Jump to content

ସାଲେପୁର

ଉଇକିପିଡ଼ିଆ‌ରୁ
(Salepurରୁ ଲେଉଟି ଆସିଛି)
ସାଲେପୁର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭାସାଲେପୁର
Area
  ସମୁଦାୟ3,634 km2 (1,403 sq mi)
Population
 (୨୦୦୧)
  Total୧୭୪୬୫୫
Time zoneIST (+୫.୩୦)
ଡାକ କୋଡ଼
୭୫୪୨୦୨
Area code+୦୬୭୧
ଯାନବାହାନ ପଞ୍ଚୀକରଣOR/

ସାଲେପୁର ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ସହର।

ଭୌଗଳିକ ଅବସ୍ଥିତି ଓ ଜଳବାୟୁ

[ସମ୍ପାଦନା]

ଏହା କଟକଠାରୁ ପ୍ରାୟ ୨୫ କି.ମି. ଦୂରରେ ଅବସ୍ଥିତ । କଟକକେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । ଏହା ଏକ ଛୋଟ ସହର ଏହା ଅନ୍ତର୍ଗତ ଗ୍ରାମଗୁଡ଼ିକ ହେଲା ମାଛୁଆତି, ରାଘବପୁର, ​ବାଲିସାହି, ଚନ୍ଦ୍ରାଦେଇପୁର, ଲୁଣାହାର, ରୋଧପୁର ଇତ୍ୟାଦି ।

ନାମକରଣ

[ସମ୍ପାଦନା]

ସାଲି ଅର୍ଥ ଧାନ ଜାତୀୟ ଫସଲ ଏବଂ ପୁର ଅର୍ଥ ସହର । ଏଠାରେ ବହୁତ ପରିମାଣରେ ଧାନ୍ୟ ଉତ୍ପାଦନ ହେଉଥିବାରୁ ଏହାର ନାମକରଣ ଏହିପରି ହୋଇଛି ।

ଦେବଦେବୀ ଓ ମନ୍ଦିର

[ସମ୍ପାଦନା]

ଏଠାରେ ଥିବା ପ୍ରସିଦ୍ଧ ସ୍ଥାନଗୁଡିକ ହେଲା ​​ମା ସାହେଶ୍ୱରୀ ମନ୍ଦିର, କୂଳିଆ ହନୁମାନ ମନ୍ଦିର, କଳାଗ୍ନି ମନ୍ଦିର (ମହାଦେବ), ବଟେଶ୍ୱର ମନ୍ଦିର (ମା ଭଗବତୀ), ବିଶ୍ୱେଶ୍ୱର ମନ୍ଦିର (ମହାଦେବ)

ସୁବିଧା ସୁଯୋଗ

[ସମ୍ପାଦନା]

ଏଠାରେ ଦୁଇଟି ସରକାରୀ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଗୋଟିଏ ଫାର୍ମାସି ମହାବିଦ୍ୟାଳୟ ଓ ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି । ଏକ ମଧ୍ୟମ ଧରଣର ସହରରେ ମିଳୁଥିବା ସୁବିଧା ସୁଯୋଗ ଯଥା ଚିକିତ୍ସା ପାଇଁ ଡାକ୍ତରଖାନା, ଥାନା, ଡାକଘର, ବ୍ୟାଙ୍କ୍, ଦମକଳ କେନ୍ଦ୍ର, ତହସିଲ୍ ଏବଂ ଅନ୍ୟାନ୍ୟ ଛୋଟବଡ଼ ସୁବିଧା ସୁଯୋଗ ଅଛି । ଏଠାରେ ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ମଧ୍ୟ ଅଛି ।

ଜୀବନ ଜୀବିକା

[ସମ୍ପାଦନା]

ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି ।

ପ୍ରସିଦ୍ଧି

[ସମ୍ପାଦନା]

ଏଠାରେ ମିଳୁଥିବା ସାଲେପୁରୀ ରସଗୋଲା ପାଇଁ ଏହା ଓଡ଼ିଶା ପ୍ରସିଦ୍ଧ ଏହାଛଡା ଏଠାରେ ଶିକ୍ଷା ଗ୍ରହଣ ପାଇଁ ମିଳୁଥିବା ସୁବିଧା ସୁଯୋଗଗୁଡ଼ିକ ପାଇଁ ଏହା ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧ ।

ଶିକ୍ଷା ଓ ସ୍ୱାସ୍ଥ୍ୟ

[ସମ୍ପାଦନା]

ଏଠାରେ ଥିବା ଶିକ୍ଷାନୁଷ୍ଠାନଗୁଡିକ ହେଲା ସାଲେପୁର ମହାବିଦ୍ୟାଳୟ,ସାଲେପୁର ଉଚ୍ଚବିଦ୍ୟାଳୟ, ଆଇ.ପି.ଟି ସାଲେପୁର[]

ବାହାର ଆଧାର

[ସମ୍ପାଦନା]
  1. http://www.iptsalipur.org/