ଶିବ କୁମାର ସୁବ୍ରମଣ୍ୟମ
ଦେଖଣା
(Shiv Kumar Subramaniamରୁ ଲେଉଟି ଆସିଛି)
ଶିବ କୁମାର ସୁବ୍ରମଣ୍ୟମ | |
|---|---|
| ଜନ୍ମ | ୨୩ ଡିସେମ୍ବର ୧୯୫୯ |
| ମୃତ୍ୟୁ | ୧୦ ଅପ୍ରେଲ ୨୦୨୨ (ବୟସ ୬୨) ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
| ଶିକ୍ଷା | ଏଆଇଏସ୍ଏସ୍ଏମ୍ଏସ୍ ଶ୍ରୀ ଶିବାଜୀ ପ୍ରିପାରେଟୋରୀ ମିଲିଟାରୀ ସ୍କୁଲ, ପୁଣେ |
| ଶିକ୍ଷାନୁଷ୍ଠାନ | ସେଣ୍ଟ ଜାଭିଅର୍ ସ୍କୁଲ୍ |
| ବୃତ୍ତି(ସମୂହ) | ଅଭିନେତା ନାଟ୍ୟକାର ଥିଏଟର ଅଭିନେତା ନିର୍ଦ୍ଦେଶକ |
| ସକ୍ରିୟ ବର୍ଷ | ୧୯୮୯–୨୦୨୨ |
| ବୈବାହିକ-ସାଥୀ | ଦିବ୍ୟା ଜଗଦଲେ (ବିବାହ: ୨୦୨୨) |
| ସନ୍ତାନ | ୧ |
ଶିବ କୁମାର ସୁବ୍ରମଣ୍ୟମ (୨୩ ଡିସେମ୍ବର ୧୯୫୯ – ୧୦ ଅପ୍ରେଲ ୨୦୨୨) ଜଣେ ଭାରତୀୟ ଅଭିନେତା, ନାଟ୍ୟକାର, ଥିଏଟର ଅଭିନେତା ଓ ନିର୍ଦ୍ଦେଶକ ।[୧] କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ମୁକ୍ତି ବନ୍ଧନରେ, ସେ ତାଙ୍କ ଅଭିନୀତ ଚରିତ୍ର ଉଦ୍ୟୋଗପତି ଆଇ.ଏମ୍. ବିରାନୀ ପାଇଁ ଜଣାଶୁଣା । ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ବିଦୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ କଥାଚିତ୍ର ପରିନ୍ଦା ଏବଂ ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ସୁଧୀର ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ହଜାରୋଁ ଖ୍ୱାଇସେଁ ଐସିର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି ଦୁଇଟି କଥାଚିତ୍ରରେ, ସେ ଅଭିନୟ ମଧ୍ୟ କରିଥିଲେ ।[୨][୩][୪] ୨୦୨୨ ମସିହାର ଅପ୍ରେଲ ୧୦ ତାରିଖରେ, ସେ ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଥିଲେ ।[୫][୬]
ଅଭିନୟ ଜୀବନ
[ସମ୍ପାଦନା]ଅଭିନେତା ଭାବରେ
[ସମ୍ପାଦନା]- ମୀନାକ୍ଷୀ ସୁନ୍ଦରେଶ୍ୱର (୨୦୨୧)
- ନେଲ୍ ପଲିଶ୍ (୨୦୨୧)
- ଦି ଏକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍ (୨୦୧୯)
- ତୁ ହୈ ମେରା ସଣ୍ଡେ
- ଲାକ୍ଷୋଁ ମେଁ ଏକ୍
- ହିଚ୍କି (୨୦୧୮)
- ରକି ହ୍ୟାଣ୍ଡସମ୍ (୨୦୧୬)
- ବାଙ୍ଗିସ୍ତାନ (୨୦୧୫)
- ଉଙ୍ଗ୍ଲି (୨୦୧୪)
- ରହସ୍ୟ (୨୦୧୫)
- ହାପି ଜର୍ଣ୍ଣି (୨୦୧୪)
- ୨ ଷ୍ଟେଟସ୍[୭] (୨୦୧୪)
- ହମ୍ନେ ଲି ହୈ... ଶପଥ[୮] (୨୦୧୩)
- ୨୪
- ପ୍ରଧାନମନ୍ତ୍ରୀ
- ମୁକ୍ତି ବନ୍ଧନ (୨୦୧୧)
- ଦାଟ୍ ଗାର୍ଲ ଇନ୍ ୟେଲୋ ବୁଟ୍ସ୍ (୨୦୧୧)
- ଷ୍ଟାନ୍ଲି କା ଦବ୍ବା (୨୦୧୧)
- କିସ୍ମତ (୨୦୧୧)
- ତୀନ୍ ପତି (୨୦୧୦)
- କମିନେ (୨୦୦୯)
- ରିସ୍କ (୨୦୦୭)
- ଏକ୍ ଦିନ୍ ୨୪ ଘଣ୍ଟେ (୨୦୦୩)
- ଡେଡ୍ ଏଣ୍ଡ (୨୦୦୦)
- ସ୍ନିପ୍! (୨୦୦୦)
- ବମ୍ବେ ବଏଜ୍ (୧୯୯୯)
- ରକ୍ଷକ (୧୯୯୬)
- ଦ୍ରୋହ କାଲ୍ (୧୯୯୫)
- ୧୯୪୨: ଏ ଲଭ୍ ଷ୍ଟୋରୀ (୧୯୯୪)
- ପ୍ରହାର (୧୯୯୪)
- ପରିନ୍ଦା (୧୯୮୯)
ଚିତ୍ରନାଟ୍ୟ ଲେଖକ ଭାବରେ
[ସମ୍ପାଦନା]- ତୀନ ପତି (କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ) (୨୦୧୦)
- ହଜାରୋଁ ଖ୍ୱାଇସେଁ ଐସି (ମୂଳ କାହାଣୀ ଓ ଚିତ୍ରନାଟ୍ୟ) (୨୦୦୫)
- ଚାମେଲି (ଚିତ୍ରନାଟ୍ୟ) (୨୦୦୩)
- ଡେଡ୍ ଏଣ୍ଡ୍ (ସଂଳାପ) (୨୦୦୦)
- ଅର୍ଜୁନ ପଣ୍ଡିତ (ଚିତ୍ରନାଟ୍ୟ) (1999)
- ଇସ୍ ରାତ୍ କି ସୁବାଃ ନେହିଁ (ଚିତ୍ରନାଟ୍ୟ) (୧୯୯୬)
- ୧୯୪୨: ଏ ଲଭ୍ ଷ୍ଟୋରୀ (କାହାଣୀ ଓ ଚିତ୍ରନାଟ୍ୟ) (୧୯୯୪)
- ପରିନ୍ଦା (ଚିତ୍ରନାଟ୍ୟ) (୧୯୮୯)
ସହକାରୀ ନିର୍ଦ୍ଦେଶକ ଭାବରେ
[ସମ୍ପାଦନା]- ପରିନ୍ଦା (୧୯୮୯)
ପୁରସ୍କାର
[ସମ୍ପାଦନା]- ଫିଲ୍ମଫେୟାର ପୁରସ୍କାର
- ହଜାରୋଁ ଖ୍ୱାଇସେଁ ଐସି ପାଇଁ ଶ୍ରେଷ୍ଠ କାହାଣୀ (୨୦୦୬)
- ପରିନ୍ଦା ପାଇଁ ଶ୍ରେଷ୍ଠ ଚିତ୍ରନାଟ୍ୟ (୧୯୯୦)
ଆଧାର
[ସମ୍ପାଦନା]- ↑ "Kalki is the girl in yellow boots!". The Times of India. 31 July 2010. Archived from the original on 28 September 2012. Retrieved 24 September 2011.
- ↑ "Shiv Subramaniam is scripting success - Times of India". The Times of India. 20 January 2011.
- ↑ "Shiv Kumar Subramaniam with wife during ITA(Indian Television Awards) recently held in Mumbai".
- ↑ Shiv Subramaniam & Akhil Mishra returns!
- ↑ "Alia Bhatt and Arjun Kapoor's '2 States' co-star Shiv Subrahmanyam passes away". The Times of India. 11 April 2022.
- ↑ "Arjun Kapoor, Hansal Mehta, Abhimanyu Dassani and others mourn the demise of Shiv Subramaniam". Bollywood Hungama. 11 April 2022. Retrieved 13 April 2022.
- ↑ "Meet Alia & Arjun's 2 States Parents!". 27 February 2014.[permanent dead link]
- ↑ "Shiv, Ankit, Shashank and Akshita in Shapath's maha-movie".
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶିବ କୁମାର ସୁବ୍ରମଣ୍ୟମ