ଉଇକିକଥା
ଉଇକିକଥାର ମୁଖପୃଷ୍ଠ | |
| ୟୁ.ଆର.ଏଲ | www.wikiquote.org |
|---|---|
| ବ୍ୟବସାୟିକ | ନା |
| ସାଇଟର ପ୍ରକାର | Quotation repository |
| ରେଜେଷ୍ଟ୍ରିକରଣ | ବୈକଳ୍ପିକ |
| ମିଳୁଥିବା ଭାଷା | ବହୁଭାଷୀ |
| ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
| ତିଆରି କରିଥିଲେ | ଜିମି ୱେଲ୍ସ ଏବଂ ଉଇକିମିଡ଼ିଆ କମ୍ୟୁନିଟି |
| ଆରମ୍ଭ କରାଯାଇଥିଲା | ଜୁଲାଇ 10, 2003 |
| ଆଲେକ୍ସା କ୍ରମାଙ୍କ | |
| ଏବେକାର ସ୍ଥିତି | ସକ୍ରିୟ |
ଉଇକିକଥା ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବରଦ୍ୱାରା କାର୍ଯ୍ୟାନ୍ୱିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।[୨] ଉଇକିକଥାର ପୃଷ୍ଠା ଉଲ୍ଲେଖନୀୟ ବ୍ୟକ୍ତିତ୍ୱର ଉଇକିପିଡ଼ିଆରେ ତିଆରି ଲେଖାରୁ ଅନ୍ତର୍କୋଡିୟଦ୍ୱାରା ଯୋଡି ହୋଇରହିଛି ।[୩]
ମୂଳ ପରିଯୋଜନା ପୂର୍ଣତଃ ଇଂରାଜୀରେ ଆରମ୍ଭ କରାଯାଇଥିଲା , ଜୁଲାଇ 2004 ମସିହାରେ ଏକ ଅନ୍ୟ ସଂସ୍କରଣଦ୍ୱାରା ଅତିରିକ୍ତ ଭାଷାକୁ ମଧ୍ୟ ଏଥିରେ ସମ୍ମିଳିତ କରିବାର ଆରମ୍ଭ କରାଗଲା ।
ଇତିହାସ
[ସମ୍ପାଦନା]
| ଦିନ | ଘଟଣା |
|---|---|
| ଅସ୍ଥାୟୀ ରୂପରେ ବୋଲଫ ଭାଷା ଉଇକିପିଡ଼ିଆରେ ଭର୍ତ୍ତି କରାଗଲା(wo.wikipedia.com) | |
| ନିଜ ଉପଡ଼ୋମେନ ସୃଜିତ କରାଗଲା(quote.wikipedia.org) | |
| ନିଜ ଉପଡୋମେନ ସୃଜିତ (wikiquote.org) | |
| ନୂତନ ଭାଷା ଜୋଡଗଲା | |
| ଇଂରାଜୀ ସଂସ୍କରଣ 2000 ପୃଷ୍ଠାରେ ପହଞ୍ଚିଲା | |
| ଭାଷା ସଂଖ୍ୟା 24ରେ ପହଞ୍ଚିଲା | |
| ପୂର୍ଣ୍ଣ ପୃଷ୍ଠା ସଂଖ୍ୟା 10,000 ପହଞ୍ଚିଲା । ଇଂରାଜୀ ସଂସ୍କରଣ 3000 ନିକଟରେ ପହଞ୍ଚିଲା । | |
| ଭାଷା ସଂଖ୍ୟା 35କୁ ପହଞ୍ଚିଲା , ଯେଉଁଥିରେ ପାରମ୍ପରିକ ଲାଟିନ ଏବଂ ଏକ କୃତ୍ରିମ ଏସ୍ପେରେଣ୍ଟ ଥିଲା । | |
| ଇଂରାଜୀ ଉଇକିକଥା ଲେଖା ସଂଖ୍ୟା 5000କୁ ପହଞ୍ଚିଲା | |
| ଫ୍ରାନ୍ସ ଉଇକିକଥାକୁ ବୈଧାନିକ କାରଣରୁ ବନ୍ଦ କରାଗଲା | |
| ଫ୍ରାନ୍ସ ଉଇକିକଥା ପୁନଃ ଆରମ୍ଭ ହେଲା | |
| ଇଂରାଜୀ ଉଇକିକଥା ଲେଖା ସଂଖ୍ୟା 10000କୁ ପହଞ୍ଚିଲା | |
| ଭାଷା 400 ହେଲା | |
| ସମସ୍ତ ଭାଷାକୁ ମିଶାଇ ପୂର୍ଣ୍ଣ ଲେଖା ସଂଖ୍ୟା 1,00,000କୁ ପହଞ୍ଚିଲା | |
| ହିନ୍ଦୀ ଉଇକିକଥାର ଲେଖା ସଂଖ୍ୟା 100ରେ ପହଞ୍ଚିଲା |
ବହୁଭାଷୀ ସହଯୋଗ
[ସମ୍ପାଦନା]ଜୁଲାଇ 2004 ମସିହାରେ ପାଖାପାଖି 70 ଉପଡୋମେନ ଆରମ୍ଭ କରାଗଲା । 28 ନଭେମ୍ବର 2010 ମସିହାରେ ଆଙ୍କଡୋ ଅନୁସାରେ 25 ସଂସ୍କରଣ ହୋଇଥିଲା, ପ୍ରତ୍ୟେକରେ 1000ରୁ ଅଧିକ ଲେଖାଥିଲା । ସବୁଠାରୁ ବଡ଼ ଉଇକିକଥା 22,600 ଲେଖା ସହିତ ପୋଲିଶ ଉଇକିକଥା ଥିଲା, ଯାହାପରେ ଇଂରାଜୀ, ଇଟାଲୀୟନ, ଜର୍ମାନୀ ଏବଂ ଋଷ ପରିୟୋଜନା ରହିଥିଲା ଯେଉଁଥିରେ 5000ରୁ ଅଧିକ ଲେଖାଥିଲା । ଏହାପରେ ଶ୍ଳୋବାକ, ବଗ୍ଲାରୀୟ, ବର୍ଣିୟାଇ, ତୁର୍କୀ, ଫ୍ରାନ୍ସ (ଯାହା ଡିସେମ୍ବର 2006 ମସିହାରେ ପୁନଃ ଆରମ୍ଭ ହୋଇଥିଲା) ରହିଥିଲା । 53ଟି ଭାଷା ସଂସ୍କରଣରେ 100 କିମ୍ବା ଅଧିକ ଲେଖାଥିଲା ।[୪]
ଆଧାର
[ସମ୍ପାଦନା]- ↑ "Wikiquote.org Site Info". Alexa Internet. Archived from the original on 2018-12-26. Retrieved 2017-07-07.
- ↑ DeVinney, Gemma (18 ଜୁନ 2007). "ଉଇକିକଥା: Another source for quotes on the Web". UB Reporter. ବଫେଲୋ ବିଶ୍ୱବିଦ୍ୟାଳୟ. Retrieved 21 ନଭେମ୍ବର 2010.
- ↑ अहसान, हाफ़्सा (२७ जनवरी २००७). "It's all about Wikis". डॉन समाचारपत्र.
{{cite news}}: Check date values in:|date=(help) - ↑ "Wikiquote Statistics". Wikipedia:Meta. Retrieved 29 ନଭେମ୍ବର 2010.
