Jump to content

ଗାଲୁଆ ରୋଗ

ଉଇକିପିଡ଼ିଆ‌ରୁ
(Sialadenitisରୁ ଲେଉଟି ଆସିଛି)
Sialadenitis
Sialoadenitis
Micrograph showing chronic sialadenitis. H&E stain.
ବିଭାଗENT surgery
ଲକ୍ଷଣAcute: Sudden onset of one sided pain, fever, and swelling[][]
Chronic: Recurrent episodes of tenderness and swelling, often with eating[]
ଆକ୍ରାନ୍ତ ସମୟ50s to 70s[][]
କାରଣAcute: Bacterial infection, mumps[]
Chronic: Duct narrowing, salivary stone[]
ବିପଦ କାରକSalivary stones, chronic illness, Sjögren syndrome, anorexia[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, may be supported by medical imaging[]
ସଠିକ ରୋଗ ନିର୍ଣ୍ଣୟSialadenosis, Mikulicz syndrome, salivary gland tumor[]
ଚିକିତ୍ସାAntibiotics, rehydration, gland message, lemon drops, surgery[][]

ଗାଲୁଆ ରୋଗ ବା ସିଆଲାଡେନାଇଟିସ ରୋଗରେ ଲାଳ ଗ୍ରନ୍ଥିର ପ୍ରଦାହ ହୁଏ । [] ସାଧାରଣତଃ ଏହା ପାରୋଟିଡ, ସବମାଣ୍ଡିବୁଲାର ବା ସବଲିଙ୍ଗୁଆଲ ଗ୍ରନ୍ଥିମାନଙ୍କରେ ହୁଏ । [] ଦୁଇଟି ମୁଖ୍ୟ ପ୍ରକାରରେ ଏହା ହୁଏ ଯଥା:- ତୀବ୍ର ଏବଂ ଦୀର୍ଘକାଳୀନ ବା କ୍ରନିକ୍ ।[] ତୀବ୍ର ରୋଗରେ ସାଧାରଣତଃ ଏକପାଖିଆ ଯନ୍ତ୍ରଣା, ଜ୍ୱର ଏବଂ ଫୁଲା ହଠାତ୍ ଆରମ୍ଭ ହୁଏ ।[] [] କ୍ରନିକ୍ ରୋଗରେ ସାଧାରଣତଃ ବାରମ୍ବାର ଦରଜ ହୁଏ, ଖାଇବା ବେଳେ ଫୁଲିଯାଏ ।[] ରୋଗ ଜଟିଳ ହେଲେ କ୍ୱଚିତ୍ ଆବସେସ୍ ଗଠନ ହୋଇପାରେ । []

ତୀବ୍ର ରୂପ ସାଧାରଣତଃ ଜୀବାଣୁ ସଂକ୍ରମଣରୁ ହୁଏ ଓ ଭୂତାଣୁ ସଂକ୍ରମଣରୁ ହେଲେ ତାହାକୁ ମମ୍ପସ କୁହାଯାଏ । [] ସଂକୀର୍ଣ୍ଣ ଡକ୍ଟ ବା ନଳୀ ଅଥବା ସିଆଲୋଲିଥିଆସିସ, କାରଣରୁ ରୋଗ କ୍ରନିକ ହୋଇଯାଏ ।[] ବିପଦର କାରଣଗୁଡ଼ିକ ମଧ୍ୟରେ ଲାଳୁଆ ପଥର, କ୍ରନିକ୍ ରୋଗ, ଜୋଗ୍ରେନ ସିଣ୍ଡ୍ରୋମ୍, କିଛି iଔଷଧ ଏବଂ ଆନୋରେକ୍ସିଆ ରୋଗ ଗୁଡ଼ିକ ଉଲ୍ଲେଖନୀୟ ।[] [] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ଏବଂ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୋଇପାରେ । [] ନଳୀଦ୍ୱାରରୁ ପୂଜ ବାହାରିବା ଦେଖାଯାଇପାରେ | [] ସମାନ ଭାବରେ ଉପସ୍ଥାପିତ ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ସିଆଲୋଡେଡେନୋସିସ, ମିକୁଲିଜ ସିଣ୍ଡ୍ରୋମ ଓ ଲାଳଗ୍ରନ୍ଥି ଅର୍ବୁଦ । []

ତୀବ୍ର ରୋଗକୁ ସାଧାରଣତଃ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । [] ରିହାଇଡ୍ରସନ, ଗ୍ରନ୍ଥି ମାଲିସ, ଲେମ୍ବୁ ବୁନ୍ଦା ଓ ଭିଟାମିନ୍ ସି ମଧ୍ୟ ସହାୟକ ହୋଇପାରେ ।[] [] କ୍ରନିକ ରୋଗର ମୂଳ କାରଣକୁ ସିଆଲୋଡେନୋସ୍କୋପି ସମାଧାନ କରିବାରେ ସକ୍ଷମ ହୋଇପାରେ | [] ଅଧିକ ଜଟିଳ କ୍ଷେତ୍ରରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[] ୫୦ରୁ ୭୦ଦଶକରେ ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି ।[] [] ପ୍ରତି ୧୦,୦୦୦ ହସ୍ପିଟାଲ ଆଡମିଶନରେ ଏହାର ସଂଖ୍ୟା ପ୍ରାୟ ୧ରୁ ୨ଟି ଥାଏ ।[]

  1. 1 2 3 4 5 6 7 8 9 10 Wilson, KF; Meier, JD; Ward, PD (1 June 2014). "Salivary gland disorders". American family physician. 89 (11): 882–8. PMID 25077394.
  2. 1 2 3 4 5 6 7 "Sialadenitis - Ear, Nose, and Throat Disorders". Merck Manuals Professional Edition. Archived from the original on 5 May 2021. Retrieved 28 February 2021.
  3. 1 2 Ferri, Fred F. (2019). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1262. ISBN 978-0-323-67977-0. Archived from the original on 2021-08-29. Retrieved 2021-02-28.
  4. 1 2 3 4 "Sialadenitis". NORD (National Organization for Rare Disorders). 2005. Archived from the original on 10 June 2021. Retrieved 28 February 2021.
  5. 1 2 3 "Sialadenitis". NORD (National Organization for Rare Disorders). 2005. Archived from the original on 10 June 2021. Retrieved 28 February 2021.
  6. 1 2 3 "Sialadenitis - Ear, Nose, and Throat Disorders". Merck Manuals Professional Edition. Archived from the original on 5 May 2021. Retrieved 28 February 2021.
  7. 1 2 3 Wilson, KF; Meier, JD; Ward, PD (1 June 2014). "Salivary gland disorders". American family physician. 89 (11): 882–8. PMID 25077394.
  8. "Sialadenitis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 19 March 2021. Retrieved 28 February 2021.
  9. Ferri, Fred F. (2019). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1262. ISBN 978-0-323-67977-0. Archived from the original on 2021-08-29. Retrieved 2021-02-28.