିଙ୍କ ସଲଫେଟ
Chemical model
Clinical data
Trade namesSolvazinc, Micro-Zn, others
AHFS/Drugs.com
Pregnancy
category
  • US: A (No risk in human studies) and C
    Routes of
    administration
    by mouth, intravenous
    Drug classmineral supplement
    ATC code
    Identifiers
    • Zinc sulfate
    CAS Number
    PubChem CID
    DrugBank
    ChemSpider
    UNII
    ChEBI
    ChEMBL
    Chemical and physical data
    FormulaZnSO4
    Molar mass161.47
    3D model (JSmol)
    • [O-]S(=O)(=O)[O-].[Zn+2]
    • InChI=1S/H2O4S.Zn/c1-5(2,3)4;/h(H2,1,2,3,4);/q;+2/p-2
    • Key:NWONKYPBYAMBJT-UHFFFAOYSA-L

    ଜିଙ୍କ ସଲଫେଟ (ଇଂରାଜୀ ଭାଷାରେ Zinc sulfate) ଚିକିତ୍ସା କ୍ଷେତ୍ରରେ ଏକ ଖାଦ୍ୟ ପରିପୂରକ (dietary supplement) ଭାବରେ ବ୍ୟବ‌ହାର କରାଯାଏ । ଦେହରେ ଜିଙ୍କ ଅଭାବ (zinc deficiency) ଥିଲେ ବା ଅଭାବ ସଙ୍କଟ ସମ୍ଭାବନା ଥିଲେ ଏହା ଦିଆଯାଏ ।[] ପିଲାଙ୍କର ତରଳ ଝାଡ଼ା ହେଉଥିଲେ ଓଆରଟି ସ‌ହିତ ଏହା ଦିଆଯାଏ । [] ସାଧାରଣ ବ୍ୟବ‌ହାର ସୁପାରିସ କରାଯାଏନାହିଁ । ଜିଙ୍କ ସଲଫେଟ ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[]

    ଜିଙ୍କ ସଲଫେଟର ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା (abdominal pain), ବାନ୍ତି (vomiting), ମୁଣ୍ଡବଥା ଓ ଥକ୍କା ଅନୁଭବ ହୋଇପାରେ ।[] ସାଧାରଣ ମାତ୍ରାର ଔଷଧ ଦେଲେ ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ନିରାପଦ ଥାଏ ମାତ୍ର ଅଧିକ ମାତ୍ରାର ଔଷଧର ପ୍ରଭାବ ଅନୁଶୀଳନ ହୋଇନାହିଁ ।[] ବୃକ୍‌କ ସମସ୍ୟା (kidney problems) ଥିଲେ ଅଧିକ ଯତ୍ନ ନେବା ଆବଶ୍ୟକ ।[] ମାନବ ଶରୀର ନିମନ୍ତେ ଅତ୍ୟାବଶ୍ୟକୀୟ ଲବଣ (essential mineral) ମଧ୍ୟରୁ ଜିଙ୍କ (Zinc) ଗୋଟିଏ ।[]

    ଶୋଡ଼ଷ ଶତାବ୍ଦୀରୁ ଜିଙ୍କ ସଲଫେଟ (Zinc sulfate) ବ୍ୟବ‌ହୃତ ହୋଇଆସୁଛି । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ଜିଙ୍କ ସଲଫେଟ ଜେନେରିକ ଔଷଧ ନାମରେ (generic medication) ବିକ୍ରୟ (over the counter) ହୁଏ ।[][] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୦୧ରୁ ୧୮ ଆମେରିକୀୟ ଡଲାର ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦ଦିନ ଚିକିତ୍ସା ଖର୍ଚ୍ଚ ପ୍ରାୟ ୪.୩୨ ପାଉଣ୍ଡ ।[]

    1. 1 2 3 4 British national formulary : BNF 69 (69 ed.). British Medical Association. 2015. p. 700. ISBN 9780857111562.
    2. 1 2 3 WHO Model Formulary 2008 (PDF). World Health Organization. 2009. p. 349-351. ISBN 9789241547659. Retrieved 8 January 2017.
    3. 1 2 "Zinc sulfate Use During Pregnancy | Drugs.com". www.drugs.com. Retrieved 15 January 2017.
    4. Council, National Research; Studies, Division on Earth and Life; Resources, Board on Agriculture and Natural; Animals, Committee on Minerals and Toxic Substances in Diets and Water for (2006). Mineral Tolerance of Animals: Second Revised Edition, 2005 (in ଇଂରାଜୀ). National Academies Press. p. 420. ISBN 9780309096546.
    5. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 62. ISBN 9780471899792.
    6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    7. "Zinc Sulfate". International Drug Price Indicator Guide. Retrieved 8 December 2016.[permanent dead link]