Jump to content

ସିରସ୍ତାଦାର

ଉଇକିପିଡ଼ିଆ‌ରୁ
(Sheristadarରୁ ଲେଉଟି ଆସିଛି)

ସିରସ୍ତାଦାର ଭାରତୀୟ ଅଦାଲତମାନଙ୍କର ମୁଖ୍ୟ ପ୍ରଶାସନିକ ଅଧିକାରୀ ଥିଲେ, ଯାହାଙ୍କୁ ଅଦାଲତର ମାମଲା ଆବେଦନ ଗ୍ରହଣ କରିବା ଓ ସେଗୁଡ଼ିକୁ ଯାଞ୍ଚ କରିବାର ଦାୟିତ୍ୱ ଦିଆଯାଇଥିଲା । “ସିରସ୍ତାଦାର” ଶବ୍ଦଟି ପର୍ସିଆନ୍ ଶବ୍ଦ ସିରସ୍ତାଦାର ରୁ ଉତ୍ପନ୍ନ, ଯାହାର ଅର୍ଥ ହେଉଛି “ସିରସ୍ତା ବା କାର୍ଯ୍ୟାଳୟର ମୁଖ୍ୟ”। ସେମାନେ ପ୍ରଧାନ ଜିଲ୍ଲା ଓ ସେସନ୍ସ କୋର୍ଟ ମାଧ୍ୟମରେ ସମ୍ପୂର୍ଣ୍ଣ ଜିଲ୍ଲା ନ୍ୟାୟିକ ପ୍ରଶାସନର ଦାୟିତ୍ୱ ନେଇଥିଲେ ଏବଂ ରେକର୍ଡ ସଂରକ୍ଷଣ ସହିତ ସମସ୍ତ କାର୍ଯ୍ୟକଳାପର ନିରୀକ୍ଷଣ କରୁଥିଲେ ।[] ଏହାଛଡ଼ା ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବାପରେ ପ୍ରତି ଜଜସିପରେ ଶିରସ୍ତାଦାରଙ୍କୁ Asst. Public Information Officer (APIO) ଭାବେ କାର୍ଯ୍ୟ ନିର୍ବାହ କରିବା କ୍ଷମତା ଦିଆଯାଇଛି ।[]

ସିରସ୍ତାଦାରଙ୍କର ଦୁଇଟି ବର୍ଗ ଥିଲା—

ବର୍ଗ–୧ (କ୍ୟାଟେଗୋରି–I) ସିରସ୍ତାଦାର ପ୍ରଧାନ ଜିଲ୍ଲା ଅଦାଲତର ମୁଖ୍ୟ କିରାଣୀ ଥିଲେ, ଏବଂ

ବର୍ଗ–୨ (କ୍ୟାଟେଗୋରି–II) ସିରସ୍ତାଦାର ଉପ–ଅଦାଲତମାନଙ୍କରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଯିଏ ଏକ ତୁଳନାମୂଳକ ଭାବେ କନିଷ୍ଠ ଅଧିକାରୀ ଥିଲେ।

ମୁଖ୍ୟ ବିଚାରପତି ଏସ୍. ମୁରଲୀଧରଙ୍କ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ପ୍ରଥମ ବର୍ଗର ସିରସ୍ତାଦରଙ୍କୁ Chief Administrative Officer (CAO) ଏବଂ ଦ୍ଵିତୀୟ ବର୍ଗର ସିରସ୍ତାଦରଙ୍କୁ Administrative Officer (AO) ଭାବେ ପଦବୀ ପରିବର୍ତ୍ତନ କରାଯାଇଛି ।[]

ସିରସ୍ତାଦାର(CAO)ଙ୍କ ଦାୟୀତ୍ଵ

[ସମ୍ପାଦନା]

ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରିଜୋଲ୍ୟୁସନ No.111-J-48/85 3787 /L., ତାରିଖ।14th March'90.ରେ ସିରସ୍ତାଦରଙ୍କୁ ସ୍ଵତନ୍ତ୍ର ଗେଜେଟେଡ ଅଫିସ୍ଦରର ମାନ୍ୟତା ଦେବା ସହ ସିରସ୍ତାଦରଙ୍କ ନିମ୍ନ ଦାୟୀତ୍ଵ ସୂଚୀର ବିଶଦ ବିବରଣି ରହିଛି ।

  • ମକଦମା ପତ୍ର (ପ୍ଲେଣ୍ଟ), ଅପିଲ୍‌ ପତ୍ର, ମୂଳ ମାମଲା ଓ ଅପିଲ୍‌ର ଡିକ୍ରୀଗୁଡ଼ିକୁ ସମୟସୀମା, କୋର୍ଟ ଫିସ୍‌, ଷ୍ଟାମ୍ପ ଓ ଗ୍ରହଣଯୋଗ୍ୟତା ଦୃଷ୍ଟିରୁ ଯାଞ୍ଚ କରି ଚାଲାନ୍‌ ଓ ଭୁଗତାନ ଆଦେଶ ପ୍ରଦାନ କରିବା।
  • ଜିଲ୍ଲା କୋର୍ଟର ସିଭିଲ୍‌ ଓ ଫୌଜଦାରୀ ମାମଲାରେ ଶପଥପତ୍ର ପାଇଁ କମିଶନର ଭାବେ କାର୍ଯ୍ୟ କରିବା ।
  • ଜଜ୍‌ଶିପ୍‌ ଅଧୀନରେ କାର୍ଯ୍ୟରତ ସମସ୍ତ ଅଧସ୍ଥ ଅଦାଲତଗୁଡ଼ିକର ସମୟବଦ୍ଧ (ପିରିଅଡିକାଲ୍‌) ନିରୀକ୍ଷଣ ପାଇଁ ଖସଡ଼ା ନିରୀକ୍ଷଣ ଟିପ୍ପଣୀ ପ୍ରସ୍ତୁତ କରିବା।
  • ଉଚ୍ଚ ନ୍ୟାୟାଳୟର ନିରୀକ୍ଷଣ ଟିପ୍ପଣୀଗୁଡ଼ିକୁ ପାଳନ କରିବା।
  • ସରକାର ଓ ଉଚ୍ଚ ନ୍ୟାୟାଳୟକୁ ଦାଖଲ ହେବାକୁ ଥିବା ମାସିକ ଏବଂ ସାମୟିକ ବିବରଣି ପ୍ରଦାନ ନିଶ୍ଚିତ କରିବା ଏବଂ ଧାର୍ଯ୍ୟ ସମୟ ସୀମା ଅତିକ୍ରାନ୍ତ ହୋଇଥିବା ରେକର୍ଡ ଧ୍ୱଂସ କାର୍ଯ୍ୟର ନିରୀକ୍ଷଣ କରିବା ।
  • ସମସ୍ତ ମାସର ଶେଷ ଶନିବାର (କ୍ଲିୟରେନ୍ସ) ଦିନରେ ରେଜିଷ୍ଟର ପରିଚାଳନା ନିରୀକ୍ଷଣ କରିବା।
  • ଜିଲ୍ଲା କୋର୍ଟର ସମସ୍ତ ଶାଖା ଯଥା—ଇଂରାଜୀ ଅଫିସ୍‌(ଜିଲା ଅଫିସ), ଫୌଜଦାରୀ ଶାଖା, ରେକର୍ଡ ରୁମ୍‌ ଆଦିର କାର୍ଯ୍ୟ ଏବଂ ଅଧସ୍ଥ ଅଆଦାଲତମାନଙ୍କର କିରାଣିମାନଙ୍କ କାର୍ଯ୍ୟର ନିରୀକ୍ଷଣ କରିବା।
  • ସିଭିଲ ଓ ଫୌଜଦାରୀ ନିଜାରତର ଦୈନିକ ହିସାବ ଯାଞ୍ଚ କରିବା।
  • ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀମାନଙ୍କର ପୋଷ୍ଟିଂ, ନିଯୁକ୍ତି, ବଦଳି ଓ ଛୁଟି ମଞ୍ଜୁରି ସମ୍ପର୍କିତ ଫାଇଲ୍‌ଗୁଡ଼ିକୁ ପ୍ରସ୍ତୁତ କରିବା କରିବା।
  • ଜଜ୍‌ଶିପ୍‌ର ମନ୍ତ୍ରଣାଳୟୀୟ ଅଧିକାରୀମାନଙ୍କର ସ୍ଥାୟୀକରଣ (କନଫର୍ମେସନ୍‌) ଓ ଗ୍ରାଡେସନ୍‌ ତାଲିକା ସମ୍ପର୍କିତ କାର୍ଯ୍ୟ କରିବା।
  • କିଛି ଅନୁମୋଦିତ ରେଜିଷ୍ଟର ସହ ଅନୁମୋଦନବିହୀନ ରେଜିଷ୍ଟର ମଧ୍ୟ ରକ୍ଷଣାବେକ୍ଷଣ କରିବା।
  • ମନ୍ତ୍ରଣାଳୟୀୟ କର୍ମଚାରୀମାନଙ୍କ ଉପରେ ନିୟନ୍ତ୍ରଣ ପ୍ରୟୋଗ କରିବା।

ବାହାର ତଥ୍ୟ

[ସମ୍ପାଦନା]
  1. "Sarishtadar's Handbook by N Mishra" (PDF). cdnbbsr.s3waas.gov.in/. Retrieved 29 December 2025.
  2. "Wayback Machine" (PDF). www.orissahighcourt.nic.in. Retrieved 2025-12-29.
  3. National Informatics Centre (NIC, Orissa). "General Rules and Circular Orders PDF View | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-12-29.