Jump to content

ଶ୍ରୀଦେବୀ ବିଜୟକୁମାର

ଉଇକିପିଡ଼ିଆ‌ରୁ
(Sridevi Vijaykumarରୁ ଲେଉଟି ଆସିଛି)
ଶ୍ରୀଦେବୀ ବିଜୟକୁମାର
୨୦୧୩ ମସିହାରେ ଶ୍ରୀଦେବୀ ବିଜୟକୁମାର
ଜନ୍ମ
ଶ୍ରୀଦେବୀ ବିଜୟକୁମାର

ପେଷାs
  • ଅଭିନେତ୍ରୀ
  • ଟେଲିଭିଜନ ବ୍ୟକ୍ତିତ୍ୱ
ଜୀବନସାଥୀ
ରାହୁଲ
​
(m. ୨୦୦୯)​
Childrenରୁପିକା (ଜନ୍ମ: ୨୦୧୬)
Parents
ସମ୍ପର୍କୀୟ

ଶ୍ରୀଦେବୀ ବିଜୟକୁମାର ଜଣେ ଭାରତୀୟ ଅଭିନେତ୍ରୀ ଏବଂ ଟେଲିଭିଜନ ବ୍ୟକ୍ତିତ୍ୱ ଯିଏକି ମୁଖ୍ୟତଃ ତାମିଲ, ତେଲୁଗୁ ଓ କନ୍ନଡ଼ କଥାଚିତ୍ରରେ କାମ କରନ୍ତି ।[୧][୨]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶ୍ରୀଦେବୀ ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତା ବିଜୟକୁମାର ଏବଂ ଅଭିନେତ୍ରୀ ମଞ୍ଜୁଳାଙ୍କ କନିଷ୍ଠ କନ୍ୟା ଭାବରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀଦେବୀଙ୍କ ଦୁଇ ବଡ଼ ଭଉଣୀ ବନିତା ଓ ପ୍ରୀତା, ଦୁଇ ସାବତ ଭଉଣୀ କବିତା ଓ ଅନିତା ଏବଂ ବଡ଼ ସାବତ ଭାଇ ଅରୁଣ ବିଜୟ ଅଛନ୍ତି ।[୩]

ଅଭିନୟ ଜୀବନ

[ସମ୍ପାଦନା]

ସେ ଏକ ତାମିଲ କଥାଚିତ୍ର ରିକ୍ସା ମାମାରେ ଶିଶୁ କଳାକାର ଭାବରେ ପ୍ରଥମେ ଅଭିନୟ କରିବା ଆରମ୍ଭ କରିଥିଲେ । ରିଚାର୍ଡ଼ ଋଷିଙ୍କ ବିପକ୍ଷରେ କାଥିରଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଚଳଚ୍ଚିତ୍ର କାଧାଲ ଭାଇରସ୍‌ରେ ନାୟିକା ଭାବରେ ଶ୍ରୀଦେବୀ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ତେଲୁଗୁ ଇଣ୍ଡଷ୍ଟ୍ରିକୁ ଆସି ଲୋକପ୍ରିୟ ହୋଇଥିଲେ । ମାଧବନ, ଜ୍ୟୋତିକା, ବିନୀତ, ଲିଭିଙ୍ଗଷ୍ଟନ ଓ ମନିଭାନନଙ୍କ ସହ ଅଭିନୀତ ଏଭିଏମର ପ୍ରିୟମାନା ଥୋଜିରେ ଅଭିନୟ କରି ସେ ସମାଲୋଚକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ ଏବଂ ବିକ୍ରମନ ନିର୍ଦ୍ଦେଶନା ଦେଇଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଭାଷାମନ୍ତବ୍ୟ
୧୯୯୨ରିକ୍ସା ମାମାଭୁବନାତାମିଲଶିଶୁ କଳାକାର
ଆମ୍ମା ବନ୍ତଚୁବିମଳା
ଡେଭିଡ୍ ଅଙ୍କଲ୍ଦେବୀ
ଦୈବ କୁଜାନ୍ତାଇଶ୍ରୀଦେବୀ ତିଗରାଜନ
ସୁଗମନ ସୁମାଇଗାଲବାବୁ
ଆବରାମ୍ପୂ
୧୯୯୭ରୁକ୍ମଣୀସୀତାତେଲଗୁ
୨୦୦୨ଈଶ୍ୱରଇନ୍ଦିରା
କାଧାଲ ଭାଇରସ୍‌ଗୀତାତାମିଲ
୨୦୦୩ପ୍ରିୟାମନ ତୋଜିଜୁଲିଫିଲ୍ମଫେୟାର୍ ପୁରସ୍କାର — ତାମିଲ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ମନୋନୀତ
ତିଥିକୁଡ଼େରେଣୁ
ନିନ୍ନେ ଇସ୍ତାପାଡ୍ଡାନୁଗୀତାଞ୍ଜଳିତେଲଗୁଫିଲ୍ମଫେୟାର୍ ପୁରସ୍କାର — ତେଲୁଗୁ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ମନୋନୀତ
୨୦୦୪କାଞ୍ଚନା ଗଙ୍ଗାଉର୍ମିଳାକନ୍ନଡ଼
୨୦୧୬ଲକ୍ଷ୍ମଣସୁମନ
୨୦୨୪ସୁନ୍ଦରକାଣ୍ଡତେଲଗୁ[୪]

ଟେଲିଭିଜନ

[ସମ୍ପାଦନା]
ବର୍ଷକାର୍ଯ୍ୟକ୍ରମଭୂମିକାଭାଷାମନ୍ତବ୍ୟ
୨୦୨୧-୨୦୨୨କମେଡ଼ି ଷ୍ଟାର୍‌ସ୍ଜଜ୍ତେଲୁଗୁଷ୍ଟାର୍ ମାଆ
2023ଆଦିବରମ୍ ମାଆ ପରିବାରମ୍
ଗୁଣ୍ଡେ ଜାରି ଗଲ୍ଲୟାତିନ୍ଦେଇ ଟିଭି
ଡ୍ରାମା ଜୁନିଅର୍ ୪ଜୀ ଟିଭି
ଷ୍ଟାର୍ଟ ମ୍ୟୁଜିକ୍ପ୍ରତିଯୋଗୀତାମିଲଷ୍ଟାର୍ ବିଜୟ
୨୦୨୪ଜୋଡ଼ି ଆର୍ ୟୁ ରେଡିଜଜ୍
  1. ↑ Frederick, Prince (6 October 2003). "Screen vs. studies". The Hindu. Archived from the original on 21 October 2003. Retrieved 18 February 2010.{{cite web}}: CS1 maint: unfit URL (link)
  2. ↑ Jeshi, K (25 October 2004). "Star daughter shines". The Hindu. Archived from the original on 11 April 2005. Retrieved 18 February 2010.{{cite web}}: CS1 maint: unfit URL (link)
  3. ↑ Dorairaj, S (8 February 2006). "Actor Vijayakumar returns to AIADMK". The Hindu. Archived from the original on 22 January 2008. Retrieved 18 February 2010.{{cite web}}: CS1 maint: unfit URL (link)
  4. ↑ "Nara Rohit-starrer Sundarakanda's teaser to be unveiled on this date". Cinema Express.

ବାହାର ଲିଙ୍କ୍

[ସମ୍ପାଦନା]