ସୁଦାମା

ଉଇକିପିଡ଼ିଆ‌ରୁ
(Sudamaରୁ ଲେଉଟି ଆସିଛି)
Jump to navigation Jump to search
ଭାଗବତରେ ବର୍ଣ୍ଣିତ କଥାର ଚିତ୍ର ; ଭଗବାନ ଶ୍ରୀକୃଷ୍ଣ ଭକ୍ତ ସୁଦାମାଙ୍କୁ ସ୍ୱାଗତ କରୁଛନ୍ତି

ଭାଗବତ ଗୀତାରେ ବର୍ଣିତ କଥାରେ ଅଛି ସୁଦାମା (ସସ୍କୃତ ରେ सुदामा, ଦକ୍ଷିଣ ଭାରତରେ କୁଚେଲା) ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ବନ୍ଧୁ ଥିଲେ। ସେ ଦୁହେଁ ଋଷି ସନ୍ଦିପନିଙ୍କ ଆଶ୍ରମରେ ଶିକ୍ଷା ଗ୍ରହଣ ସମୟରେ ପରସ୍ପର ପରିଚିତ ହୋଇଥିଲେ। ସେ ଜଣେ ଦରିଦ୍ର ବ୍ରାହ୍ମଣ ଭକ୍ତ ଥିଲେ। ତାଙ୍କର ଭଗବାନ କୃଷ୍ଣଙ୍କୁ ଭେଟିବାକୁ ଦ୍ୱାରିକା ଯାଇଥିବା ବିଷୟ ଭାଗବତ ଗୀତାରେ ବିସ୍ତ୍ରୁତ ବର୍ଣ୍ଣନା ରହିଛି। [୧]

ସୁଦାମାଙ୍କ କାହାଣୀ [ସମ୍ପାଦନା]

ସୁଦାମା ତାଙ୍କ ବାଲ୍ୟବନ୍ଧୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଫୁଲହାର ଦଉଥିବାର ପଟ୍ଟଚିତ୍ର , ୧୬ ଶ ଶତାବ୍ଦୀର ଭଗବତ ପୁରାଣର ପାଣ୍ଡୁଲିପି ରୁ 

ସୁଦାମା ଜଣେ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଥିଲେ ମାତୁକ ଓ ମାଆ ରୋକାନା ଦେବୀ । ଶ୍ରୀକୃଷ୍ଣ ରାଜପରିବାରର ପୁତ୍ର ହେଇଥିଲେ ମଧ୍ୟ ଦରିଦ୍ର ସୁଦାମାଙ୍କ ସହ ତାଙ୍କର ବାଲ୍ୟ କାଳରେ ବନ୍ଧୁତା ହେଇଥିଲା । ସମୟ କ୍ରମେ ଶ୍ରୀକୃଷ୍ଣ ଦ୍ୱରକାର ରାଜାଧିରାଜ ହେଲେ ଓ ସୁଦାମା ତାଙ୍କର ସେଇ ଛୋଟ ଗାଁରେ ସାଧାରଣ ଭାବେ ରହିଗଲେ ।[୨] ତାଙ୍କ ମଧ୍ୟରେ ଦୀର୍ଘ ଦିନ ଆଉ କୌଣସି ଯୋଗାଯୋଗ ରହିଲା ନାହିଁ । 

ଏଣେ ସୁଦାମା ଦରିଦ୍ରରୁ ଦରିଦ୍ରତର ହେଇ ଯିବାରୁ ପରିବାର ପୋଷଣ ମଧ୍ୟ ଦୁରୂହ ହେଇଗଲା । ତାଙ୍କ ପତ୍ନୀ ସୁଶୀଲା ତାଙ୍କୁ ସେ ଶ୍ରୀକୃଷ୍ଣଙ୍କ ବନ୍ଧୁ ହେଇଥିବା କଥା ସ୍ମରଣ କରାଇ ତାଙ୍କୁ ଭେଟିବାକୁ ଯିବାକୁ କହିଲେ ।  ଆତ୍ମସମ୍ମାନୀ ସୁଦାମା କାହାରି ସାହାଯ୍ୟ ମାଗିବାକୁ ଅନିଚ୍ଛୁକ ଥିଲେ ମଧ୍ୟ ପତ୍ନୀଙ୍କ କଥାରେ ବାଧ୍ୟ ହେଇ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ବାହାରିଲେ । ଖାଲି ହାତରେ ବନ୍ଧୁ ଘରକୁ ନ ଯିବାର ପରମ୍ପରା ହେତୁ ପତ୍ନୀ ସୁଶିଳା ଶ୍ରୀକୃଷ୍ଣଙ୍କ ପାଇଁ କିଛି ଖୁଦ ଚାଉଳ ଭଜା ଦେଲେ ଶ୍ରୀକୃଷ୍ଣଙ୍କୁ ଦେବାକୁ । 

ସେ ରାଜମହଲରେ ପହଞ୍ଚିଲା ବେଳେ ଶ୍ରୀକୃଷ୍ଣ ତାଙ୍କୁ ଖୁବ ଆଦର ଓ ସମ୍ମାନର ସହ ଡାକିନେଇ ତାଙ୍କର ପାଦ ମଧ୍ୟ ଧୋଇ ଦେଲେ । ସୁଦାମା ଏତେ ବଡ଼ ରାଜାଙ୍କୁ ନିଜେ ଆଣିଥିବା ଖୁଦ ଦେବାକୁ କୁଣ୍ଠିତ ହେଉଥିଲେ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଜାଣି ପାରି ତାଙ୍କର ଚଦର କାନିରେ ବନ୍ଧା ଖୁଦ ଆଣି ପରମ ଆନନ୍ଦରେ ଖାଇଲେ । ତାହା ପରେ ଶ୍ରୀକୃଷ୍ଣଙ୍କ ପରମ ଆତିଥ୍ୟ ଲାଭ କଲା ପରେ ପର ଦିନ ସୁଦାମା ବିଦାୟ ନେଇ ଆସିଲେ । ସେ ତାଙ୍କ ଅବସ୍ଥା ବିଷୟରେ କିଛି କହିଲେନି କି କିଛି ମାଗିଲେନି । ଭଗବାନ ଶ୍ରୀକୃଷ୍ଣ କିନ୍ତୁ ସବୁ ଜାଣି ପାରିଲେ ଓ ତାଙ୍କ ପତ୍ନୀ ରୁକ୍ମିଣୀ ( ମହାଲକ୍ଷ୍ମୀଙ୍କ ଅବତାର )ଙ୍କୁ କହି ସୁଦାମାଙ୍କ କୁଡିଆ ଥିବା ଜାଗାରେ ଧନଧାନ୍ୟ ପୂର୍ଣ୍ଣ ମହଲ ତିଆରି କରେଇ ଦେଲେ ସଙ୍ଗେ ସଙ୍ଗେ । ଏତେ ସମ୍ପତ୍ତି ପାଇ ମଧ୍ୟ ସୁଦାମା ସରଳ ଜୀବନ ବିତେଇଲେ । 

ଭାଗବତରେ ବର୍ଣିତ ହେଇଥିବା ସୁଦାମା ଉପାଖ୍ୟାନ କିନ୍ତୁ ମହାଭାରତ ବା ବିଷ୍ଣୁ ପୁରାଣରେ ଉଲ୍ଲିଖିତ ନାହିଁ  । 

ଗଳ୍ପରୁ ସମାଜକୁ ଶିକ୍ଷା[ସମ୍ପାଦନା]

୧୭୭୫-୯୦ର ଏକ ଅଙ୍କିତ ଚିତ୍ର  ରେ ସୁଦାମା ଦ୍ୱାରକାର ଶ୍ରୀକୃଷ୍ଣଙ୍କ ରାଜମହଳ ଦର୍ଶନ କରି ପ୍ରଣିପାତ କରୁଥିବାର ଦୃଶ୍ୟ 
୧୭୭୫-୯୦ରେ ଅଙ୍କିତ ଚିତ୍ରାନୁସାରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଭେଟି ସାରି ଫେରିଲା ବେଳେ ନିଜ କୁଟୀର ସ୍ଥାନରେ ଶ୍ରୀକୃଷ୍ଣ ଦେଇଥିବା ଏକ ସ୍ୱର୍ଣ୍ଣ ମହଲ ଥିବାର ଦେଖିଲେ 

କାହାଣୀର ସାର କଥା ହେଲା ଭଗବାନଙ୍କ ପାଖରେ ଧନୀ, ଦରିଦ୍ର , ସାନ , ବଡ଼ର ଭେଦ ଭାବ ନ ଥାଏ । ସେ ନୈଷ୍ଠିକତାକୁ ନିଶ୍ଚୟ ପୁରସ୍କୃତ କରନ୍ତି । ଆହୁରି ମଧ୍ୟ ଏହି କାହାଣୀ ଆମକୁ ଶିଖାଏ ଯେ ଆମେ ବିନା ପ୍ରତିଦାନ ଆଶାରେ ଭଲ କାର୍ଯ୍ୟ କରିଯିବା ଉଚିତ । 

କୃଷ୍ଣ -ସୁଦାମା ମଧ୍ୟରେ ବନ୍ଧୁତା ଏକ ନିଦର୍ଶନ , ପ୍ରକୃତ ପାର୍ଥିବ ବନ୍ଧନହୀନ ଏକ ବନ୍ଧୁତାର ଯାହା କି ବିରଳ ଓ ଦୃଷ୍ଟାନ୍ତମୂଳକ ।  

ଅଧିଗୃହିତ ବିଷୟବସ୍ତୁ [ସମ୍ପାଦନା]

  • Kadha Parayumbol (2007)
  • Kuselan (2008)
  • Billu (2009)
  • Vipul Ahir (2010)
  • Dwarkadheesh (2011)

ଆଧାର [ସମ୍ପାଦନା]