Jump to content

ଜଗନ୍ନାଥ ମନ୍ଦିର, ବେଙ୍ଗାଳୁରୁ

ଉଇକିପିଡ଼ିଆ‌ରୁ
(Sjttbangaloreରୁ ଲେଉଟି ଆସିଛି)


ଜଗନ୍ନାଥ ମନ୍ଦିର, ବେଙ୍ଗାଳୁରୁ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନବେଙ୍ଗାଳୁରୁ
Stateକର୍ଣ୍ଣାଟକ
Countryଭାରତ
Website
sjttbangalore.org

ଏହି ଜଗନ୍ନାଥ ମନ୍ଦିର କର୍ଣ୍ଣାଟକ ରାଜ୍ୟର ବେଙ୍ଗାଳୁରୁ ନଗରର ଆଗରାଠାରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରାସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।

ଅବସ୍ଥାନ

[ସମ୍ପାଦନା]

ଏହା ବେଙ୍ଗାଳୁରୁ ନଗର ଉପକଣ୍ଠରେ ଥିବା ଆଉଟର ରିଙ୍ଗ ରୋଡ଼ରେ 'ଆଗରା'ଠାରେ ୧୨° ୫୫' ୨୬.୫୮" ଉତ୍ତର ଅକ୍ଷାଂଶ ଓ ୭୭° ୩୮' ୫୮.୪୨" ପୂର୍ବ ଦ୍ରାଘିମାରେ ଅବସ୍ଥିତ ।

ମନ୍ଦିର ପ୍ରବେଶ ଦୁଆର

ପ୍ରମୁଖ ଦେବତା

[ସମ୍ପାଦନା]

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ପାର୍ବଣ

[ସମ୍ପାଦନା]

ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।

  • ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୩୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।[]
  • ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ୨୦୦୬ ମସିହାଠାରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।[]
ରଥର ସାରଥୀ

ଗ୍ୟାଲେରି

[ସମ୍ପାଦନା]
ରଥ ଓ ମନ୍ଦିର
ରଥ
ରଥର ବାହକ କଳା ଓ ଧଳା ଘୋଡ଼ା
ରଥ ଟଣା
ରଥ ଟଣା ୨୦୧୫
ରଥ ଓ ଜଗନ୍ନାଥ ମନ୍ଦିର
୨୦୧୫ ରଥଟଣାରେ ଶହ ଶହ ଜନତା, ଜଗନ୍ନାଥ ମନ୍ଦିର ଓ ହନୁମାନ ମନ୍ଦିର
  1. "Snana Purnima celebrated by Oriya Association". Archived from the original on 2011-02-08. Retrieved 2011-07-04.
  2. Ratha Yatra at Bangalore 2006, 07, 08, 09[permanent dead link]

ବାହାର ଆଧାର

[ସମ୍ପାଦନା]