ସିଗେଲୋସିସ

ଉଇକିପିଡ଼ିଆ‌ରୁ
(Shigellosisରୁ ଲେଉଟି ଆସିଛି)
ସିଗେଲୋସିସ
ବ୍ୟାସିଲାରି ଡିସେଣ୍ଟେରି/ Bacillary dysentery, ମାର୍ଲୋ ସିଣ୍ଡ୍ରୋମ/ Marlow syndrome
ମଳ ସାମ୍ପଲରେ ସିଗେଲା ଦେଖାଯାଉଛି ।
ବିଭାଗସଂକ୍ରାମକ ରୋଗ (Infectious disease}
ଲକ୍ଷଣତରଳ ଝାଡ଼ା, ଜ୍ୱର, ପେଟ ଯନ୍ତ୍ରଣା [୧]
ଆକ୍ରାନ୍ତ ସମୟସଂସ୍ପର୍ଶର ୧-୨ ଦିନ ପରେ ।[୧]
ଅବଧି୫-୭ ଦିନ[୧]
କାରଣସିଗେଲା (Shigella)[୧]
ରୋଗ ନିର୍ଣ୍ଣୟ ପଦ୍ଧତିମଳ କଲଚର (Stool culture)[୧]
ପ୍ରତିକାରହାତ ଧୁଆ (Handwashing)[୧]
ଔଷଧଆଣ୍ଟିବାୟୋଟିକ (Antibiotics) (ସାଂଘାତିକ କେଶ୍‌ ହୋଇଥିଲେ)[୧]
ଚିକିତ୍ସାବିଶ୍ରାମ ଓ ତରଳ ପଦାର୍ଥ ପାନ କରିବା । [୧]
ପୁନଃପୌନିକ>୮୦ ନିୟୁତ[୨]
ମୃତ୍ୟୁ ସାନ୍ଦ୍ରତା୭୦୦,୦୦୦[୨]

ସିଗେଲୋସିସ (Shigellosis) ଏକ ପ୍ରକାର ତରଳ ଝାଡ଼ା ଯାହା ସିଗେଲା (Shigella) ନାମକ ଏକ ଜୀବାଣୁ ସଂକ୍ରମଣଦ୍ୱାରା (bacterial infection) ହୁଏ । ସଂସ୍ପର୍ଶରେ ଆସିବାର ଦିନେ ଦୁଇ ଦିନ ପରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଏ ଓ ତରଳ ଝାଡ଼ା, ଜ୍ୱର, ପେଟ ଯନ୍ତ୍ରଣା ଓ ଝାଡ଼ା ଯିବା ସମୟରେ ଯନ୍ତ୍ରଣା ହୁଏ । ମଳରେ ରକ୍ତ ପଡ଼ିପାରେ । ପାଞ୍ଚରୁ ୭ଦିନ ପର୍ଯ୍ୟନ୍ତ ଏହି ଲକ୍ଷଣ ରହେ । କେଶ୍ ଜଟିଳ ହେଲେ ସଂକ୍ରମଣ ପରବର୍ତ୍ତୀ ଗଣ୍ଠିପ୍ରଦାହ (Post infectious arthritis), ସେପ୍ସିସ, ବାତ (seizures), ହେମୋଲାଇଟିକ ୟୁରେମିକ ସିଣ୍ଡ୍ରମ (hemolytic uremic syndrome) ହୋଇପାରେ ।[୧]

ଚାରି ପ୍ରକାର ନିର୍ଦ୍ଦିଷ୍ଟ ସିଗେଲା ଜୀବାଣୁ ଏହି ରୋଗ କରିପାରନ୍ତି ।[୨] ସଂକ୍ରମିତ ମଳ (feces) ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । ପ୍ରଦୂଷିତ ଖାଦ୍ୟ, ଜଳ ଓ ହାତ ମାଧ୍ୟମରେ ଏହା ବ୍ୟାପେ ମାଛିଦ୍ୱାରା (flies) ବା ଡାଇପର ବଦଳ ସମୟରେ ମଧ୍ୟ ଏହା ବ୍ୟାପେ । ମଳ କଲଚର (stool culture) କରି ଏହି ରୋଗର ପୁଷ୍ଟି କରାଯାଏ ।[୧]

ଉତ୍ତମରୂପେ ହାତ ଧୋଇଲେ ପ୍ରତିଷେଧ ହୋଇଯାଏ । କୌଣସି ଟିକା (vaccine) ଏହି ରୋଗ ନିମନ୍ତେ ତିଆରି ହୋଇନାହିଁ । କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ସିଗେଲୋସିସ ସ୍ୱତଃ ଭଲ ହୋଇଯାଏ । ଯଥେଷ୍ଟ ତରଳ ପଦାର୍ଥ ପାନ କରିବା ସ‌ହିତ ବିଶ୍ରାମ କରିବାକୁ ସୁପାରସ କରାଯାଏ । ବିସମଥ ସବସାଲିସିଲେଟ (Bismuth subsalicylate) ଦେଲେ ଲକ୍ଷଣ ହୋଇପାରେ; କିନ୍ତୁ ଅନ୍ତନଳୀ ଧୀର କରିବାକୁ ଲୋପେରାମାଇଡ (loperamide) ଦେବାକୁ ସୁପାରିସ କରାଯାଏନାହିଁ । କେଶ୍ ସାଂଘାତିକ ହେଲେ ଆଣ୍ଟିବାୟୋଟିକ (antibiotic) ଦିଆଯାଇପାରେ କିନ୍ତୁ ବ‌ହୁତ ଆଣ୍ଟବାୟୋଟିକ ପ୍ରତିରୋଧ (antibiotic resistancs) ମଧ୍ୟ ଥାଇପାରେ । ସାଧାରଣତଃ ସିପ୍ରୋଫ୍ଲୋକ୍‌ସାସିନ୍ଆଜିଥ୍ରୋମାଇସିନ ଦିଆଯାଏ ।[୧]

ପୃଥିବୀରେ ବାର୍ଷିକ ପ୍ରାୟ ୮୦ ନିୟୁତ ଲୋକଙ୍କୁ ଏହି ରୋଗ ହୁଏ ଓ ୭ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି ।ବିକାଶଶୀଳ (developing world) ଦେଶମାନଙ୍କରେ ଏ ରୋଗ ଅଧିକ ହୁଏ ।[୨] ବଡ଼ ପିଲାଙ୍କୁ ସାଧାରଣତଃ ଅଧିକ ହୁଏ । ସ୍କୁଲ ଓ ଶିଶୁ ରହୁଥିବା ସ୍ଥାନମାନଙ୍କରେ ଏଇ ମହାମାରୀ (Outbreaks) ଅଧିକ ହୁଏ । ପଥିକ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ଏ ରୋଗ ହେବା ଅତି ସାଧାରଣ କଥା । ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ପ୍ରାୟ ଅଧ ନିୟୁତ ଲୋକ ଏ ରୋଗର ଶିକାର ହୁଅନ୍ତି । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "General Information| Shigella – Shigellosis | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 ଅଗଷ୍ଟ 2016. Archived from the original on 16 ଅପ୍ରେଲ 2017. Retrieved 20 ଅପ୍ରେଲ 2017.
  2. ୨.୦ ୨.୧ ୨.୨ ୨.୩ Guidelines for the control of shigellosis, including epidemics due to Shigella dysenteriae type 1 (PDF). WHO. 2005. p. 2. ISBN 924159330X. Archived (PDF) from the original on 21 ଅଗଷ୍ଟ 2017. Retrieved 20 ଅପ୍ରେଲ 2017.

ଦେଖନ୍ତୁ ମଧ୍ୟ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ