Jump to content

ଟୁଲାରେମିଆ

ଉଇକିପିଡ଼ିଆ‌ରୁ
(Tularemiaରୁ ଲେଉଟି ଆସିଛି)
ଟୁଲାରେମିଆ (Tularemia)
Tularaemia, Pahvant Valley plague,[୧] rabbit fever,[୧] deer fly fever, Ohara's fever[୨]
ଡାହାଣ ହାତରେ ଟୁଲାରେମିଆ ରୋଗ
ବିଭାଗସଂକ୍ରାମକ ରୋଗ(Infectious disease)
ଲକ୍ଷଣଜ୍ୱର, ଚର୍ମ ଘାଆ (skin ulcer), ଲିମ୍ଫାଡେନୋପାଥି (large lymph nodes)[୩]
କାରଣ(Francisella tularensis) (spread by (tick), (deer flies), contact with infected animals)[୪]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା, ଜୀବାଣୁ କଲଚର (microbial culture)[୫]
ପ୍ରତିକାରକୀଟ ବିକର୍ଷକ (Insect repellent, ଲମ୍ବା ପ୍ୟାଣ୍ଟ ପରିଧାନ, ଦୃତ ଟିକ ଦୂରୀକରଣ, not disturbing dead animals[୬]
ଔଷଧସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ, ଡକ୍‌ସିସାଇକ୍ଲିନ, ସିପ୍ରୋଫ୍ଲୋକ୍‌ସାସିନ୍[୫]
Prognosisଚିକିତ୍ସାର ଉତ୍ତମ ଫଳ[୪]
ପୁନଃପୌନିକବର୍ଷକୁ ୨୦୦ ରୋଗୀ (US)[୭]

ଟୁଲାରେମିଆ (ଇଂରାଜୀ ଭାଷାରେ Tularemia, ଅନ୍ୟ ନାମ ରାବିଟ ଫିଭର) ଏକ ସଂକ୍ରାମକ ରୋଗ (Infectious disease) ଯାହା ଫ୍ରାନ୍ସିସେଲା ଟୁଲାରେନସିସ (Francisella tularensis) ନାମକ ଜୀବାଣୁଦ୍ୱାରା (bacterium ) ହୁଏ ।[୪] ଏହି ରୋଗରେ ଜ୍ୱର, ଚର୍ମ ଘାଆ (skin ulcer), ଲିମ୍ଫାଡେନୋପାଥି (large lymph nodes) ଇତ୍ୟାଦି ଲକ୍ଷଣମାନ ଦେଖାଯାଆନ୍ତି ।[୩] କ୍ୱଚିତ ଏହାଦ୍ୱାରା ନିମୋନିଆ ବା ଗଳା ସଂକ୍ରମଣ ହୋଇପାରେ । [୩]

ଏହି ରୋଗର ଜୀବାଣୁ ଟିକ (tick) ବା ଡିଅର ଫ୍ଲାଇଦ୍ୱାରା (deer flies) ବା ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ ।[୪] ପ୍ରଦୂଷିତ ଜଳ ବା ଧୂଳିଦ୍ୱାରା ମଧ୍ୟ ବ୍ୟାପିଥାଏ । [୪] ମଣିଷଠାରୁ ମଣିଷକୁ ବ୍ୟାପେନାହିଁ ।[୮] ରକ୍ତ ପରୀକ୍ଷା, ଜୀବାଣୁ କଲଚର (microbial culture) କରି ରୋଗ ନିର୍ଣ୍ଣୟ କରାଯାଏ ।[୫][୯]

କୀଟ ବିକର୍ଷକ (Insect repellent, ଲମ୍ବା ପ୍ୟାଣ୍ଟ ପରିଧାନ, ଦୃତ ଟିକ ଦୂରୀକରଣ ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।[୬] ସ୍ଟ୍ରେପ୍ଟୋମାଇସିନ ଦେଇ ସାଧାରଣତଃ ଏହାର ଚିକିତ୍ସା କରାଯାଏ । [୯] ଏହା ବ୍ୟତୀତ ସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ, ଡକ୍‌ସିସାଇକ୍ଲିନ, ସିପ୍ରୋଫ୍ଲୋକ୍‌ସାସିନ୍ ଓଷଧ ସାହାଯ୍ୟରେ ମଧ୍ୟ ଚିକିତ୍ସା କରାଯାଏ ।[୫]

ସନ ୧୯୭୦ରୁ ୨୦୧୫ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦ ରୋଗୀ ଚିହ୍ନଟ ହୋଇଥିଲେ ।[୭] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରମଣର ଶିକାର ହୋଇଥିଲେ ।[୭] ଯୁବକ ଓ ମଧ୍ୟ ବୟସ୍କ ଲୋକଙ୍କୁ ଅଧିକ ରୋଗ ହେବା ଦେଖାଯାଏ ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରୀଷ୍ମ ଦିନେ ରୋଗ ଅଧିକ ହୁଏ ।[୭] ଟୁଲାରେ କାଉଣ୍ଟି, କାଲିଫର୍ନିଆରେ ଏହି ରୋଗ ସନ ୧୯୧୧ରେ ଆବିଷ୍କୃତ ହୋଇଥିବାରୁ ଏହାର ନାମ ଟୁଲାରେମିଆ ରଖାଯାଇଛି ।[୧୦] ଠେକୁଆ ଭଳି ଅନେକ ପଶୁମାନଙ୍କୁ ମଧ୍ୟ ଏ ରୋଗ ହୋଇପାରେ ।[୪]

  1. ୧.୦ ୧.୧ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.
  2. James, William D.; Berger, Timothy G. (2006). Andrews' Diseases of the Skin: clinical Dermatology. Saunders Elsevier. p. 286. ISBN 0-7216-2921-0.
  3. ୩.୦ ୩.୧ ୩.୨ "Signs and Symptoms Tularemia". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Tularemia". CDC (in ଆମେରିକୀୟ ଇଂରାଜୀ). October 2015.
  5. ୫.୦ ୫.୧ ୫.୨ ୫.୩ "Diagnosis and Treatment Tularemia". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
  6. ୬.୦ ୬.୧ "Prevention Tularemia". www.cdc.gov (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
  7. ୭.୦ ୭.୧ ୭.୨ ୭.୩ ୭.୪ "Statistics Tularemia". CDC (in ଆମେରିକୀୟ ଇଂରାଜୀ). November 2016. Retrieved 8 November 2017.
  8. "Transmission Tularemia". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
  9. ୯.୦ ୯.୧ "Clinicians Tularemia". www.cdc.gov (in ଆମେରିକୀୟ ଇଂରାଜୀ). September 2016. Retrieved 8 November 2017.
  10. Hagan, William Arthur; Bruner, Dorsey William; Timoney, John Francis (1988). Hagan and Bruner's Microbiology and Infectious Diseases of Domestic Animals: With Reference to Etiology, Epizootiology, Pathogenesis, Immunity, Diagnosis, and Antimicrobial Susceptibility (in ଇଂରାଜୀ). Cornell University Press. p. 132. ISBN 0801418968.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ