Jump to content

ଟୁଲାରେମିଆ

ଉଇକିପିଡ଼ିଆ‌ରୁ
(Tularemiaରୁ ଲେଉଟି ଆସିଛି)
ଟୁଲାରେମିଆ (Tularemia)
Tularaemia, Pahvant Valley plague,[] rabbit fever,[] deer fly fever, Ohara's fever[]
ଡାହାଣ ହାତରେ ଟୁଲାରେମିଆ ରୋଗ
ବିଭାଗସଂକ୍ରାମକ ରୋଗ(Infectious disease)
ଲକ୍ଷଣଜ୍ୱର, ଚର୍ମ ଘାଆ (skin ulcer), ଲିମ୍ଫାଡେନୋପାଥି (large lymph nodes)[]
କାରଣ(Francisella tularensis) (spread by (tick), (deer flies), contact with infected animals)[]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା, ଜୀବାଣୁ କଲଚର (microbial culture)[]
ପ୍ରତିକାରକୀଟ ବିକର୍ଷକ (Insect repellent, ଲମ୍ବା ପ୍ୟାଣ୍ଟ ପରିଧାନ, ଦୃତ ଟିକ ଦୂରୀକରଣ, not disturbing dead animals[]
ଔଷଧସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ, ଡକ୍‌ସିସାଇକ୍ଲିନ, ସିପ୍ରୋଫ୍ଲୋକ୍‌ସାସିନ୍[]
Prognosisଚିକିତ୍ସାର ଉତ୍ତମ ଫଳ[]
ପୁନଃପୌନିକବର୍ଷକୁ ୨୦୦ ରୋଗୀ (US)[]
Patient UKଟୁଲାରେମିଆ (Tularemia)

ଟୁଲାରେମିଆ (ଇଂରାଜୀ ଭାଷାରେ Tularemia, ଅନ୍ୟ ନାମ ରାବିଟ ଫିଭର) ଏକ ସଂକ୍ରାମକ ରୋଗ (Infectious disease) ଯାହା ଫ୍ରାନ୍ସିସେଲା ଟୁଲାରେନସିସ (Francisella tularensis) ନାମକ ଜୀବାଣୁଦ୍ୱାରା (bacterium ) ହୁଏ ।[] ଏହି ରୋଗରେ ଜ୍ୱର, ଚର୍ମ ଘାଆ (skin ulcer), ଲିମ୍ଫାଡେନୋପାଥି (large lymph nodes) ଇତ୍ୟାଦି ଲକ୍ଷଣମାନ ଦେଖାଯାଆନ୍ତି ।[] କ୍ୱଚିତ ଏହାଦ୍ୱାରା ନିମୋନିଆ ବା ଗଳା ସଂକ୍ରମଣ ହୋଇପାରେ । []

ଏହି ରୋଗର ଜୀବାଣୁ ଟିକ (tick) ବା ଡିଅର ଫ୍ଲାଇଦ୍ୱାରା (deer flies) ବା ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ ।[] ପ୍ରଦୂଷିତ ଜଳ ବା ଧୂଳିଦ୍ୱାରା ମଧ୍ୟ ବ୍ୟାପିଥାଏ । [] ମଣିଷଠାରୁ ମଣିଷକୁ ବ୍ୟାପେନାହିଁ ।[] ରକ୍ତ ପରୀକ୍ଷା, ଜୀବାଣୁ କଲଚର (microbial culture) କରି ରୋଗ ନିର୍ଣ୍ଣୟ କରାଯାଏ ।[][]

କୀଟ ବିକର୍ଷକ (Insect repellent, ଲମ୍ବା ପ୍ୟାଣ୍ଟ ପରିଧାନ, ଦୃତ ଟିକ ଦୂରୀକରଣ ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।[] ସ୍ଟ୍ରେପ୍ଟୋମାଇସିନ ଦେଇ ସାଧାରଣତଃ ଏହାର ଚିକିତ୍ସା କରାଯାଏ । [] ଏହା ବ୍ୟତୀତ ସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ, ଡକ୍‌ସିସାଇକ୍ଲିନ, ସିପ୍ରୋଫ୍ଲୋକ୍‌ସାସିନ୍ ଓଷଧ ସାହାଯ୍ୟରେ ମଧ୍ୟ ଚିକିତ୍ସା କରାଯାଏ ।[]

ସନ ୧୯୭୦ରୁ ୨୦୧୫ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦ ରୋଗୀ ଚିହ୍ନଟ ହୋଇଥିଲେ ।[] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରମଣର ଶିକାର ହୋଇଥିଲେ ।[] ଯୁବକ ଓ ମଧ୍ୟ ବୟସ୍କ ଲୋକଙ୍କୁ ଅଧିକ ରୋଗ ହେବା ଦେଖାଯାଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରୀଷ୍ମ ଦିନେ ରୋଗ ଅଧିକ ହୁଏ ।[] ଟୁଲାରେ କାଉଣ୍ଟି, କାଲିଫର୍ନିଆରେ ଏହି ରୋଗ ସନ ୧୯୧୧ରେ ଆବିଷ୍କୃତ ହୋଇଥିବାରୁ ଏହାର ନାମ ଟୁଲାରେମିଆ ରଖାଯାଇଛି ।[୧୦] ଠେକୁଆ ଭଳି ଅନେକ ପଶୁମାନଙ୍କୁ ମଧ୍ୟ ଏ ରୋଗ ହୋଇପାରେ ।[]

  1. 1 2 Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.
  2. James, William D.; Berger, Timothy G. (2006). Andrews' Diseases of the Skin: clinical Dermatology. Saunders Elsevier. p. 286. ISBN 0-7216-2921-0.
  3. 1 2 3 "Signs and Symptoms Tularemia". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
  4. 1 2 3 4 5 6 "Tularemia". CDC (in ଆମେରିକୀୟ ଇଂରାଜୀ). October 2015.
  5. 1 2 3 4 "Diagnosis and Treatment Tularemia". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
  6. 1 2 "Prevention Tularemia". www.cdc.gov (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
  7. 1 2 3 4 5 "Statistics Tularemia". CDC (in ଆମେରିକୀୟ ଇଂରାଜୀ). November 2016. Retrieved 8 November 2017.
  8. "Transmission Tularemia". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
  9. 1 2 "Clinicians Tularemia". www.cdc.gov (in ଆମେରିକୀୟ ଇଂରାଜୀ). September 2016. Retrieved 8 November 2017.
  10. Hagan, William Arthur; Bruner, Dorsey William; Timoney, John Francis (1988). Hagan and Bruner's Microbiology and Infectious Diseases of Domestic Animals: With Reference to Etiology, Epizootiology, Pathogenesis, Immunity, Diagnosis, and Antimicrobial Susceptibility (in ଇଂରାଜୀ). Cornell University Press. p. 132. ISBN 0801418968.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ