Jump to content

ସୁଶାନ୍ତ ଚାଟ୍ଟାର୍ଜୀ

ଉଇକିପିଡ଼ିଆ‌ରୁ
(Susanta Chatterjiରୁ ଲେଉଟି ଆସିଛି)


ସୁଶାନ୍ତ ଚାଟ୍ଟାର୍ଜୀ (ଜନ୍ମ ତାରିଖ ୨-୪-୧୯୩୭) ଓଡ଼ିଶା ତଥା କଲିକତା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

୧୯୬୧ ମସିହାରେ ସେ ହାଓଡ଼ା ଜିଲ୍ଲା ଅଦାଲତରେ ଏକ ଆଡଭୋକେଟ୍ ଭାବେ ଓକିଲାତି ପେଶା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କଲିକତା ଉଚ୍ଚ ନ୍ୟାୟାଳୟରେ ଦେୱାନୀ ଏବଂ ସଂବିଧାନ ମାମଲାରେ ଆଇନ ବ୍ୟବସାୟ କରିଥିଲେ । ୧୯୮୬ ମସିହାରେ ୧୭ ଜାନୁଆରୀରେ ସେ କଲିକାତା ଉଚ୍ଚ ଅଦାଲତର ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[] ୧୯୯୪ ମସିହାରେ ୨୨ ଡିସେମ୍ବରରୁ ୧୯୯୯ ମସିହାରେ ୧ ଏପ୍ରିଲ୍ ପର୍ଯ୍ୟନ୍ତ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।[] ଜୁଲାଇ ୨୧, ୧୯୯୩ରେ କଲିକତା ପୋଲିସଦ୍ୱାରା କଂଗ୍ରେସକର୍ମୀଙ୍କ ଉପରେ ହୋଇଥିବା କଥିତ ଗୁଳିକାଣ୍ଡର ସେ ତଦନ୍ତ କମିଶନ ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ।[]

୨୫ ଜୁଲାଇ ୨୦୨୪ରେ ୮୭ ବର୍ଷ ବୟସରେ ହାଓଡ଼ାସ୍ଥିତ ବାସଭବନରେ ସେ ମୃତ୍ୟୁବରଣ କରିଥିଲେ ।[][]

  1. ୧.୦ ୧.୧ "Hon'ble Justice Susanta Chatterjee,". calcuttahighcourt.gov.in/. Retrieved 16 January 2025.
  2. ୨.୦ ୨.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-16.
  3. "The Telegraph - Calcutta (Kolkata) | Metro | What happened on July 21, 1993". web.archive.org. 2009-07-26. Archived from the original on 2009-07-26. Retrieved 2025-01-16.{{cite web}}: CS1 maint: bot: original URL status unknown (link)
  4. "Justice Chatterji, HC ex-judge who headed July 21 panel, dies". The Times of India. 2024-07-26. ISSN 0971-8257. Retrieved 2025-01-16.
  5. MPost (2024-07-26). "Mamata condoles death of former Cal HC judge Susanta Chatterji". www.millenniumpost.in (in ଇଂରାଜୀ). Retrieved 2025-01-16.