ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍ସାଜୋଲ
Trimethoprim (top) and sulfamethoxazole (bottom) | |
| Combination of | |
|---|---|
| Trimethoprim | Dihydrofolate reductase inhibitor |
| Sulfamethoxazole | Sulfonamide antibiotic |
| Clinical data | |
| Trade names | Bactrim, Cotrim, Septra, others |
| AHFS/Drugs.com | monograph |
| Pregnancy category | |
| Routes of administration | By mouth, intravenous[୧] |
| ATC code | |
| Legal status | |
| Legal status | |
| Identifiers | |
| CAS Number | |
| PubChem CID | |
| DrugBank | |
| ChemSpider | |
| ChEBI | |
| Chemical and physical data | |
| 3D model (JSmol) | |
| |
| (verify) | |
ଟ୍ରାଇମେଥୋପ୍ରିମ ସଲଫାମେଥୋକ୍ସାଜୋଲ (TMP/SMX), ଅନ୍ୟ ନାମ କୋ-ଟ୍ରାଇମୋକ୍ସାଜୋଲ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୧] ଏଥିରେ ଗୋଟିଏ ଭାଗ ଟ୍ରାଇମେଥୋପ୍ରିମ ଓ ୫ ଭାଗ ସଲଫାମେଥୋକ୍ସାଜୋଲ (୧:୫) ଥାଏ । [୨] ମୂତ୍ରନଳୀ ସଂକ୍ରମଣ, ଏମଆରଏସଏ ଚର୍ମ ସଂକ୍ରମଣ, ପର୍ଯ୍ୟଟକ ତରଳ ଝାଡ଼ା, ଶ୍ୱାସନଳୀ ସଂକ୍ରମଣ, ଓ ଆନ୍ତ୍ରିକ ଜ୍ୱର ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ । [୧][୨] ଏଚଆଇଭି/ଏଡ୍ସ୍ ଥିବା ଲୋକଙ୍କର ନିମୋସିସ୍ଟିକ ନିମୋନିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ଉଭୟ ନିମନ୍ତେ ଏହା ପ୍ରୟୋଗ କରାଯାଏ । ଏହା ପାଟିରେ ଦିଆଯାଏ ଓ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ଅଇ, ବାନ୍ତି, ରାସ, ଓ ତରଳ ଝାଡ଼ା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।ସାଙ୍ଘାତିକ ଆଲର୍ଜି ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା ବେଳେ ବେଳେ ହୁଏ । ଗର୍ଭାବସ୍ଥା ଶେଷ ଭାଗରେ ଏହା ନ ଦେବାକୁ ନିର୍ଦ୍ଦେଶ ଦିଆଯାଏ ।[୧] ଶିଶୁ ସୁସ୍ଥ ଥିଲେ [ସ୍ତନ୍ୟପାନ]] କରାଯାଇପାରେ । [୩] ଏହି ଔଷଧ ଯୋଗୁ ଜୀବାଣୁ ମୃତ୍ୟୁ ହୁଏ । ଏହା ଆଣ୍ଟିଫୋଲେଟ କାମ କରେ ।[୧]
ସନ ୧୯୭୪ରେ ପ୍ରଥମେ ଏହି ଔଷଧ ବିକ୍ରି ଆରମ୍ଭ ହେଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକାର ମୂଲ୍ୟ ଡୋଜ ପିଛା ୦.୪୦ ଡଲାର ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Co-trimoxazole". The American Society of Health-System Pharmacists. Retrieved Aug 1, 2015.
- ↑ ୨.୦ ୨.୧ ୨.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 105. ISBN 9781284057560.
- ↑ "Sulfamethoxazole / trimethoprim Pregnancy and Breastfeeding Warnings". Retrieved 31 August 2015.
- ↑ Oxford Handbook of Infectious Diseases and Microbiology. OUP Oxford. 2009. p. 56. ISBN 9780191039621.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.