ସୁନୀଲ ପାଲ୍

ଉଇକିପିଡ଼ିଆ‌ରୁ
(Sunil Palରୁ ଲେଉଟି ଆସିଛି)
ସୁନୀଲ ପାଲ୍
Sunil Pal in 2016
୨୦୧୬ରେ ସୁନୀଲ ପାଲ୍
ଜନ୍ମ (1975-05-02) ୨ ମଇ ୧୯୭୫ (ବୟସ ୪୮)
ହିଙ୍ଗନଘାଟ, ମହାରାଷ୍ଟ୍ର, ଭାରତ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ହାସ୍ୟ ଅଭିନେତା, ଅଭିନେତା, ସ୍ୱର କଳାକାର
ପ୍ରସିଦ୍ଧିମଞ୍ଚ ଅଭିନେତା (ହାସ୍ୟ କଳାକାର)
ୱେବସାଇଟsunilpal.in

ସୁନୀଲ ପାଲ୍ ଜଣେ ଭାରତୀୟ ହାସ୍ୟ ଅଭିନେତା,[୧] ଅଭିନେତା ଏବଂ ସ୍ୱର କଳାକାର । ସେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜର ବିଜେତା ଥିଲେ । ସେ କିଛି ହିନ୍ଦୀ କଥାଚିତ୍ରରେ ହାସ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି ।[୨]

୨୦୧୦ ମସିହାରେ ସେ ଏକ ହାସ୍ୟାତ୍ମକ କଥାଚିତ୍ର, ଭାବନାଓ କୋ ସମଝୋ ନିର୍ମାଣ କରିଥିଲେ, ଯେଉଁଥିରେ ସିରାଜ ଖାନ୍, ଜନି ଲିବର୍, ରାଜୁ ଶ୍ରୀବାସ୍ତବ, କପିଲ ଶର୍ମା, ନବୀନ ପ୍ରଭାକର, ଏହଶାନ କୁରେଶି, ସୁଦେଶ ଲେହରି ଭଳି ୫୧ ଜଣ ହାସ୍ୟ ଅଭିନେତା କାମ କରିଥିଲେ ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୁନୀଲ ପାଲ୍ ୧୯୭୫ ମସିହାର ମଇ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭାରତୀୟ ରେଳ ବିଭାଗରେ କାର୍ଯ୍ୟ କରୁଥିଲେ । ୧୯୯୫ ମସିହାରେ ତାଙ୍କ ବାପାଙ୍କର ମୁମ୍ବାଇ ବଦଳି ହେବା ପରେ ସେ ମୁମ୍ବାଇ ଆସିଥିଲେ । ପାଠ ପଢ଼ିବା ସମୟରେ ସେ ତାଙ୍କ ଅଧ୍ୟାପକ ଓ ଜଣାଶୁଣା ଅଭିନେତାମାନଙ୍କର ନକଲ କରୁଥିଲେ । କଲେଜ ପାଠପଢ଼ା ସରିବା ପରେ ଅଭିନୟ ପାଇଁ କାମ ଖୋଜିବା ଆରମ୍ଭ କରିଥିଲେ ।[୪]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୪ ହମ୍ ତୁମ୍
୨୦୦୬ ଫିର୍ ହେରା ଫେରି ମୁନ୍ନା ଭାଇର ସାଇଡ୍‌କିକ୍
ଅପନ୍ ସପ୍‌ନା ମନି ମନି
୨୦୦୭ ବମ୍ବେ ଟୁ ଗୋଆ ଲାଲ ସିଂହ
୨୦୦୮ କ୍ରେଜି ଫୋର୍ ଟ୍ୟାକ୍ସି ଯାଦବ
୨୦୧୦ ଭାବନାଓ କୋ ସମଝୋ ସୁନ୍ଦରଲାଲ ଯାଦବ ନିର୍ଦ୍ଦେଶକ[୫]
୨୦୧୪ କିକ୍
ମନି ବ୍ୟାକ୍ ଗ୍ୟାରେଣ୍ଟି ନିର୍ଦ୍ଦେଶକ
୨୦୧୫ ସସୁ ଚା ସ୍ୱୟମ୍ବର ବାଜି ମରାଠୀ କଥାଚିତ୍ର
ମେଁ ହୁଁ ରଜନୀକାନ୍ତ ଅରବିନ୍ଦ ମୁଖାର୍ଜୀ
ଡାର୍ଟି ପଲିଟିକ୍ସ ନାଥୁ ଲାଲ
୨୦୧୮ ତେରି ଭାବି ହୈ ପଗଲେ

ଦୂରଦର୍ଶନ[ସମ୍ପାଦନା]

ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୦୫ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ - ୧ ପ୍ରତିଯୋଗୀ (ବିଜେତା)
୨୦୦୬ ଦି ଗ୍ରେଟ୍ ଇଣ୍ଡିଆନ୍ କମେଡ଼ି ଶୋ ଉପସ୍ଥାପକ[୬]
୨୦୦୮ କମେଡ଼ି ଚମ୍ପିଆନ୍‌ସ୍ ପ୍ରତିଯୋଗୀ
୨୦୧୦ କମେଡ଼େଇ ସର୍କସ୍ କେ ସୁପର୍‌ଷ୍ଟାର୍‌ସ୍ ପ୍ରତିଯୋଗୀ ପ୍ରିୟା ମାରାଥେଙ୍କ ସହିତ

ରେଡିଓ[ସମ୍ପାଦନା]

ବର୍ଷ କାର୍ଯ୍ୟକ୍ରମ ଭୂମିକା
୨୦୦୭ ଧମାଲ ଉଇଥ୍ ସୁନୀଲ ପାଲ୍ ଉପସ୍ଥାପକ[୭]

References[ସମ୍ପାଦନା]

  1. "Bharti Singh की Drugs Case में गिरफ्तारी पर बोले Comedian Sunil Pal और Raju Srivastava". Zee News Hindi. 2020-11-21. Retrieved 2021-01-30.
  2. "Sunil Pal gets candid about his upcoming film 'Lockdown To Unlock' | Hindi Movie News - Bollywood - Times of India". timesofindia.indiatimes.com (in ଇଂରାଜୀ). Retrieved 2021-01-30.
  3. Team, Tellychakkar. "Before Kis Kisko Pyaar Karoon and Bhavnao Ko Samjho, Kapil made his acting debut 13 years back with THIS movie, READ MORE". Tellychakkar.com (in ଇଂରାଜୀ). Retrieved 2021-01-30.
  4. "Comedian Sunil Pal trapped by calling doctors as demons and impostors, FIR lodged - Oneindia". hindi.oneindia.com (in ହିନ୍ଦୀ). Retrieved 2021-05-06.
  5. "Will they end up like a joke?". 17 January 2010.
  6. "Comedy, once a fringe player, is now a prime-time staple on TV". India Today.
  7. "The Tribune, Chandigarh, India - The Tribune Lifestyle". www.tribuneindia.com.

ବାହାର ଲିଙ୍କ୍[ସମ୍ପାଦନା]