ଭାରିଆଣ୍ଟ କ୍ରୁଜଫେଲ୍ଟ-ଜାକୋବ ଡିଜିଜ

ଉଇକିପିଡ଼ିଆ‌ରୁ
(Variant Creutzfeldt–Jakob diseaseରୁ ଲେଉଟି ଆସିଛି)
ଭାରିଆଣ୍ଟ କ୍ରୁଜଫେଲ୍ଟ-ଜାକୋବ ଡିଜିଜ (Variant Creutzfeldt–Jakob disease)
New variant Creutzfeldt–Jakob disease (nvCJD)
ଭାରିଆଣ୍ଟ କ୍ରୁଜଫେଲ୍ଟ-ଜାକୋବ ରୋଗ‌ଗ୍ରସ୍ତ ଘଣ୍ଟିକା ବା ଟନସିଲର (tonsil) ବାୟୋପ୍ସି (Prion protein immunostaining.)
ବିଭାଗସ୍ନାୟୁରୋଗ ବିଜ୍ଞାନ (Neurology)
ଲକ୍ଷଣମାନସିକ ସମସ୍ୟା (Psychiatric problems), ବ୍ୟବ‌ହାରିକ ପରିବର୍ତ୍ତନ, ଯନ୍ତ୍ରଣାଦାୟକ ସମ୍ବେଦନ[୧]
ଆକ୍ରାନ୍ତ ସମୟ୩୦ ବର୍ଷ ବୟସରୁ କମ୍ [୨]
କାରଣବୋଭାଇନ ସ୍ପୋଞ୍ଜିଫର୍ମ ଏନ‌କେଫାଓପାଥି ରୋଗ‌ଗ୍ରସ୍ତ ଗୋମାଂସ ଖାଇଲେ (bovine spongiform encephalopathy)[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିମସ୍ତିଷ୍କ ବାୟୋପ୍ସି (Brain biopsy)[୨]
ଚିକିତ୍ସାସ‌ହାୟକ ଯତ୍ନ (Supportive care)[୪]
Prognosis~୧୩ ମାସ ଆୟୁଷ (life expectancy)[୧]
ପୁନଃପୌନିକସନ ୨୦୧୨ରେ ୨୫୦ରୁ କମ ରୋଗୀର ରିପୋର୍ଟ [୫]

ଭାରିଆଣ୍ଟ କ୍ରୁଜଫେଲ୍ଟ-ଜାକୋବ ଡିଜିଜ (ଇଂରାଜୀ ଭାଷାରେ Variant Creutzfeldt–Jakob disease/ vCJD) ଏକ ପ୍ରକାର ମସ୍ତିଷ୍କ ବେମାରୀ (brain disease) ଯାହା ଟ୍ରାନ୍ସମିସିବ୍ଲ ସ୍ପୋଞ୍ଜିଫର୍ମ ଏନ‌କେଫାଲୋପାଥି (transmissible spongiform encephalopathy) ପରିବାରର ରୋଗ ।[୫] ଏ ରୋଗରେ ସାଧାରଣତଃ ମାନସିକ ସମସ୍ୟା (Psychiatric problems), ବ୍ୟବ‌ହାରିକ ପରିବର୍ତ୍ତନ, ଯନ୍ତ୍ରଣାଦାୟକ ସମ୍ବେଦନ ଇତ୍ୟାଦି ଲକ୍ଷଣମାନ ଦେଖାଯାଆନ୍ତି ।[୧] ସଂସ୍ପର୍ଷ ଓ ଲକ୍ଷଣ ଆରମ୍ଭର ସମୟ ସଠିକ ଭାବରେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବର୍ଷ ବର୍ଷ ଲାଗିପାରେ ।[୨] ଲକ୍ଷଣ ପ୍ରକାଶ ପାଇବା ପରେ ୧୩ ମାସ ଆୟୁଷ (life expectancy) ରହିପାରେ ।[୧]

ପ୍ରିଅନ (prions), ଏକ ମିସଫୋଲ୍ଡେଡ ପ୍ରୋଟିନ ଯୋଗୁ ଏହି ରୋଗ ହୁଏ ।[୬] ବୋଭାଇନ ସ୍ପୋଞ୍ଜିଫର୍ମ ଏନ‌କେଫାଓପାଥି ରୋଗ‌ଗ୍ରସ୍ତ ଗୋମାଂସ ଖାଇବା (bovine spongiform encephalopathy) ଯୋଗୁ ରୋଗ ବ୍ୟାପିଥାଏ ।[୫][୬] ଏକ ନିର୍ଦ୍ଦିଷ୍ଟ ଜେନେଟିକ ସମ୍ବେଦନଶୀଳତା (genetic susceptibility) ଯୋଗୁ ଏ ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୩][୫] ପ୍ରଦୂଷିତ ଅପରେଶନ ଉପକରଣ ବା ରକ୍ତ ଉପଜ ଯୋଗୁ ମଧ୍ୟ ବ୍ୟାପେ ।[୭] କେତେକ ମାନ‌ଦଣ୍ଡ ଅନୁସାରେ ସନ୍ଦେହ କରାଯିବା ପରେ ରୋଗ ନିର୍ଣ୍ଣୟ କରାଯାଏ ।[୨] କ୍ରୁଜଫେଲ୍ଟ-ଜାକୋବ ଡିଜିଜ ରୋଗଠାରୁ ଏହା ଏକ ପୃଥକ୍ ରୋଗ ଯଦିଓ ଉଭୟ ରୋଗ ପ୍ରିଅନ ପ୍ରୋଟିନ ଯୋଗୁ ହୁଏ ।[୬]

ସ‌ହାୟକ ଯତ୍ନ (Supportive care) ଚିକିତ୍ସା କରାଯାଏ ।[୪] ସନ ୨୦୧୨ ସୁଦ୍ଧା ସଂଯୁକ୍ତ ରାଷ୍ଟ୍ରରେ ୧୭୦ ରୋଗୀ ଚିହ୍ନଟ ହୋଇଥିଲେ ଓ ପୃଥିବୀର ଅନ୍ୟ ସ୍ଥାନରେ ୫୦ଟି କେଶ୍ ଚିହ୍ନଟ ହୋଇଥିଲା ।[୫] ସନ ୨୦୦୦ ପରଠାରୁ ଏ ରୋଗ କମିଯାଇଛି । [୫] ୩୦ ବର୍ଷରୁ କମ୍ ବୟସ୍କ ଲୋକଙ୍କୁ ଏ ରୋଗ ହୁଏ । [୨] ସନ ୧୯୯୬ରେ ଏଡିନବର୍ଗ, ସ୍କଟଲ୍ୟାଣ୍ଡରେ (Edinburgh) ପ୍ରଥମେ ଚିହ୍ନଟ ହୋଇଥିଲା ।[୫]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Clinical and Pathologic Characteristics | Variant Creutzfeldt-Jakob Disease, Classic (CJD)". CDC (in ଆମେରିକୀୟ ଇଂରାଜୀ). 10 February 2015. Retrieved 22 January 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Classic CJD versus Variant CJD". CDC (in ଆମେରିକୀୟ ଇଂରାଜୀ). 11 February 2015. Retrieved 23 January 2018.
  3. ୩.୦ ୩.୧ Ironside, JW (Jul 2010). "Variant Creutzfeldt–Jakob disease". Haemophilia. 16 Suppl 5: 175–80. doi:10.1111/j.1365-2516.2010.02317.x. PMID 20590878.
  4. ୪.୦ ୪.୧ "Treatment Variant Creutzfeldt-Jakob Disease". CDC (in ଆମେରିକୀୟ ଇଂରାଜୀ). 10 February 2015. Retrieved 23 January 2018.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Ironside, JW (2012). "Variant Creutzfeldt–Jakob disease: an update". Folia Neuropathologica. 50 (1): 50–6. PMID 22505363.
  6. ୬.୦ ୬.୧ ୬.୨ "About vCJD". CDC (in ଆମେରିକୀୟ ଇଂରାଜୀ). 10 February 2015. Retrieved 22 January 2018.
  7. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 343. ISBN 9780323529570.