ସୁଧୀର କୁମାର ସାମଲ

ଉଇକିପିଡ଼ିଆ‌ରୁ
(Sudhir Kumar Samalରୁ ଲେଉଟି ଆସିଛି)
ସୁଧୀର କୁମାର ସାମଲ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀସରୋଜ କୁମାର ସାମଲ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀକୃଷ୍ଣ ଚନ୍ଦ୍ର ପାତ୍ର
ପର ଅଧିକାରୀନବୀନ ନନ୍ଦ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-01-01) ୧ ଜାନୁଆରୀ ୧୯୬୪ (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅବନ୍ତୀ ସାମଲ
ବାପା/ବୋଉଅଧିକାରୀ ସାମଲ (ବାପା)
ବୃତ୍ତିରାଜନୀତିଜ୍ଞ

ସୁଧୀର କୁମାର ସାମଲ (ଜନ୍ମ: ୧ ଜାନୁଆରୀ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସୁଧୀର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁଧୀର ୧୯୬୪ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅଧିକାରୀ ସାମଲ ଓ ପତ୍ନୀଙ୍କ ନାମ ଅବନ୍ତୀ ସାମଲ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସୁଧୀର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୩]

ଆଧାର[ସମ୍ପାଦନା]

  1. "Shri Sudhir Kumar Samal". odishaassembly.nic.in. Odisha Assembly. Retrieved 1 August 2020.
  2. Bisoyi, Sujit Kumar (30 April 2017). "Former Congress MLA Sudhir Samal joins BJD". The Times of India. Retrieved 2 August 2020.
  3. "Dhenkanal Assembly Election Results 2019 Live: Dhenkanal Constituency (Seat) Election Results, Live News". News18. June 2019. Retrieved 1 August 2020.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Sudhir Kumar Samal-ସମ୍ପର୍କିତ ମିଡ଼ିଆ