Jump to content

ସିଦ୍ଧାନ୍ତ ମହାପାତ୍ର

ଉଇକିପିଡ଼ିଆ‌ରୁ
(Sidhant Mohapatraରୁ ଲେଉଟି ଆସିଛି)
ସିଦ୍ଧାନ୍ତ ମହାପାତ୍ର
ଭୁବନେଶ୍ୱରରେ ୨୫ ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଅଭିଭାଷଣ ଦେବା ଅବସରରେ ସିଦ୍ଧାନ୍ତ ମହାପାତ୍ର ।
ଭୁବନେଶ୍ୱରରେ ୨୫ ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଅଭିଭାଷଣ ଦେବା ଅବସରରେ ସିଦ୍ଧାନ୍ତ ମହାପାତ୍ର ।
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪  ଏବେଯାଏଁ
ପୂର୍ବ ଅଧିକାରୀସୂର୍ଯ୍ୟ ନାରାୟଣ ପାତ୍ର
ନିର୍ବାଚନ ମଣ୍ଡଳୀଦିଗପହଣ୍ଡି
ସାଂସଦ: ୧୫ଶ୧୬ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯  ୨୦୧୯
ପୂର୍ବ ଅଧିକାରୀଚନ୍ଦ୍ରଶେଖର ସାହୁ
ପର ଅଧିକାରୀଚନ୍ଦ୍ରଶେଖର ସାହୁ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-05-04) ୪ ମଇ ୧୯୬୬ (ବୟସ ୬୦)
ବ୍ରହ୍ମପୁର, ଓଡ଼ିଶା
ଜାତୀୟତାଭାରତୀୟ
ଜୀବନ ସାଥୀରଚନା ବାନାର୍ଜୀ (ବିବାହ ବିଚ୍ଛେଦ)[]
ମାମା ମିଶ୍ର
ସନ୍ତାନସାଇ ସମର୍ଥ
ବୃତ୍ତିକଥାଚିତ୍ର ଅଭିନୟ
ପ୍ରସିଦ୍ଧିଅଭିନେତା

ସିଦ୍ଧାନ୍ତ ମହାପାତ୍ର‌ (ଜନ୍ମ ୪ ମଇ ୧୯୬୬) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ଭାରତୀୟ ଜନତା ପାର୍ଟି ନେତା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ୪ ମଇ ୧୯୬୬ରେ ଜନ୍ମଗ୍ରହଣ କରିଥିଲେ ।[] ସେ ବ୍ରହ୍ମପୁରରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ କେନ୍ଦୁଝର ଧରଣୀଧର କଲେଜରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ ନୂଆଦିଲ୍ଲୀର ଫ୍ୟାକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜରୁ ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ ।

ସିନେମା ଜୀବନ

[ସମ୍ପାଦନା]

୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତଙ୍କ ପ୍ରଥମ ମୁକ୍ତିଲାଭ କରିଥିବା କଥାଚିତ୍ର ହେଲା ପଥର ଖସୁଛି ବଡ଼ଦେଉଳୁ , ୨୦୧୭ ସୁଦ୍ଧା ୧୩୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ବାପା ସୁପର୍‌ମ୍ୟାନ୍ ୨୦୨୩ ସୁଧାଂଶ ସାହୁ
ମୋ' ଦୁନିଆ ତୁ ହିଁ ତୁ[]୨୦୧୩ସୁଧାକର ବସନ୍ତ
୧୪୩ ଆଇ ଲଭ ୟୁ୨୦୧୧
ମତେ ବୋହୂ କରି ନେଇ ଯା୨୦୧୧ବିକାଶ ଦାଶ
ବାହୁଡ଼ିବେ ମୋ ଜଗାବଳିଆ1993
ଚକା ଚକା ଭଉଁରୀ୨୦୦୭ଶୁଭେନ୍ଦୁ ସ୍ୱାଇଁ
ଯେ ପାଞ୍ଚେ ପର ମନ୍ଦ
ଧର୍ମର ହେବ ଜୟ
କଳ୍କୀ ଅବତାର୧୯୯୯
ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
ସିନ୍ଦୂର ନୁହେଁ ଖେଳଘର
ଶାଶୁଘର ଚାଲିଯିବି
ସନ୍ତାନ
ମନ ରହିଗଲା ତୁମରି ଠାରେ୨୦୦୨ମହମ୍ମଦ ମହସୀନ
ଯଶୋଦା୧୯୯୬ହର ପଟ୍ଟନାୟକ
ରଣଭୂମି୧୯୯୫
ଗଙ୍ଗା ଯମୁନା୧୯୯୭ହର ପଟ୍ଟନାୟକ
ମୋ କୋଳ ତୋ ଝୁଲଣା୨୦୦୧ହିମାଂଶୁ ପରିଜା
ସିଂହବାହିନୀ୧୯୯୮ବସନ୍ତ ସାହୁ
ନାରୀ ଆଖିରେ ନିଆଁ
ଶ୍ରଦ୍ଧାଞ୍ଜଳି୧୯୯୩ପଙ୍କଜ ପାଣି

ରାଜନୈତିକ ଜୀବନ

[ସମ୍ପାଦନା]

ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇଥିଲେ ଓ ଓଡ଼ିଶାର ବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରୁ ୨୦୦୯ ଏବଂ ୨୦୧୪ ମସିହାର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ ।[]

ପୁରସ୍କାର

[ସମ୍ପାଦନା]
  1. Sampad, Shilpi; Mohanty, Subhasish. "Rachna & I knew each other inside out". The Telegraph. Retrieved 16 January 2017.
  2. "Members Bioprofile". loksabhaph.nic.in. Retrieved 2 May 2021.
  3. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013. Release Date – 11th January 2013
  4. "ଆର୍କାଇଭ୍ କପି". Archived from the original on 2014-05-28. Retrieved 2014-05-19. {{cite web}}: Cite has empty unknown parameter: |1= (help)
  5. "Odisha 23rd state film awards announced". mbctv.co.in. Archived from the original on 16 August 2022. Retrieved 16 November 2012. Sidhanta Mohapatra was selected best actor for his film 'Eka Eka'

ଅଧିକ ତଥ୍ୟ

[ସମ୍ପାଦନା]