ତୁ କହିବୁ ନା ମୁଁ

ଉଇକିପିଡ଼ିଆ‌ରୁ
(Tu Kahibu Na Munରୁ ଲେଉଟି ଆସିଛି)
ତୁ କ‌ହିବୁ ନା ମୁଁ
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକଜାଗି ମଙ୍ଗଦ ପଣ୍ଡା
ସଂଳାପହରିହର ମହାପାତ୍ର
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀସୁଶାନ୍ତ ମଣି
କଳାକାରଅମ୍ଳାନ ଦାସ
ନିହାରୀକା ଦାଶ
ମିହିର ଦାସ
ପପୁ ପମ ପମ
ଆକାଶ ଦାସନାୟକ
ଅପରାଜିତା ମହାନ୍ତି
ଜୟୀରାମ ସାମଲ
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୫ ଜାନୁଆରୀ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ତୁ କ‌ହିବୁ ନା ମୁଁ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଓଡ଼ିଶା ଟେଲିଭିଜନ ଲିମିଟେଡ୍‌ର ମୁଖ୍ୟ ଜାଗି ମଙ୍ଗଦ ପଣ୍ଡା । ଏହି ଚଳଚ୍ଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମତ ହୋଇଥିଲା । ଏହା ତରଙ୍ଗ ସିନେ ପ୍ରଡକ୍ସନର ୪ର୍ଥ ଚଳଚ୍ଚିତ୍ର ଥିଲା ।[୧] ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି । ସେ ମଧ୍ୟ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ । ହରିହର ମହାପାତ୍ର ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍‌ଲି ରଥ ଏହି ଚଳଚ୍ଚିତ୍ରର ସମସ୍ତ ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୨]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଏବଂ ତାଙ୍କ ସ‌ହ ନାୟିକା ନିହାରୀକା ଦାଶ ଅଭିନୟ କରିଥିଲେ । ନିହାରିକା ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ୍‌ର ୨ୟ ସଂସ୍କରଣରେ ବିଜୟିନୀ ହୋଇଥିଲେ ଏବଂ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ମିହିର ଦାସ, ପପୁ ପମ ପମ, ଆକାଶ ଦାସନାୟକ, ଅପରାଜିତା ମହାନ୍ତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍‌ସ୍ ଆସୋସିଏନ୍ ତରଫରୁ ଆୟୋଜିତ ପୁରସ୍କାର ବିତରଣରେ ଏହି ଚଳଚ୍ଚିତ୍ରର ନାୟିକା ନିହାରିକାଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୁ କ‌ହିବୁ ନା ମୁଁ"୦୫:୦୮
2."ଦିନେ ଫୁଟୁଥିଲା ଫୁଲ"୦୫:୨୫
3."ଓଡ଼ିଶା ଟିଭିରେ ବ୍ରେକିଙ୍ଗ"୦୪:୨୬
4."ରୁହନା ଦୂରେ ଆଉ ସାଥିରେ"୦୫:୧୩
5."ତୁ ଗଲାପରେ ଧିରେ ଧିରେ"୦୪:୪୦

ଆଧାର[ସମ୍ପାଦନା]

  1. "ଏଥର ପୂଜାରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ 'ହିରୋ ନଂ-1'". Odisha Reporters. 28 July 2017. Retrieved 30 July 2017.
  2. ୨.୦ ୨.୧ "Tu Kahibu Na Mu". Odia Movie Database. Archived from the original on 2 August 2017. Retrieved 29 July 2017.
  3. "ଶ୍ରେଷ୍ଠ ନାୟକ ବାବୁଶାନ୍, ନାୟିକା ଏଲିନା, ନବାଗତ ନାୟକ ଜ୍ୟୋତି ଓ ନାୟିକା ନିହାରିକା ସମ୍ମାନିତ". ସମାଜ ଲାଇଭ୍. 17 May 2017. Archived from the original on 11 July 2017. Retrieved 30 July 2017.
  4. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
  5. "ଆକାଶ-ଅର୍ଚ୍ଚିତା ଯୋଡ଼ିର ହାଟ୍ରିକ୍‌ କେବେ?". ସମ୍ବାଦ. 2 November 2016. Archived from the original on 2 August 2017. Retrieved 30 July 2017.
  6. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.

ବାହାର ଆଧାର[ସମ୍ପାଦନା]