ସଂଗ୍ରାମ କେଶରୀ ମହାପାତ୍ର
ଦେଖଣା
(Sangram Keshari Mahapatraରୁ ଲେଉଟି ଆସିଛି)
ସଂଗ୍ରାମ କେଶରୀ ମହାପାତ୍ର | |
|---|---|
| ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୭ – ୧୯୮୦ | |
| ପୂର୍ବ ଅଧିକାରୀ | ତ୍ରିଲୋଚନ କାନୁନଗୋ |
| ପର ଅଧିକାରୀ | ଦୋଳଗୋବିନ୍ଦ ପ୍ରଧାନ |
| ନିର୍ବାଚନ ମଣ୍ଡଳୀ | କଟକ ସଦର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨ ଫେବୃଆରୀ ୧୯୪୨ |
| ମୃତ୍ୟୁ | ୨୦ ନଭେମ୍ବର ୧୯୯୯ (ବୟସ ୫୭) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଜନତା ଦଳ |
| ଜୀବନ ସାଥୀ | ସରୋଜିନୀ ମହାପାତ୍ର |
| ବାପା/ବୋଉ | ଗଗନ ବିହାରୀ ମହାପାତ୍ର (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ସଂଗ୍ରାମ କେଶରୀ ମହାପାତ୍ର (୨ ଫେବୃଆରୀ ୧୯୪୨ - ୨୦ ନଭେମ୍ବର ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସଂଗ୍ରାମ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସଂଗ୍ରାମ କେଶରୀ ମହାପାତ୍ର ୧୯୪୨ ମସିହାର ଫେବୃଆରୀ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଗନ ବିହାରୀ ମହାପାତ୍ର ଏବଂ ପତ୍ନୀଙ୍କ ନାମ ସରୋଜିନୀ ମହାପାତ୍ର ।[୧] ସଂଗ୍ରାମଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସଂଗ୍ରାମ କେଶରୀ ମହାପାତ୍ର ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Sangram Keshari Mahapatra". odishaassembly.nic.in. Odisha Assembly. Retrieved 24 January 2020.