ଜାକିୟା ବାରୀ ମମ

ଉଇକିପିଡ଼ିଆ‌ରୁ
(Zakia Bari Mamoରୁ ଲେଉଟି ଆସିଛି)
ଜାକିୟା ବାରୀ ମମ
ଜନ୍ମ (1985-08-14) ୧୪ ଅଗଷ୍ଟ ୧୯୮୫ (ବୟସ ୩୮)
ବ୍ରାହ୍ମଣବରିଆ, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ ଏବଂ ମଡେଲ
ସକ୍ରିୟ ବର୍ଷ୨୦୦୬ – ଏବେଯାଏଁ
ବୈବାହିକ-ସାଥୀ(s)ଇଜାଜ୍ ମୁନ୍ନା (ଛାଡ଼ପତ୍ର ୨୦୧୧)
ଶିହାବ ଶାହୀନ (୨୦୧-ଏବେଯାଏଁ)
ସନ୍ତାନ
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨୦୦୭),
ମେରିଲ୍ ଆଲୋ ପୁରସ୍କାର, ୨୦୧୬

ଜାକିୟା ବାରୀ ମମ (ଜନ୍ମ: ୧୪ ଅଗଷ୍ଟ ୧୯୮୫) ଜଣେ ବାଂଲାଦେଶୀ ମଡେଲ ଏବଂ ଅଭିନେତ୍ରୀ ଯିଏକି ଲକ୍ସ ଚ୍ୟାନେଲ ଆଇ ସୁପରଷ୍ଟାର ଭାବରେ ମଧ୍ୟ ସାରା ବଙ୍ଗଳାଦେଶରେ ଜଣାଶୁଣା ।[୧] ୨୦୦୬ରେ ଲକ୍ସ ଚ୍ୟାନେଲ ଆଇ ସୁପରଷ୍ଟାରର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋବାପରେ ଲୋକଲୋଚନକୁ ଆସିଥିଲେ । ସେହି ବର୍ଷ ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଦାରୁଚିନି ଦ୍ୱୀପ, ଯେଉଁଥିରେ ସେ ରିଆଜ୍‌ଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ । ତୌକିର ଅହମ୍ମଦଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨] ସେ ବଙ୍ଗଳାଦେଶର ଛୋଟ ପରଦାରେ ମଧ୍ୟ ଏକ ଲୋକପ୍ରିୟ ଚେହେରା ଭାବରେ ପ୍ରସିଦ୍ଧିଲାଭ କରିଛନ୍ତି ।[୩] ୨୦୦୬ରେ ପ୍ରଥମ ଚଳଚ୍ଚିତ୍ରରେ ସଫଳତା ମିଳିଥିଲେ ବି ସେ ୨୦୧୪ ପର୍ଯ୍ୟନ୍ତ କୌଣସି କଥାଚିତ୍ରରେ ଅଭିନୟ କରିନଥିଲେ । ରକିବୁଲ ଆଲାମ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରେମ କରବୋ ତୋମର ସାଥେରେ ସେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ସହିତ ଜାୟେଦ୍ ଖାନ୍, ଅନିସୁର୍ ରହମାନ୍ ମିଲନ୍ ଅଭିନୟ କରିଥିଲେ ।[୪] ୨୦୧୫ ମସିହାରେ ସେ ଶିହାବ ଶାହେନ୍‌ଙ୍କ ନିର୍ଦ୍ଦେଶିତ କଥାଚିତ୍ର ଚୁୟେ ଦିଲେ ମୋନ୍‌ରେ ଅଭିନେତା ଅରିଫିନ୍ ଶୁଭୋଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ବହୁତ ବଡ଼ ସଫଳତା ପାଇଥିଲା । ଜାକିୟା ତାଙ୍କ ଅଭିନୟଦ୍ୱାରା ସମଗ୍ର ଦେଶର ଦର୍ଶକଙ୍କ ଦୃଦୟ ଜିତିଛନ୍ତି ଏବଂ ସେ ଦେଶର ଲୋକପ୍ରିୟ ନାମିଦାମୀ ଅଭିନେତ୍ରୀମାନଙ୍କୁ ମଧ୍ୟରୁ ଜଣେ ।[୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜାକିୟା ବାରୀ ମମ ୧୯୮୫ ମସିହାର ଡିସେମ୍ବର ମାସ ୧୯ ତାରିଖରେ ବଙ୍ଗଳାଦେଶର ବ୍ରାହ୍ମଣବରିଆଠାରେ ଜନ୍ମଗ୍ରହଣ କରିଥିଲେ ।[୬] ସେ ତାଙ୍କ ଜନ୍ମସ୍ଥାନରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ । ଜାକିୟା ପ୍ରଥମେ ପାଇଲଟ୍ ଏବଂ ପରେ ଜଣେ ଆର୍କିଟେକ୍ଟ ହେବାର ସ୍ୱପ୍ନ ଦେଖିଥିଲେ, କିନ୍ତୁ ତାଙ୍କର ପ୍ରାରମ୍ଭିକ ସ୍ୱପ୍ନ ଥିଲା ମିଡିଆ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିବା, ଫଳ ସ୍ୱରୂପ ସେ ନୃତ୍ୟକଳାରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ।

୧୯୯୫ ମସିହାରେ ସେ ବଙ୍ଗଳାଦେଶର ସର୍ବ ବୃହତ ଶିଶୁ ସାଂସ୍କୃତିକ କାର୍ଯ୍ୟକ୍ରମ ନୂତନ୍ କୁରିରେ ଭାଗନେଇଥିଲେ, ଯାହାକି ବଙ୍ଗଳାଦେଶ ଟେଲିଭିଜନ୍ଦ୍ୱାରା ପ୍ରସାରତି ହେଉଥିଲା । ଜାକିୟା ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ହେଁ ଲକ୍ସ ଚେନାଲ୍ ଆଇ ସୁପରଷ୍ଟାର ଜିତିବା ପରେ ହିଁ ଲୋକପ୍ରିୟତା ଅର୍ଜନ କରିଥିଲେ ଏବଂ ଦେଶବ୍ୟାପି ପ୍ରସିଦ୍ଧିଲାଭ କରିଥିଲେ । ସେ ଜାହାଙ୍ଗୀର ନଗର ବିଶ୍ୱବିଦ୍ୟାଳୟରେ ଡ୍ରାମା ଏବଂ ଡ୍ରାମାଟିକ୍ସରେ ସ୍ନାତକ ଏବଂ ସ୍ନାତକୋତ୍ତର କରିଛନ୍ତି ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଜାକିଆ ବାରି ମମ, ୨୦୦୬ ମସିହାରେ ବଙ୍ଗଳାଦେଶର କାର୍ଯ୍ୟକ୍ରମ ଚେନାଲ୍ ଆଇ ସୁପରଷ୍ଟାର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତିବା ପରେ ତୁକିର ଅହମ୍ମଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦାରୁଚିନି ଦ୍ୱୀପରେ ଅଭିନୟ କରିଥିଲେ, ଯାହାର କାହାଣୀ ଲେଖିଥିଲେ ହୁମାୟୁନ୍ ଅହମ୍ମଦ ।[୭] ସେ ସହ-ଅଭିନେତା ରିୟାଜଙ୍କ ସହ ଚଳଚ୍ଚିତ୍ରରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୮]

୨୦୧୪ ମସିହାରେ ପ୍ରେମ କରବୋ ତୋମର ସାଥେ ଏବଂ ୨୦୧୫ ମସିହାରେ ଛୁୟେ ଦିଲେ ମୋନ୍‌ରେ ଅଭିନୟ କରିଥିଲେ । ଛୁୟେ ଦିଲେ ମୋନ୍‌ରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୯][୧୦]

ଆଧାର[ସମ୍ପାଦନା]

  1. "Lux-Channel I Super Star 2006 programme kicks off". bdnews24.com. Retrieved 2019-08-30.
  2. "Zakia Bari Momo". The Daily Star (in ଇଂରାଜୀ). 2017-07-29. Retrieved 2019-08-30.
  3. "Chanchal, Mamo get plaudits for Eid dramas". The Independent. Dhaka. Retrieved 2019-08-30.
  4. "Milon did a fantastic job in Prem Korbo Tomar Sathe …Momo". The Daily Star (in ଇଂରାଜୀ). 2014-12-12. Retrieved 2019-08-30.
  5. "SHUVO and MAMO Heats up the Silver Screen". The Daily Star (in ଇଂରାଜୀ). 2015-04-04. Retrieved 2019-08-30.
  6. "Many happy returns to Mamo". The Independent. Dhaka. 19 December 2017.
  7. "Secret Agent Mamo". The Daily Star (in ଇଂରାଜୀ). 2019-08-24. Retrieved 2019-08-30.
  8. "Chanchal, Mamo as pair can attract the viewers in film". The New Nation. Retrieved 2019-08-30.[permanent dead link]
  9. "Mamo in Hindi feature film". The New Nation. Retrieved 2019-08-30.[permanent dead link]
  10. "Mamo branches out into Hindi film". The Independent. Dhaka. Retrieved 2019-08-30.

ବାହାର ଆଧାର[ସମ୍ପାଦନା]