ସବଡୁରାଲ ହେମାଟୋମା

ଉଇକିପିଡ଼ିଆ‌ରୁ
(Subdural hematomaରୁ ଲେଉଟି ଆସିଛି)
Subdural hematoma
Subdural haematoma, subdural haemorrhage
Subdural hematoma as marked by the arrow with significant midline shift
ବିଭାଗNeurosurgery
ଲକ୍ଷଣHeadache, confusion, personality change, loss of consciousness[୧]
କାରଣTrauma, blood thinners, aneurysms, brain tumors, following lumbar puncture, spontaneous[୨]
ବିପଦ କାରକAlcoholism[୧]
ରୋଗ ନିର୍ଣ୍ଣୟ ପଦ୍ଧତିCT scan[୩]
ସଠିକ ରୋଗ ନିର୍ଣ୍ଣୟHydrocephalus ex vacuo, subdural abscess[୪]
ଚିକିତ୍ସାSurgery, observation[୧]

ସବଡ଼ୁରାଲ ହେମାଟୋମା (subdural hematoma/ SDH ) ରୋଗରେ ମସ୍ତିଷ୍କ‌କୁ ଘେରି ରହିଥିବା ଡୁରା ମାଟର ଓ ଆରକନଏଡ ମାଟର ମଧ୍ୟବର୍ତ୍ତୀ ସ୍ଥାନରେ ରକ୍ତ ସଂଗ୍ରୁହିତ ହୋଇ ଜମିଯାଏ । [୪] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ, ବ୍ୟକ୍ତିତ୍ୱର ପରିବର୍ତ୍ତନ ଏବଂ ଚେତନାହାନୀ ହୋଇପାରେ | [୧] ରୋଗ ଜଟିଳ ହେଲେ ମସ୍ତିଷ୍କ ହାର୍ନିଆ ଓ ବାତ ହୋଇପାରେ । [୪]

ଏହା ସାଧାରଣତଃ ମସ୍ତିଷ୍କ ଆଘାତ ଯୋଗୁ ସବଡ଼ୁରାଲ ପଥ ଦେଇ ଯାଉଥିବା ଶିରା ଛିଣ୍ଡିଗଲେ ସବଡ଼ୁରାଲ ହେମାଟୋମା ସୃଷ୍ଟି ହୋଇଥାଏ | [୪] ପିଲାମାନଙ୍କର ଦୁର୍ଘଟଣା ଯୋଗୁ ବା ଇଚ୍ଛାକୃତ ହୋଇପାରେ । [୪] ଏଥିରେ କୌଣସି ଆଘାତ ସମ୍ବନ୍ଧୀୟ କାରଣ, ରକ୍ତ ପତଳାକାରୀ, ଆନିୟୁରିଜମ, ମସ୍ତିଷ୍କ ଅର୍ବୁଦ, ଲମ୍ବର ପଙ୍କଚର ଏବଂ ସ୍ୱତଃପ୍ରବୃତ୍ତ ଅନ୍ତର୍ଭୁକ୍ତ ହୁଏ ନାହିଁ | [୨] ମଦ୍ୟପାନ ଏକ ବିପଦ କାରକ ଅଟେ | [୧] ସାଧାରଣତଃ ସିଟି ସ୍କାନ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | [୫]

ରକ୍ତସ୍ରାବ ହଠାତ୍ ଆରମ୍ଭ ହୋଇ ଆକାରରେ ବଡ଼ ଧରଣର ହେଲେ ଅସ୍ତ୍ରୋପଚାର କରାଯାଏ | [୨] ଅସ୍ତ୍ରୋପଚାରରେ ଏକ କ୍ରାନିଓଟୋମି କିମ୍ବା ବର ହୋଲ କରାଯାଏ । [୧] ଛୋଟ ସବଡ଼ୁରାଲଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇପାରେ | [୧]

ସାଂଘାତିକ ମୁଣ୍ଡ ଆଘାତ ରୋଗୀଙ୍କ ମଧ୍ୟରୁ ୫ରୁ ୨୫% ଲୋକଙ୍କ ମୁଣ୍ଡରେ ସବଡ଼ୁରାଲ ହେମାଟୋମା ହୋଇଥାଏ | [୬] ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣ କ୍ରନିକ୍ ସବଡ଼ୁରାଲ ପ୍ରଭାବିତ ହୋଇଥାଆନ୍ତି | [୭] ସାଧାରଣତଃ ଯୁବକ ଏବଂ ବୃଦ୍ଧମାନଙ୍କଠାରେ ଏହି ଅବସ୍ଥା ଅଧିକ ଦେଖାଯାଏ | [୪] ଆକ୍ୟୁଟ ସବଡ଼ୁରାଲ୍ ହେମାଟୋମା ଫଳରେ ୫୦ରୁ ୯୦% କ୍ଷେତ୍ରରେ ମୃତ୍ୟୁ ହୋଇପାରେ | [୨] ସବଆକ୍ୟୁଟ୍ ଏବଂ କ୍ରୋନିକ୍ ସବଡ଼ୁରାଲ୍ ଗୁଡିକରେ ଫଳାଫଳ ଭଲ ହୁଏ | [୧]  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Subdural haematoma". nhs.uk (in ଇଂରାଜୀ). 23 October 2017. Retrieved 16 October 2020.
  2. ୨.୦ ୨.୧ ୨.୨ ୨.୩ Vega, RA; Valadka, AB (April 2017). "Natural History of Acute Subdural Hematoma". Neurosurgery clinics of North America. 28 (2): 247–255. doi:10.1016/j.nec.2016.11.007. PMID 28325459.
  3. "Subdural haematoma - Diagnosis". nhs.uk (in ଇଂରାଜୀ). 23 October 2017. Retrieved 16 October 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Pierre, L; Kondamudi, NP (January 2020). "Subdural Hematoma". PMID 30422565. {{cite journal}}: Cite journal requires |journal= (help)
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; NHS2020Diag ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. "Subdural Hematoma: Background, Pathophysiology, Etiology". Emedicine. 10 June 2020. Retrieved 16 October 2020.
  7. Yadav, YR; Parihar, V; Namdev, H; Bajaj, J (October 2016). "Chronic subdural hematoma". Asian journal of neurosurgery. 11 (4): 330–342. doi:10.4103/1793-5482.145102. PMID 27695533.{{cite journal}}: CS1 maint: unflagged free DOI (link)