ସରୋଜ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Saroj Patnaikରୁ ଲେଉଟି ଆସିଛି)
ସରୋଜ ପଟ୍ଟନାୟକ
ଜନ୍ମ(1940-06-02)୨ ଜୁନ ୧୯୪୦
ମୃତ୍ୟୁ୧୩ ଜାନୁଆରୀ ୨୦୨୨(2022-01-13) (ବୟସ ୮୧)
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ସଂଗୀତକାର
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ସରୋଜ ପଟ୍ଟନାୟକ (୪ ଜୁନ ୧୯୪୦ – ୧୩ ଜାନୁଆରୀ ୨୦୨୨) ଜଣେ ଭାରତୀୟ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ସେ ଚାରି ଦଶନ୍ଧି ଧରି ଓଡ଼ିଆରେ ଗୀତିକବିତା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଆସିଥିଲେ । ବୃତ୍ତିରେ ସେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସେ ୧୯୭୭ ମସିହାରେ ଅଭିମାନ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୨] ସେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ଅନ୍ୟ କେତେକ ଜଣାଶୁଣା ଚଳଚ୍ଚିତ୍ର ହେଲା ଫୁଲ ଚନ୍ଦନ, ଝିଅଟି ସୀତା ପରି, ଅଭିଳାଷ,[୩] ହାକିମ ବାବୁ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥୀ ମୋର ଏବଂ ଏଇ ସଂଘର୍ଷ । ଏଥିମଧ୍ୟରୁ ଅଭିଳାଷ, ମୋ ମନ ଖାଲି ତୋରି ପାଇଁ ଓ ତୁମେ ହିଁ ସାଥୀ ମୋର ଆଦି ଚଳଚ୍ଚିତ୍ରରେ ସେ ଗୀତ ରଚନା ମଧ୍ୟ କରିଥିଲେ । ଫୁଲ ଚନ୍ଦନ ଓ ଅଭିଳାଷ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୪] ଏଥି ସହିତ ଅକ୍ଷୟ ମହାନ୍ତିଙ୍କ "ଏଇ ଯେ ବନଲତା ପାହାଡ଼", "ତୋ ବିନା ଲାଗେନା ଭଲ କିଛି", "ଏଇ ଝୁମା ଝୁମା ଗୋଲାପୀ ବେଳାରେ" ଭଳି ବହୁ ଲୋକପ୍ରିୟ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୫] ଚଳଚ୍ଚିତ୍ର ଭିନ୍ନ ବିଭିନ୍ନ ନାଟକ, ଟିଭି ସିରିଏଲ, ଟେଲି ଫିଲ୍ମ ଆଦିରେ ମଧ୍ୟ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ସେ ଭିନ୍ନ ସମୟରେ ଅଭିନୟ ମଧ୍ୟ କରିଥିଲେ ।

୨୦୨୨ ଜାନୁଆରୀ ୧୩ ତାରିଖ ସନ୍ଧ୍ୟାରେ ୮୧ ବର୍ଷ ବୟସରେ ତାଙ୍କ ବାରିପଦା ବଡ଼ବଜାରସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।[୫][୬]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସରୋଜ ପଟ୍ଟନାୟକ ୧୯୪୦ ମସିହା ଜୁନ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୭] ତାଙ୍କର ତିନି ଜଣ ପୁଅ ଓ ଜଣେ ଝିଅ ଅଛନ୍ତି ।

ସଂଗୀତ ଶିକ୍ଷା[ସମ୍ପାଦନା]

ସେ ପିଲାବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ନିଜେ ହାରମୋନିୟମ ଧରି ଗୀତ ଶିଖିଥିଲେ । ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ପିଲାଦିନରୁ ପ୍ରଭାବିତ କରିଥିଲା । ତାଙ୍କ ନିର୍ଦ୍ଦେଶିତ ଗୀତ ସୁରରେ ଏହି ପ୍ରଭାବ ଦେଖିବାକୁ ମିଳେ ।[୮] ସେ ବଡ଼ ଭଉଣୀ କବିତା ପଟ୍ଟନାୟକଙ୍କ ନିକଟରୁ ଏହା ପରେ ସଙ୍ଗୀତ ଶିକ୍ଷା କରିଥିଲେ ।।[୫]

ସଂଗୀତ ରଚନା ଓ ନିର୍ଦ୍ଦେଶନା[ସମ୍ପାଦନା]

୧୯୫୮-୫୯ ମସିହାରୁ ତାଙ୍କ ରଚିତ ଗୀତସବୁ ଆକାଶବାଣୀରେ ବାଜୁଥିଲା । ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ । ଅଭିମାନ ଚଳଚ୍ଚିତ୍ରରେ ପ୍ରଯୋଜକ ଗଣେଷ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୮୨ର ମୁକ୍ତିଲାଭ କରିଥିବା ଅଭିଳାଷ ସିନେମାର ଓ ବଲିଉଡ଼ର ଲୋକପ୍ରିୟ ଗାୟକ-ଗାୟିକା ହରିହର ଓ ଗାୟତ୍ରୀ ମୁଖାର୍ଜୀଙ୍କଦ୍ୱାରା ବୋଲାଯାଇଥିବା "ଝୁମା ଝୁମା ଗୋଲାପୀ ବେଳାରେ" ଗୀତର ସ୍ବର ସଂଯୋଜନା କରିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଭାବରେ କାର୍ଯ୍ୟ କରିଛନ୍ତି । ସେ ଅକ୍ଷୟ ମହାନ୍ତିଙ୍କ ଏଇ ଯେ ବନଲତା ପାହାଡ଼, ତୋ ବିନା ଲାଗେନା ଭଲ କିଛି, ଏଇ ଝୁମା ଝୁମା ଗୋଲାପୀ ବେଳାରେ, ଭସା ମେଘ ମୁଁ ଯେ ଭାସିଯାଏ ଦୂରେ, ଏଇ ମନକୁ ଭୁଲାଇ ରଖିଥିଲି ସଜାଇ, ଚୁପି ଚୁପି ଗୋରୀ କାନେ କହି ଯାଏ ମହୁରୀ, ଚିକ ମିକିଆ ଯଉବନ ଜହ୍ନ ରାତି ଆଦି ଲୋକପ୍ରିୟ ଗୀତର ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନା କରିଥିଲେ । ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ଅମ୍ବିକା ମା, ରସିଆ ଠାକୁର, ଅଧର୍ମେ ନୌକା ବୁଡ଼ିଯିବ କିରେ ଆଦି ଭଜନ ତ ଥା ବକୁଳ ଫୁଲ ଝୁମର କ୍ୟାସେଟ ଆଦି ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ର ସହ ବିଭିନ୍ନ ନାଟକ, ଟିଭି ସିରିଏଲ, ଚଳଚ୍ଚିତ୍ର, ଟେଲିଫିଲ୍ମ ଆଦିରେ ସେ ସଙ୍ଗୀତ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ।[୬]

ବୃତ୍ତି[ସମ୍ପାଦନା]

ସେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ଓ ବାଲେଶ୍ୱରରୁ ଅବସର ଗ୍ରହଣ କରିଥିଲେ ।[୬]

ମୃତ୍ୟୁ[ସମ୍ପାଦନା]

୨୦୨୨ ଜାନୁଆରୀ ୧୩ ତାରିଖରେ[୯] ହୃଦ୍‌ଘାତରେ ତାଙ୍କର ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ଦେହାନ୍ତ ହୋଇଥିଲା ।[୧୦] ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଫିଲ୍ମୋଗ୍ରାଫି[ସମ୍ପାଦନା]

ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Orissa reference: glimpses of Orissa. TechnoCAD Systems. 2001.
  2. "ପୁନରୁଦ୍ଧାର ହେବ 'ଅଭିମାନ'". Sambad (in ଆମେରିକୀୟ ଇଂରାଜୀ). 2018-09-15. Retrieved 2019-08-18.
  3. ୩.୦ ୩.୧ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 118–. ISBN 978-1-135-94318-9.
  4. ୪.୦ ୪.୧ ସିନେ ସମ୍ବାଦ ନଭେମ୍ବର ୧୨-୧୮,୨୦୧୫ ପୃଷ୍ଠା ୧୧ http://sambadepaper.com/Details.aspx?id=207829&boxid=1185200. Retrieved 12 November 2015. {{cite news}}: Missing or empty |title= (help)[permanent dead link]
  5. ୫.୦ ୫.୧ ୫.୨ ସେନାପତି, ମୃତ୍ୟୁଞ୍ଜୟ (2022-01-14). "ପରଲୋକରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ". ଇଟିଭି. Archived from the original on 2022-01-14. Retrieved 2022-01-14.
  6. ୬.୦ ୬.୧ ୬.୨ ୬.୩ "ପରଲୋକରେ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକ". ସମ୍ବାଦ. 2022-01-14. Archived from the original on 2022-01-14. Retrieved 2022-01-14.
  7. "ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ". ସମାଜ. Archived from the original on ୨୦୨୧-୦୧-୧୪. {{cite news}}: Check date values in: |archive-date= (help)
  8. http://www.telegraphindia.com/1130107/jsp/odisha/story_16409074.jsp#.VkQcl14wDSg
  9. "ସଂକ୍ଷେପରେ ସରୋଜ ପଟ୍ଟନାୟକ". ସମାଜ. Archived from the original on 14 January 2022. Retrieved 14 January 2022.
  10. "ପରଲୋକରେ ସରୋଜ ପଟ୍ଟନାୟକ". ସମ୍ବାଦ. Archived from the original on ୧୪ ଜାନୁଆରୀ ୨୦୨୨. Retrieved 14 January 2022. {{cite web}}: Check date values in: |archivedate= (help)

ବାହାର ଆଧାର[ସମ୍ପାଦନା]