ଉଷା ଦେବୀ

ଉଇକିପିଡ଼ିଆ‌ରୁ
(Usha Deviରୁ ଲେଉଟି ଆସିଛି)
ଉଷା ଦେବୀ
ବିଧାୟିକା: ୧୨ଶ, ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ଏବେଯାଏଁ
ପୂର୍ବ ଅଧିକାରୀଚିନ୍ତାମଣି ଦ୍ୟାନ ସାମନ୍ତରା
ନିର୍ବାଚନ ମଣ୍ଡଳୀଚିକିଟି
ବିଧାୟିକା: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଚିନ୍ତାମଣି ଦ୍ୟାନ ସାମନ୍ତରା
ପର ଅଧିକାରୀଚିନ୍ତାମଣି ଦ୍ୟାନ ସାମନ୍ତରା
ନିର୍ବାଚନ ମଣ୍ଡଳୀଚିକିଟି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1952-02-25) ୨୫ ଫେବୃଆରୀ ୧୯୫୨ (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀତ୍ରିଗୁଣତା ଦେବ
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉଚନ୍ଦ୍ର ଚୂଡ଼ାମଣୀ ଦେବ (ବାପା)
ବୃତ୍ତିରାଜନୀତିଜ୍ଞ

ଉଷା ଦେବୀ (ଜନ୍ମ: ୨୫ ଫେବୃଆରୀ ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳ ରାଜନୈତିକ ଦଳ ସହ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୧] ସେ ୧୯୯୦ ମସିହାରେ ଚକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ପାଇଁ ଜଣେ ବିଧାୟିକା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହାପରେ ସେ ୨୦୦୦ ମସିହାରୁ ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ଲଗାତାର ୫ ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ସେ ୧୬ଶ ଓଡ଼ିଶା ବିଧାନ ସଭାର ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ଉଷା ଦେବୀ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ପ୍ରଥମେ ୨୦୧୧ ମସିହାରେ ୧୪ଶ ଓଡ଼ିଶା ବିଧାନ ସଭାରେ ସୂଚନା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୩]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଉଷା ଦେବୀ ୧୯୫୨ ମସିହାର ଫେବ୍ରୁଆରୀ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଚନ୍ଦ୍ର ଚୂଡ଼ାମଣୀ ଦେବ । ସେ କଳାରେ ସ୍ନାତକ କରିବାପରେ ଇଣ୍ଟେରିଅର ଡିଜାଇନରେ ଶିକ୍ଷାଗ୍ରହଣ କରିଥିଲେ ଏବଂ ପରେ ସେ ଜଣେ ଖବରଦାତା ଷ୍ଟେନୋଗ୍ରାଫି ଶିକ୍ଷାଗ୍ରହଣ କରିଥିଲେ ।[୨] ଉଷା ଦେବୀ ତ୍ରିଗୁଣତା ଦେବଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଉଷା ଦେବୀ ବିବାହ ପରେ ଜଣେ ଗୃହିଣୀ ଭାବରେ କାର୍ଯ୍ୟ କରୁଥିଲେ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ଉଷା ଦେବୀ ପ୍ରଥମ ଜନତା ଦଳ ସହ ମିଶି ଓଡ଼ିଶା ରାଜନୀତିରେ ସକ୍ରିୟ ହୋଇଥିଲେ । ସେ ୧୯୯୦ ମସିହାରେ ପ୍ରଥମଥର ପାଇଁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ ମସିହାରେ ଉଷା ଦେବୀ ଜନତା ଦଳର ପ୍ରତିନିଧି ଭାବରେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଚକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ; ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ । ଏହାପରେ ଓଡ଼ିଶାରେ ବିଜୁ ଜନତା ଦଳର ଗଠନ ହେବା ପରେ ସେ ସେଥିରେ ଯୋଗ ଦେଲେ ଏବଂ ୨୦୦୦ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସରକାର ଭଙ୍ଗ କରିବାଯାଏଁ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨୦୦୪ ମସିହାରେ, ୨୦୦୯ ମସିହାରେ ଓ ୨୦୧୪ ମସିହାରେ ଯଥାକ୍ରମେ ୧୨ଶ, ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ଉଷା ଦେବୀ ୨୦୧୧ ମସିହାରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କର ୩ୟ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିଲେ ।[୨] ୧୦ ମଇ ୨୦୧୧ରେ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯୋଜନା ଓ ସମନ୍ୱୟ[୬], ମହିଳା ଓ ଶିଶୁ ବିକାଶ କଲ୍ୟାଣ, ଦକ୍ଷତା ଓ କାରିଗରି ବିକାଶ ଆଦି ବିଭାଗର ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨][୭]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଚିକିଟି ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଚିକିଟି ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଚିକିଟି ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଚିକିଟି ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଚିକିଟି ବିଜୁ ଜନତା ଦଳ
୨୦୧୯ -- ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଚିକିଟି ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. "Usha Devi MLA of CHIKITI Odisha contact address & email". nocorruption.in (in ଇଂରାଜୀ). Retrieved 2019-03-04.
  2. ୨.୦ ୨.୧ ୨.୨ ୨.୩ ୨.୪ "Smt. Usha Devi". odishaassembly.nic.in. Odisha Assembly. Retrieved 4 March 2019.
  3. ୩.୦ ୩.୧ "MLA Usha Devi Profile | CHIKITI Constituency". odishahelpline.com. Retrieved 2019-03-04.
  4. ୪.୦ ୪.୧ ୪.୨ "MLA Usha Devi Profile | CHIKITI Constituency". naveenpatnaik.com. Archived from the original on 2019-01-13. Retrieved 2019-03-04.
  5. "Public Representative | District Ganjam, Government Of Odisha" (in ଆମେରିକୀୟ ଇଂରାଜୀ). Retrieved 2019-03-04.
  6. "Corruption rampant in departments where CM leads statutory committees: Opposition". odishatv.in (in ଆମେରିକୀୟ ଇଂରାଜୀ). Archived from the original on 2018-09-15. Retrieved 2019-03-04.
  7. "List of Ministers in Odisha with Portfolios (October 2017)". KalingaTV (in ଆମେରିକୀୟ ଇଂରାଜୀ). 2017-10-07. Retrieved 2019-03-04.