Jump to content

ୱେର୍ନିକ ଏନସେଫାଲୋପାଥି

ଉଇକିପିଡ଼ିଆ‌ରୁ
(Wernicke encephalopathyରୁ ଲେଉଟି ଆସିଛି)
ୱେର୍ନିକ ଏନସେଫାଲୋପାଥି
Wernicke's disease, Wernicke's encephalopathy[]
Hypothalamus
ଲକ୍ଷଣAbnormal movement of the eyes, poor coordination, confusion[]
ଆକ୍ରାନ୍ତ ସମୟSudden[]
କାରଣThiamine deficiency[]
ବିପଦ କାରକAlcohol use disorder, malnutrition[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[]
ସଠିକ ରୋଗ ନିର୍ଣ୍ଣୟAlcohol withdrawal, electrolyte disorders, infection, drugs of abuse, head trauma[]
ଚିକିତ୍ସାThiamine supplements[]
ପୁନଃପୌନିକ2%[]
ମୃତ୍ୟୁ ସାନ୍ଦ୍ରତା15% without treatment[]

ୱେର୍ନିକ ଏନସେଫାଲୋପାଥି ( WE ) ହେଉଛି ଏକ ମସ୍ତିଷ୍କ ରୋଗ ଯେଉଁଥିରେ ଆଖିର ଅସ୍ୱାଭାବିକ ଗତିବିଧି, ଆଟାକ୍ସିଆ ଏବଂ ଦ୍ୱନ୍ଦ୍ୱ ହେବା ଦେଖାଯାଏ ।[] ପ୍ରାୟ ୧୦% ଲୋକଙ୍କର ଏହି ତିନୋଟି ବୈଶିଷ୍ଟ୍ୟ ପ୍ରଦର୍ଶନ ହୁଏ, ଯେଉଁଥିରେ ଦ୍ୱନ୍ଦ୍ୱ ସବୁଠାରୁ ସାଧାରଣ ଅଟେ ।[] [] ଏହା ସାଧାରଣତଃ ହଠାତ୍ ଆରମ୍ଭ ହୋଇଥାଏ ।[] ଏହି ରୋଗୀମାନେ ଚାଲିବା ସମୟରେ ସାଧାରଣତଃ ସେମାନଙ୍କର ପାଦ ଅଲଗା ରହେ ଓ ଛୋଟ ଛୋତ ପଦକ୍ଷେପ ନେଇ ଚାଲନ୍ତି ।[]

ଜୀବସାର ଖ୧ ଅଭାବ ହେତୁ ଏହି ରୋଗ ହୋଇଥାଏ ।[] ବିପଦ କାରକଗୁଡ଼ିକରେ ମଧ୍ୟରେ ମଦ୍ୟାତ୍ୟୟ ଏବଂ କୁପୋଷଣ ହୋଇଥାଏ ଯଦିଓ ଜେନେଟିକ୍ସ ମଧ୍ୟ ଏକ ଭୂମିକା ଗ୍ରହଣ କରିପାରେ ।[] କୁପୋଷଣର କାରଣ ମଧ୍ୟରେ ଗର୍ଭଧାରଣର ବାନ୍ତି, ଖାଇବା ବ୍ୟାଧି ଅଇ କିମ୍ବା କର୍କଟ ହୋଇପାରେ ।[] ଲକ୍ଷଣ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଏ ଓ ରକ୍ତ ଜୀବସାର ଖ୧ ସ୍ତର ମାପ କରି ସମର୍ଥିତ ହୋଇପାରେ ।[] [] ଚିକିତ୍ସା ନ ହୋଇପାରିଲେ ପ୍ରାୟ ୮୦% କ୍ଷେତ୍ରରେ ରୋଗ ଜଟିଳ ହୋଇ କୋରସାକଫ୍ ସିଣ୍ଡ୍ରୋମ ହୋଇଥାଏ ଏବଂ ଏହାର ସ୍ମୃତି ଶକ୍ତି ସମସ୍ୟା ରହିଥାଏ ।[] ଏହି ମିଶ୍ରଣକୁ ୱେର୍ନିକ୍-କୋର୍ସାକୋଫ ସିଣ୍ଡ୍ରୋମ କୁହାଯାଏ | []

ଏହାର ଚିକିତ୍ସାରେ ଜୀବସାର ଖ୧ ପରିପୂରକ ଦିଆଯାଏ ଯାହାଦ୍ୱାରା କିଛି ଦିନରୁ କିଛି ସପ୍ତାହ ମଧ୍ୟରେ ଅବସ୍ଥାରେ ଉନ୍ନତି ଆସିପାରେ, ଯଦିଓ କେତେକ କ୍ଷେତ୍ରରେ ସ୍ଥାୟୀ ସମସ୍ୟା ରହିଯାଏ ।[] ଦୈନିକ ୧୦୦ରୁ ୨୦୦ମିଗ୍ରା ଜୀବସାର ଖ୧ ମାତ୍ରା ଏକରୁ ତିନିଥର ଶିରାରେ ଇଞ୍ଜେକ୍ସନ ଆକାରରେ ୩ରୁ ୫ ଦିନ ପର୍ଯ୍ୟନ୍ତ ଦିଆଯାଏ ।[] ମ୍ୟାଗ୍ନେସିଅମ ଅଭାବ ଥିଲେ ଚିକିତ୍ସା କରାଯିବା ଉଚିତ୍ ।[] ଚିକିତ୍ସା ନ ହୋଇପାରିଲେ ପ୍ରାୟ ୧୫% ଲୋକ ମୃତ୍ୟୁ ବରଣ କରନ୍ତି । []

ୱେର୍ନିକର ପ୍ରାୟ ୨% ଲୋକଙ୍କଠାରେ ଦେଖାଯାଏ; ଯଦିଓ ୧୨.୫% ମଦ୍ୟପାନ କରୁଥିବା ବ୍ୟକ୍ତି ଏବଂ ୧୦% ଏଡସ୍ ରୋଗୀ ଏହି ରୋଗରେ ପ୍ରଭାବିତ ହୁଅନ୍ତି ।[] ଏହି ଅବସ୍ଥା ସ୍ୱଳ୍ପ ନିର୍ଣ୍ଣୟ ହେଉଥିବା ବିଶ୍ୱାସ କରାଯାଏ ।[] ଏହାକୁ ପ୍ରଥମେ ୧୮୮୧ ମସିହାରେ କାର୍ଲ ୱେର୍ନିକେ ପ୍ରଥମେ ବର୍ଣ୍ଣନା କରିଥିଲେ ।[]

  1. "MeSH Browser". meshb.nlm.nih.gov (in ଇଂରାଜୀ). Archived from the original on 2021-07-09. Retrieved 2021-04-17.
  2. 1 2 3 4 5 6 7 8 9 10 11 12 13 14 15 "Wernicke Encephalopathy - Special Subjects". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 21 March 2022. Retrieved 21 March 2022.
  3. 1 2 3 4 5 6 7 8 9 10 Sinha, S; Kataria, A; Kolla, BP; Thusius, N; Loukianova, LL (June 2019). "Wernicke Encephalopathy-Clinical Pearls". Mayo Clinic proceedings. 94 (6): 1065–1072. doi:10.1016/j.mayocp.2019.02.018. PMID 31171116.
  4. 1 2 Isenberg-Grzeda E, Kutner HE, Nicolson SE (2012). "Wernicke-Korsakoff-syndrome: under-recognized and under-treated". Psychosomatics. 53 (6): 507–16. doi:10.1016/j.psym.2012.04.008. PMID 23157990.
  5. Cook CC (2000). "Prevention and treatment of Wernicke-Korsakoff syndrome". Alcohol and Alcoholism. 35 (Supplement 1): 19–20. doi:10.1093/alcalc/35.Supplement_1.19. PMID 11304070. Archived from the original on 2021-09-23. Retrieved 2021-04-17.