Jump to content

ଟ୍ରାନ୍ସଭେନସ ପେସିଙ୍ଗ

ଉଇକିପିଡ଼ିଆ‌ରୁ
(Transvenous pacingରୁ ଲେଉଟି ଆସିଛି)
Transvenous pacing
ହସ୍ତକ୍ଷେପ
ଫାଇଲ:10 cs 9 A.jpg
Pacer wire setup

ଟ୍ରାନ୍ସଭେନସ ପେସିଙ୍ଗ ହେଉଛି ଏକ ମନ୍ଥର ହୃଦସ୍ପନ୍ଦନକୁ ସଂଶୋଧନ କରିବା ପାଇଁ ବ୍ୟବହୃତ ଏକ ପ୍ରଣାଳୀ ଯାହା ଫଳପ୍ରଦ ଲକ୍ଷଣଗୁଡିକ ସୃଷ୍ଟି କରେ । [] ଏହା ଏପରି କ୍ଷେତ୍ରରେ ବ୍ୟବହୃତ ହୋଇପାରେ ଯାହା ଆଟ୍ରୋପାଇନ୍ ପ୍ରତି ପ୍ରତିକ୍ରିୟା କରେ ନାହିଁ । [] ପ୍ରାୟ ଏଥିରେ ସମ୍ପୂର୍ଣ୍ଣ ହୃତ୍‌ପିଣ୍ଡ ବ୍ଲକ ଥାଏ । [] ଅନ୍ୟ ବିକଳ୍ପଗୁଡ଼ିକରେ ଏପିନେଫ୍ରିଇନ୍ କିମ୍ବା ଡୋପାମାଇନ୍ ଏବଂ ଟ୍ରାନ୍ସକ୍ୟୁଟାନିଅସ ପେସିଙ୍ଗ ଅନ୍ତର୍ଭୁକ୍ତ । []

ଏହି ପଦ୍ଧତିରେ ବ୍ୟକ୍ତିର ପିଠି ଉପରକୁ ଓ ମୁଣ୍ଡ ତଳକୁ ରଖି ଶେଜରେ ରଖାଯାଏ ।[] ଡାହାଣ ଇଣ୍ଟରନାଲ ଜୁଗୁଲାର ଶିରାରେ ଏକ ସିଥ ଇଣ୍ଟ୍ରୋଡ୍ୟୁସର ଭର୍ତ୍ତି କରାଯାଏ । [] ସ୍ଲିଭକୁ ଇଣ୍ଟ୍ରୋଡ୍ୟୁସର ହବ୍ ସହିତ ସଂଯୋଗ କରାଯାଏ । [] ଇଣ୍ଟ୍ରୋଡ୍ୟୁସର ମାଧ୍ୟମରେ ଡିଭାଇସ‌କୁ ପ୍ରାୟ ୨୦ ସେମି ଭିତରକୁ ଭର୍ତ୍ତି କରି ବେଲୁନ ଫୁଲେଇ ଦିଆଯାଏ । [] ଶକ୍ତି ଉତ୍ସକୁ ୮୦ ବିପିଏମ ଏବଂ ଆଉଟପୁଟ୍ ୨୦ ଏମଏରେ ସେଟ୍ କରାଯାଏ, ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହିତ । [] କ୍ୟାପଚର ମିଳିବା ପର୍ଯ୍ୟନ୍ତ ଭର୍ତ୍ତ କରାଯାଏ ଏବଂ ବେଲୁନ୍ ଡିଫ୍ଲେଟ୍ କରାଯାଏ । [] ଏହା ଡିଭାଇସ‌କୁ ଆବୃତ କରିବା ନିମନ୍ତେ ସ୍ଲିଭ ଏକ୍ସଟେଣ୍ଡ କରାଯାଏ ଓ ସୁରକ୍ଷିତ କରାଯାଏ । []

ଉଭୟ ବୈଦ୍ୟୁତିକ କ୍ୟାପଚର ଏବଂ ୮୦ ବିପି/ମିନିଟ ନାଡ଼ି ଯାଞ୍ଚ କରାଯାଏ । [] ସାଧାରଣତଃ ଏହି ଉପକରଣକୁ ୩୫ରୁ ୪୦ ସେମି ଗଭୀରତାରେ ରଖିବା ଆବଶ୍ୟକ । [] ପୁନର୍ବାର କ୍ୟାପଚର କରିବା ପାଇଁ ଆଉଟପୁଟ୍ ଦୁଇଗୁଣ ଅପେକ୍ଷା କ୍ୟାପଚର ନଷ୍ଟ ହେବା ପର୍ଯ୍ୟନ୍ତ ଏମଏ ଆଉଟପୁଟ୍ ହ୍ରାସ କରାଯାଏ । [] ସଠିକ ସ୍ଥାନ ନିରୁପଣ ଏବଂ କିଛି ଜଟିଳତାକୁ ଏଡ଼ାଇବା ପାଇଁ ଛାତି ଏକ୍ସ-ରେ କରାଯାଏ । [] ଜଟିଳତାରେ ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ନିମୋଥୋରାକ୍ସ ହୋଇପାରେ । []

  1. 1 2 3 4 5 "Temporary Transvenous Cardiac Pacing • LITFL • CCC". Life in the Fast Lane • LITFL. 30 January 2019. Archived from the original on 23 January 2021. Retrieved 19 March 2021.
  2. 1 2 3 4 "Identifying Complete Heart Block and the use of Temporary Cardiac Pacing in the Emergency Department". emDOCs.net - Emergency Medicine Education (in ଇଂରାଜୀ). 22 March 2016. Archived from the original on 26 January 2021. Retrieved 19 March 2021.
  3. 1 2 3 4 5 6 Roberts and Hedges' clinical procedures in emergency medicine and acute care (Seventh ed.). Philadelphia, PA: Elsevier Health Sciences. 2019. pp. 288–303. ISBN 9780323547949.
  4. "Transvenous Pacemaker". EM:RAP. Archived from the original on 28 October 2020. Retrieved 19 March 2021.