ସନାତନ ଦେଓ
ଦେଖଣା
(Sanatan Deoରୁ ଲେଉଟି ଆସିଛି)
ସନାତନ ଦେଓ | |
|---|---|
| ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୧ – ୧୯୭୭ | |
| ପୂର୍ବ ଅଧିକାରୀ | ଆନନ୍ଦ ମଞ୍ଜରୀ ଦେବୀ |
| ପର ଅଧିକାରୀ | ଅନଙ୍ଗ ମଞ୍ଜରୀ ଦେବୀ |
| ନିର୍ବାଚନ ମଣ୍ଡଳୀ | ସୁକିନ୍ଦା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଜୁନ ୨୦, ୧୯୩୬ |
| ମୃତ୍ୟୁ | ୧୨ ନଭେମ୍ବର ୧୯୮୦ (ବୟସ ୪୪) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ |
| ଜୀବନ ସାଥୀ | ଲକ୍ଷ୍ମୀ ଦେଓ |
| ବାପା/ବୋଉ | ନବଘନ ଦେଓ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ସନାତନ ଦେଓ (୨୦ ଜୁନ ୧୯୩୬ - ୧୨ ନଭେମ୍ବର ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସନାତନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସନାତନ ଦେଓ ୧୯୩୬ ମସିହାର ଜୁନ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନବଘନ ଦେଓ ଏବଂ ପତ୍ନୀଙ୍କ ନାମ ଲକ୍ଷ୍ମୀ ଦେଓ ।[୧] ସନାତନଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଇତିହାସରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସନାତନ ଦେଓ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ୨ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ସନାତନ ୧୯୮୦ ମସିହାର ନଭେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା ।