Jump to content

ସତ୍ୟବାଦୀ ବଳିଆରସିଂହ

ଉଇକିପିଡ଼ିଆ‌ରୁ
(Satyabadi Baliarsinghରୁ ଲେଉଟି ଆସିଛି)
ସତ୍ୟବାଦୀ ବଳିଆରସିଂହ
ଜନ୍ମ (1950-06-18) ଜୁନ ୧୮, ୧୯୫୦ (ବୟସ ୭୬)
ପେଷାsଲେଖକ
ଐତିହାସିକ
ସମ୍ପର୍କୀୟଦିବାକର ପରିଡ଼ା (ସମ୍ପର୍କୀୟ)

ସତ୍ୟବାଦୀ ବଳିଆରସିଂହ (ଜନ୍ମ: ୧୮ ଜୁନ ୧୯୫୦) ଜଣେ ଇତିହାସ ଗବେଷକ ଓ ଲେଖକ ।[୧] ଶଦୀଦ ରଘୁ ଦିବାକର, ରଣପୁର ବିଦ୍ରୋହ, ରଣପୁର ଇତିହାସ, ଲାଲମାଟିର କବିତା, ଜାତିର ଏକତା-ତ୍ରିରଙ୍ଗା ପତାକା, ଆମ ଜାତୀୟ ପତାକା, ନିର୍ବାଚନ- ଖୋର୍ଦ୍ଧା ଜିଲ୍ଲା, ଅତୀତରୁ ଏଯାବତ– ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ, ପର୍ଯ୍ୟଟନରେ ଓଡ଼ିଶାର ଶାକ୍ତ ଓ ଶୈବ ପୀଠ, ଦୀନ ଜନତାର ସାଥୀ ହୃଷୀକେଶ ମୁଖୀ ଆଦି ପୁସ୍ତକର ରଚନା କରିଥିଲେ ଦିବାକର ।[୨] ଏଥି ସ‌ହିତ ସେ ମହଲା ପତ୍ରିକାର ସମ୍ପାଦନା ମଧ୍ୟ କରିଛନ୍ତି ।

ଜନ୍ମ, ଶିକ୍ଷା ଏବଂ ଚାକିରୀ

[ସମ୍ପାଦନା]

ସତ୍ୟବାଦୀ ବଳିଆରସିଂହ ୧୮ ଜୁନ ୧୯୫୦ ମସିହାରେ ନୟାଗଡ଼ ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ଗଡ଼ବାଣିକିଲୋଠାରେ ଜନ୍ମଗ୍ରହଣ କରିଥିଲେ । ଗଡ଼ବାଣିକିଲୋ ହେଉଛି ଶହୀଦ ଦିବାକର ପରିଡ଼ାଙ୍କ ଗାଁ ଏବଂ ସତ୍ୟବାଦୀ ହେଉଛନ୍ତି ଦିବାକର ପରିଡ଼ାଙ୍କର ସମ୍ପର୍କୀୟ ପୁତୁରା ।[୨]

ସତ୍ୟବାଦୀ ୧୯୬୭ ମସିହାରେ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ପାସ କରିବା ପରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ବାଣୀବିହାରରେ ରାଜନୀତି ବିଜ୍ଞାପନରେ ସ୍ନାତକୋତ୍ତର ହାସଲ କରିବା ପରେ ୧୯୭୩ ମସିହାରେ ନିଜ ଗ୍ରାମ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟରେ ସରକାରୀ ଶିକ୍ଷକ ଭାବରେ ଯୋଗ ଦେଇଥିଲେ ।[୨]

ଏହାପରେ ପରେ ସେ ଶିକ୍ଷକରୁ ପ୍ରଧାନ ଶିକ୍ଷକ ଭାବରେ ନାରାୟଣୀପଡ଼ା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଗୋଡ଼ିକିଲୋ ମଧ୍ୟ ଇଂରାଜୀ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ସ୍କୁଲ ସବ୍‌ଇନ୍ସପେକ୍ଟର, ନନ୍‌ଫର୍ମାଲ ଏଜୁକେଶନର କୋ-ଅର୍ଡିନେଟର ଭାବରେ ମଧ୍ୟ କରିଥିଲେ । ଶେଷରେ ୨୦୦୮ ମସିହାରେ ଚାକିରୀରୁ ଅବସର ନେଇଥିଲେ ।[୨]

ଐତିହାସିକ ଲେଖକ

[ସମ୍ପାଦନା]

ସତ୍ୟବାଦୀ ଶିକ୍ଷା କ୍ଷେତ୍ରରେ ନିଜର କାର୍ଯ୍ୟ ଶେଷ କରିବା ପରେ ଇତିହାସ ଉପରେ ମଧ୍ୟ ଅନେକ ଗବେଷଣା କରିଛନ୍ତି ।[୨] ଜଣେ ଐତିହାସିକ ଭାବରେ ସେ ତାଙ୍କର ଗବେଷଣାର ତ‌ଥ୍ୟକୁ ନେଇ କିଛି ପୁସ୍ତକ ମଧ୍ୟ ରଚନା କରିଛନ୍ତି ।[୨] ତାଙ୍କ ରଚିତ ପୁସ୍ତକଗୁଡ଼ିକ ହେଲା; ଶହିଦ ରଘୁ ଦିବାକର, ରଣପୁର ବିଦ୍ରୋହ, ରଣପୁର ଇତିହାସ, ଲାଲମାଟିର କବିତା ସଙ୍କଳନ, ଜାତିର ଏକତା-ତ୍ରିରଙ୍ଗା ପତାକା, ଆମ ଜାତୀୟ ପତାକା, ନିର୍ବାଚନ- ଖୋର୍ଦ୍ଧା ଜିଲ୍ଲା, ଅତୀତରୁ ଏଯାବତ– ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ, ପର୍ଯ୍ୟଟନରେ ଓଡ଼ିଶାର ଶାକ୍ତ ଓ ଶୈବ ପୀଠ, ଦୀନ ଜନତାର ସାଥୀ ହୃଷୀକେଶ ମୁଖୀ, ଇତ୍ୟାଦି ।[୨]

ଗବେଷଣାର ତ‌ଥ୍ୟ ଅନୁସାରେ ପୁସ୍ତକ ଲେଖିବା ବ୍ୟତୀତ ସତ୍ୟବାଦୀଙ୍କର ଲିଖିତ ସ୍ତମ୍ଭ ମଧ୍ୟ ବିଭିନ୍ନ ଖବର କାଗଜ ଏବଂ ପତ୍ରପତ୍ରିକାରେ ପ୍ରକାଶ ପାଇଥାଏ ।[୨] ତାଙ୍କ ରଚିତ ପାଖାପାଖି ୫୦୦ରୁ ଉର୍ଦ୍ଧ୍ୱ ସ୍ତମ୍ଭ ବିଭିନ୍ନ ସମ୍ବାଦପତ୍ର ଏବଂ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।[୨] ଏତଦ୍‌ବ୍ୟତୀତ ଖୋର୍ଦ୍ଧା ବିଷୁବ ମିଳନ ସମିତି, କୋଣାର୍କ ସାହିତ୍ୟ ସଂସଦ ପରି ଅନେକ ସାହିତ୍ୟ ସଂଗଠନ ସହ ମଧ୍ୟ ସେ ଜଡ଼ିତ ଅଛନ୍ତି ।[୨]

ରଚିତ ପୁସ୍ତକ

[ସମ୍ପାଦନା]

ବିଭିନ୍ନ ପତ୍ରପତ୍ରିକାରେ ସତ୍ୟବାଦୀଙ୍କ ଶତାଧିକ ସ୍ତମ୍ଭ ଓ ପ୍ରବନ୍ଧ ଲେଖା ପ୍ରକାଶିତ ହୋଇଛି ।[୩]

  • ଶଦୀଦ ରଘୁ ଦିବାକର, ୧୯୮୩
  • ରଣପୁର ବିଦ୍ରୋହ, ୧୯୮୫
  • ରଣପୁର ଇତିହାସ, ୧୯୮୭
  • ଲାଲମାଟିର କବିତା, ୨୦୦୧
  • ଜାତିର ଏକତା-ତ୍ରିରଙ୍ଗା ପତାକା, ୨୦୦୧
  • ଆମ ଜାତୀୟ ପତାକା, ୨୦୦୧
  • ନିର୍ବାଚନ- ଖୋର୍ଦ୍ଧା ଜିଲ୍ଲା, ୨୦୦୨
  • ଅତୀତରୁ ଏଯାବତ– ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ, ୨୦୦୬
  • ପର୍ଯ୍ୟଟନରେ ଓଡ଼ିଶାର ଶାକ୍ତ ଓ ଶୈବ ପୀଠ, ୨୦୧୨
  • ଅନାଇରହିଛି ଗଡ଼ ଗଡ଼ଖାଇ, ୨୦୧୯
  • ଖୋର୍ଦ୍ଧା ଇତିହାସର ଅନୁତୁଡ଼ିଶାଳ: ବରୁଣେଇ, ୨୦୨୧
  • ଦୀନ ଜନତାର ସାଥୀ ହୃଷୀକେଶ ମୁଖୀ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ସାରସ୍ୱତ ସାହିତ୍ୟ ସମ୍ବର୍ଦ୍ଧନା
  • ସବକା ସାଥ ସବକା ବିକାଶ ସମ୍ମାନ (କେନ୍ଦ୍ର ସରକାର)
  • ଡକ୍ଟର ରାଧାନାଥ ରଥ ସମ୍ମାନ
  • ଶହୀଦ ରଘୁ ଦିବାକାର ସାହିତ୍ୟ ପୁରସ୍କାର[୪]
  1. ↑ "ପୂର୍ବତନ ମନ୍ତ୍ରୀ ବେଣୁଧର ବଳିଆର ସିଂହଙ୍କ ସ୍ମୃତିସଭା". sambad.in. 10 January 2018. Retrieved 18 July 2018.
  2. 1 2 3 4 5 6 7 8 9 10 "ପ୍ରଥମ ରୋଜଗାର : ବୋଉକୁ ୨୦୦ ଟଙ୍କା ଦେଇଥିଲି". ଧରିତ୍ରୀ. 12 November 2017. Archived from the original on 31 August 2018. Retrieved 24 August 2018.
  3. ↑ "ଦେଶ ଜାତିର ପରିଚୟ ଦିଏ ଇତିହାସ". ଧରିତ୍ରୀ ଛୁଟିଦିନ. 22 August 2021. p. ୬. Retrieved 24 August 2021.
  4. ↑ "ଅଳ୍ପ ଆଳାପ". No. ସମ୍ବାଦ ରବିବାର ୨୧ ମଇ ୨୦୨୩ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. 21 May 2023. Archived from the original on 21 May 2023. Retrieved 21 May 2023.