ସରୋଜ ନଳିନୀ ଦତ୍ତ

ଉଇକିପିଡ଼ିଆ‌ରୁ
(Saroj Nalini Duttରୁ ଲେଉଟି ଆସିଛି)
ସରୋଜ ନଳିନୀ ଦତ୍ତ
ସରୋଜ ନଳିନୀ ଦତ୍ତ
Born(1887-10-09)୯ ଅକ୍ଟୋବର ୧୮୮୭
ବନ୍ଦେଲ, ହୁଗୁଳି, ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଭାରତ
Died୧୯ ଜାନୁଆରୀ ୧୯୨୫(1925-01-19) (ବୟସ ୩୭)[୧]
କଲିକତା, ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଭାରତ
Nationalityବ୍ରିଟିଶ ଭାରତ
Occupation(s)ସମାଜସେବୀ, ନାରୀବାଦୀ
Spouseଗୁରୁସାଦେ ଦତ୍ତ
ChildrenCaptain Birendrasaday Dutt
Parent(s)ବ୍ରଜେନ୍ଦ୍ରନାଥ ଦେ
ନଗେନ୍ଦ୍ରନନ୍ଦିନୀ ଦେ

ସରୋଜ ନଳିନୀ ଦତ୍ତ (୯ ଅକ୍ଟୋବର ୧୮୮୭ - ୧୯ ଜାନୁଆରୀ ୧୯୨୫) ଜଣେ ଭାରତୀୟ ନାରୀବାଦୀ ତଥା ସମାଜ ସଂସ୍କାରକ ଥିଲେ ।[୨]

ପରିବାର ଓ ଶିକ୍ଷା[ସମ୍ପାଦନା]

ସେ ତତ୍କାଳୀନ ବ୍ରିଟିଶ ଶାସନାଧୀନ ଭାରତର ବଙ୍ଗଳା ପ୍ରେସିଡେନ୍ସି ଅନ୍ତର୍ଗତ ହୁଗୁଳି ନିକଟବର୍ତ୍ତୀ ବନ୍ଦେଲ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବ୍ରଜେନ୍ଦ୍ରନାଥ ଦେ ବ୍ରିଟିଶ ଭାରତ ସରକାରରେ ଜଣେ ପ୍ରାଶାସନିକ ଅଧିକାରୀ ଥିଲେ । ଜଣେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଓ ତାଙ୍କ ଭାଇଭଉଣୀମାନେ ପାଠ ପଢ଼ା ଆରମ୍ଭ କରିଥିଲେ ।

୧୯୦୫ ମସିହାରେ ସେ ଜଣେ ପ୍ରଶାସନିକ ଅଧିକାରୀ ତଥା ଲେଖକ ଗୁରୁସାଦେ ଦତ୍ତଙ୍କୁ ବିବାହ କରିଥିଲେ । ତାଙ୍କର ଏକମାତ୍ର ସନ୍ତାନ ବୀରେନ୍ଦ୍ରସାଦେ ଦତ୍ତ ୧୯୦୯ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ଉଲ୍ଲେଖନୀୟ କାର୍ଯ୍ୟ[ସମ୍ପାଦନା]

ସେ ଜଣେ ସମାଜ ସଂସ୍କାରକ ଏବଂ ବଙ୍ଗଳାରେ ମହିଳାଙ୍କ ଉନ୍ନତି ପାଇଁ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ସେ ବଙ୍ଗଳାରେ ମହିଳା ସମିତି (ମହିଳା ପ୍ରତିଷ୍ଠାନ) ଗଠନରେ ଅନେକ ପଦକ୍ଷେପ ନେଇଥିଲେ । ସେ ୧୯୧୩ ମସିହାରେ ସେ ମହିଳାମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ଉଦ୍ଦେଶ୍ୟରେ ପାବନ ଜିଲ୍ଲାରେ ପ୍ରଥମ ମହିଳା ସମିତି ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିରଭୂମ (୧୯୧୬), ସୁଲତାନପୁର (୧୯୧୭), ଏବଂ ରାମପୁରହାଟ (୧୯୧୮) ଆଦି ଜିଲ୍ଲାରେ ମହିଲା ସମିତି ମାନ ଆରମ୍ଭ କରିଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

୧୯୨୫ ମସିହାର ଜାନୁଆରୀ ୧୯ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।

ପୁରସ୍କାର[ସମ୍ପାଦନା]

  • ମେମ୍ବର୍ ଅଫ୍ ଦ ମୋଷ୍ଟ ଏକ୍ସଲେଣ୍ଟ ଅର୍ଡ଼ର୍ ଅଫ୍ ଦ ବ୍ରିଟିଶ୍ ଏମ୍ପାୟାର୍, ୧୯୧୮

ଉତ୍ତରାଧିକାରୀ[ସମ୍ପାଦନା]

ତାଙ୍କ ନାମରେ ନାମିତ ଅନୁଷ୍ଠାନ:

  • ସରୋଜ ନଳିନୀ ଦତ୍ତ ମେମୋରିଆଲ୍ ଆସୋସିଏସନ୍ (୧୯୨୫)[୪]

ଆଧାର[ସମ୍ପାଦନା]

  1. Sengupta, Subhodh Chandra; Basu, Anjali, eds. (January 2002). "সরোজনলিনী দত্ত" [Saroj Nalini Dutt]. Samsad Bangali Charitabhidhan (Bibliographical Dictionary) (in Bengali). Vol. 1 (4th ed.). Kolkata: Shishu Sahitya Samsad. p. 565. ISBN 81-85626-65-0.
  2. Travel Culture, Travel Writing and Bengali Women, 1870–1940. Taylor and Francis. doi:10.4324/9781003054535-17.
  3. Gupta, Jayati, ": (1887–1925)", Travel Culture, Travel Writing and Bengali Women, 1870–1940, doi:10.4324/9781003054535-17/saroj-nalini-dutt-jayati-gupta, retrieved 2022-12-24
  4. Saroj Nalini Dutt Memorial Association

ବାହାର ଲିଙ୍କ୍[ସମ୍ପାଦନା]